ମହାତ୍ମାଗାନ୍ଧୀ ଆମ ଜାତୀୟ ପିତା
ଯାହାଙ୍କ ପାଇଁ ପାଇଛୁ ସ୍ୱାଧୀନତା l
ଅହିଂସା ନୀତିର ଥିଲେ ପ୍ରବର୍ତ୍ତକ
ତାଙ୍କ ପାଖେ ସଭିଏଁ ନତ ମସ୍ତକ l
ଭାରତ ଛାଡ଼ ଆନ୍ଦୋଳନରେ ପରା
ଦେଇଥିଲେ ସେ କର ବା ମର ନାରା l
ତାଙ୍କ ସମେତ ମହାପୁରୁଷ ଗଣ
ଲଢ଼ି ଭୋଗିଥିଲେ ଯେ କାରାବରଣ l
ଉଚ୍ଚ ନୀଚ୍ଚ,କଳାଗୋରା,କପି ପ୍ରଥା
ଉଛେଦ ପାଇଁ ଲଗାଇ ଥିଲେ ମଥା l
ସମସ୍ତଙ୍କ ପ୍ରିୟ ବାପୁ ଥିଲେ ସିଏ
ସଦା ଦେଶ କଥା ଭାବୁଥିଲେ ଯିଏ l
ନୀତି ଆଦର୍ଶ ତାଙ୍କ ଥିଲା ମହାନ
ବିଦେଶରେ ବି ଚର୍ଚ୍ଚା ହୁଅଇ ଜାଣ l
ଦେଖିଥିଲେ ରାମ ରାଇଜ ସପନ
ବାଜି ଲଗାଇ ଦେଇଥିଲେ ଜୀବନ I
ବହୁ ଦିନର ସଂଗ୍ରାମ ହେଲା ଅନ୍ତ
ଇଂରେଜ ଶାସନ ଘଟିଲା ସମାପ୍ତ l
ଶେଷରେ ସ୍ୱାଧୀନ ହେଲା ଆମ ଦେଶ
ସମସ୍ତଙ୍କ ମୁଖରେ ଫୁଟିଲା ହସ l
ଭବାନୀ ଶଙ୍କର ଗିରି, ଆମ୍ବଡ଼ିହା, ବିଜାତଳା
ମୟୁରଭଞ୍ଜ
ମୟୁରଭଞ୍ଜ
No comments:
Post a Comment