Friday, October 2, 2020

ଗାନ୍ଧୀ ସ୍ମରଣେ

ସତ୍ୟର ପୂଜାରୀ   ହେ ଗାନ୍ଧୀ ମହାତ୍ମା 

    ତୁମେ ଜାତିର ଜନକ,

ଆଜିର ଦିନରେ   ଜନମ ଲଭିଣ 

    ରଖିଛ ଦେଶର ଟେକ  ।।

ସରଳ ସ୍ବଭାବ  ଶାନ୍ତି ଦୂତ ଆମ 

    ନୀତି ଆଦର୍ଶରେ ଭରା,

ଯୁଗେ ଯୁଗେ ତୁମେ   ଅମର ରହିବ 

    ଜାଣିଛି ସଂସାର ସାରା  ।।

ବିଦେଶୀ ହାତରୁ   ଶାସନ ଆଣିଲ 

    ଗଢିଲ ସୁନାର ଦେଶ,

ନିଃସ୍ଵାର୍ଥ ଚିତ୍ତରେ   ଦେଶ ସେବା କରି

    ଦେଇଛ ଶାନ୍ତି ଅଶେଷ  ।।

ସତ୍ୟ ଅହିଂସାର   ଜାଗ୍ରତ ପ୍ରହରୀ 

   ଜାଜ୍ବଲ୍ଯ ଓ ତ୍ୟାଗପୂତ,

ସମଗ୍ର ବିଶ୍ବକୂ   ସଦା ଦେଖାଇଛ 

    ଅନ୍ୟାୟର ସତ୍ ପଥ  ।।

ଧର୍ମ ନିରପେକ୍ଷ   ରାଷ୍ଟ୍ର ଗଠନରେ 

    ଚେଷ୍ଟିତ ଥିଲ ଆପ୍ରାଣ,

ଏ ମାଟିର ତୁମେ   ଗରବ ଗୌରବ 

    ରହିବ ଚିର ସ୍ମରଣ  ।।

××××××××××××××××××××××
          🌹ମାମିନୀ ଦାଶ 🌹
            🌹ଶିକ୍ଷୟିତ୍ରୀ 🌹
     🌹ଜୟପୁର,କୋରାପୁଟ 🌹


No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy