✍ ଅମରନାଥ ବାରିକ୍
ତୁମେ ତ ଯାଦବ ତୁମେ ହିଁ ମାଧବ
ତୁମେ ଗୋପାଳ ବାଳକ
ଗୋପର ରମଣୀ ଯେତେ ଗୋପାଳୁଣୀ
ତାଙ୍କର ତୁମେ ରସିକ ।
ଯଦୁକୁଳ ଶିରୋମଣି ତୁମେ କୃଷ୍ଣ
ଯାଦବ ମଉଡ଼ ମଣି
ରାଧା ଗୋପାଳୁଣି ହୋଇଲା ପାଗଳି
ତୁମ ବଂଶୀ ସ୍ୱନ ଶୁଣି ।
ଗୋପାଳ ବଲ୍ଲଭ ନନ୍ଦ ରାଜା ପୁଅ
ଗୋପରେ କରିଲ କେଳି
ସୁଦାମାର ପ୍ରିୟ ହୃଦୟର ସଖା
ଯଶୋଦାର ଗଳାମାଳି ।
ଗୋପ ବାସୀଙ୍କର ରକ୍ଷାକାରୀ ସ୍ୱାମୀ
ଯଦୁବଂଶ ଅଛ ଧରି
ଫଗୁଣ ଫରୁଆ ସୁଖର ପସରା
ଅନନ୍ତ ବିଶ୍ୱ ବିହାରୀ ।
ଷଡ଼ ଋପୁ ହର ତୁମେ ନିରାକାର
ମୀରା ହେଲେ ଆନମନା
ତୁମ ମହିମାର ନାହିଁ ପଟାନ୍ତର
ନାହିଁ ତାହାର କଳନା ।
ଗିରି ଗୋବର୍ଦ୍ଧନ କାଣି ଆଙ୍ଗୁଠିରେ
ଉଠାଇଲ ପୀତବାସ
କାଳିୟ ନାଗର ମସ୍ତକେ ନାଚିଲ
ଦେଲ ତାକୁ ସ୍ୱର୍ଗ ବାସ।
ସମାପ୍ତ
____●◆●____
✍ ଶ୍ରୀମାନ ଅମରନାଥ ବାରିକ୍
💌 କୟାଁ, ମଙ୍ଗଳପୁର, ଯାଜପୁର
____●◆●____
✍ ଶ୍ରୀମାନ ଅମରନାଥ ବାରିକ୍
💌 କୟାଁ, ମଙ୍ଗଳପୁର, ଯାଜପୁର
No comments:
Post a Comment