Tuesday, October 13, 2020

ମରୀଚିକା

✍ସନାତନ ମହାକୁଡ଼ 

ମରୀଚିକା

ବାଲୁକା ସାଗର

ଦିଏ ମିଥ୍ୟା ପ୍ରତିଶ୍ରୃତି 

ଜଳ ନ ଥାଇ ଜଳକା କରାଏ 

ମରୁଭୂମିରେ ଲୁଚକାଳି ଖେଳେ ।

ଯେମିତି

ଯୌତୁକ ଦ୍ଵାହି ଦେଇ

ଗଡ଼ିଚାଲେ 

ଯୁବତୀର ବିବାହ ବୟସ ।

ରୋଗ ଶଯ୍ୟାର ମରୀଚିକାରେ

ଅର୍ଥ ସାଜେ ବାଧକ 

ଚିକିତ୍ସା ବିନା 

ସରିଯାଏ ବାକିଥିବା ଆୟୁଷ ।

 ରାଜନୀତିର ମରୁଭୂମିରେ

ଓଟସାଜି ବୁଲୁଥିବା

ନେତାଙ୍କର ପ୍ରତିଶୃତି

ପାଲଟେ ମରୀଚିକା

ଦେଖୁ ଦେଖୁ ଚାଲିଯାଏ ପାଂଚଟି ବରଷ । 


ଗ୍ରାମ/ପୋ. ଅ: ଵେରୁଆଁବାରୀ 

ଜିଲ୍ଲା:ନୟାଗଡ଼- ୭୫୨୦୮୨,ଓଡିଶା।  

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy