Wednesday, October 7, 2020

-ନାରୀ-


             ✍ସୁକାନ୍ତ ଖଣ୍ଡା 

ନାରୀ ପାଇଛି ସ୍ବାଧୀନତା 

ଯାହା ପାଇଁ ଗର୍ବିତା

ତା'ର ରୂପକୁ ଜୁହାର,ଗୁଣକୁ ଜୁହାର।ଦେଖ ତ ପ୍ରତିକ୍ଷଣ ପାଦତଳେ 

ନିଜ ପରିବାର

ସ୍ବାମୀ ତ କାଠ କଣ୍ଢେଇ

ବସ କହିଲେ ବସିବ,ଉଠ କହିଲେ ଉଠିବ

ନଚେତ୍ ଅସମ୍ଭାଳ 

ଆଖିରୁ ଅଗ୍ନିର ସ୍ପୁଲିଙ୍ଗ,ନାକରୁ ଅଣଚାଶ ପବନ।

ନାରୀ ଓଢ଼ଣୀ ତଳେ ମୁହଁ କି

ଘର କୋଣେ ବସି ରହୁନାହିଁ 

ସେ ପିନ୍ଧୁନି ସିନ୍ଦୂର କି ଶଂଙ୍ଖା

ଶାଢ଼ୀକୁ ଫିଙ୍ଗିଲାଣି

କାହିଁ କେତେ ଦୂର

ବଜାର ବୁଲିବା,କ୍ଲବରେ ନାଚିବା

ଆଉ ହୋଟେଲରେ ଖାଇବା 

ପସନ୍ଦ କରୁଛି

ଯଦି କେବେ 

ଇଛା ନ ଥାଇ ବି ସନ୍ତାନ ଜନ୍ମିଲା

ବାପା ପିଆଇବ କ୍ଷୀର

ଗୁହ ମୂତ ହେଲେ 

ଗେରସ୍ତ ଅଛି କରିବାକୁ।

ଦିନ ଥିଲା ନାରୀ ଲକ୍ଷ୍ମୀ ପରି ଦାଉଦାଉ

ଯେମିତି ଆକାଶରେ ଚଦ୍ରମା,ପୋଖରୀରେ ପଦ୍ମ

ସୁନା ପରି ଝଟକୁଥିଲା ସୁଶୃଙ୍ଖଳିତ ମନେ

ହେଲେ ସ୍ବାଧୀନତା ପାଇ

ହେଲା ବିପରୀତ 

ଆଜି ପ୍ରତିଟି ଭୁଲ ପାଇଁ ଗେରସ୍ତ ହିଁ ଦାୟୀ

କୋର୍ଟ କଚେରୀ ବି ନାରୀ ସପକ୍ଷରେ

ପୁରୁଷ ନାରୀକୁ ଦେଖିଲେ

ବାଟ ଛାଡ଼ିବାକୁ ବାଧ୍ୟ 

ଅନ୍ଯଥା ଦେହ ଓ ମନକୁ ଦୁଃଖ ଆସିପାରେ। 

ଆଜି ନାରୀର ମନ ବୁଝିବା 

କାଠିକର ପାଠ 

ଶହେରେ ପାଞ୍ଚଜଣ ଅବଶ୍ୟ ଭଲ ଥିବେ

କିନ୍ତୁ ସବୁ ନାରୀ ପ୍ରାୟତଃ 

ସ୍ବେଚ୍ଛାଚାରୀ,ଗେରସ୍ତକୁ ମୋଡ଼ି ରଖିଛନ୍ତି

ବଶ ଅଥବା କଚେରୀକୁ ନିର୍ଦ୍ଦେଶ କରି 

ଯେମିତି ହେଉ

ହାତ ମୁଠାରେ

ଫଁ' କରିବାକୁ ଜୁ ହିଁ ନାହିଁ 

କାରଣ 

ବିଷ ଦାନ୍ତ ଭାଙ୍ଗି ସାରିଛନ୍ତି।

                 

ଶିକ୍ଷକ ମକାଶୁଖିଲା ପ୍ରାଥମିକ ବିଦ୍ୟାଳୟ 
ପୋ-ଚକ୍ରଧରପୁର ଭା-ହରିଚନ୍ଦନପୁର ଜି-କେନ୍ଦୁଝର ପି-୭୫୮୦୨୮

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy