Tuesday, October 13, 2020

ଚା କପର ବ୍ୟଥା

କବିଶ୍ରୀ ଗଗନ କୁମାର ଦାଶ 


ନାଲି ନାଲି ଚାହାର

ଡିକାସିନ ଭିତରେ

ଫୁଟୁ ଅଛି ବିକ୍ଷିପ୍ତ ଭାବରେ

ସ୍ମରଣରେ ଚମକୁଛି

ଅନାଗତ ସକାଳ ପାଇଁ ।


ମୋ ପ୍ରତୀକ୍ଷା ସମର୍ପଣ କରେ

ସେହି ପୂର୍ବ ପ୍ରେମିକାରେ

ଏହି ଦିଗହରାର

ରଙ୍ଗୀନ୍ ଆଲୋକରେ

ମୋର ଅବହେଳିତ

ଦାବି ପତ୍ର ନେଇ ।


ମିଶି ଯାଏ ମୋ କୋମଳତା

ଉଷ୍ମତା / ତିକ୍ତତାର 

ପ୍ରମାଣ ପତ୍ରରେ

ଅସ୍ପଷ୍ଟ ଅକ୍ଷରର ସନ୍ଧାନରେ

ଖୋଜିବୁଲେ ରାତ୍ରିର 

ଚୌକିଦାର ପରି

ସାହାରା ମରୂପ୍ରାନ୍ତରେ ।


ପଳାତକ ସେମାନେ

ସେମାନେ କ'ଣ ବୁଝିବେ

କେତେ ଦରକାର 

ଏ ବ୍ୟଥା-

ଚା କପର ଭିତରେ ।


ଶୁଭଙ୍କର ନିବାସ
ମାଁ ମାଣିକେଶ୍ଵରୀ ମନ୍ଦିର ସାହି
ମୋହନା, ଗଜପତି-୭୬୧୦୧୫

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy