Wednesday, October 7, 2020

ଲୋକନାୟକ ଜୟପ୍ରକାଶ

 


ଲୋକନାୟକ ଜୟପ୍ରକାଶ


୧୯୭୦ର ମଧ୍ୟ ଭାଗରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ବିରୋଧ କରି ‘ସ˚ପୂର୍ଣ୍ଣ କ୍ରାନ୍ତି’ ବା ପୂର୍ଣ୍ଣ ବିପ୍ଳବର ଆହ୍ବାନ ଦେଇ ଜରୁରିକାଳୀନ ଆଇନ ବିରୋଧରେ ଭାରତୀୟଙ୍କୁ ଏକଜୁଟ କରାଇଥିବା ‘ଭାରତ ରତ୍ନ’ ଲୋକନାୟକ ଜୟପ୍ରକାଶ ନାରାୟଣ(ଜନ୍ମ: ୧୧ ଅକ୍‌ଟୋବର୍‌ ୧୯୦୨; ମୃତ୍ୟୁ: ୮ ଅକ୍‌ଟୋବର୍‌ ୧୯୭୯) ବିହାରର ସୀତାବ ଦିୟାରା ଗ୍ରାମରେ ଜନ୍ମ ହୋଇଥିଲେ। ସ୍ବାଧୀନତୋତ୍ତର ଭାରତବର୍ଷର ସର୍ବଶ୍ରେଷ୍ଠ ଲୋକନେତା ଭାବେ ତାଙ୍କୁ ଗ୍ରହଣ କରାଯାଇଛି। ଜୟପ୍ରକାଶ ଯୌବନରେ ଗାନ୍ଧୀବାଦ ଦ୍ବାରା ଗଭୀର ଭାବେ ପ୍ରଭାବିତ ହୋଇଥିଲେ ହେଁ ସାରା ଜୀବନ ନିଜକୁ କ˚ଗ୍ରେସ୍‌ ମଧ୍ୟରେ ସୀମିତ ରଖିପାରି ନ ଥିଲେ। ତାଙ୍କର ପତ୍ନୀ ପ୍ରଭାବତୀ ମଧ୍ୟ ଥିଲେ ଗାନ୍ଧୀଙ୍କ ପ୍ରଦର୍ଶିତ ମାର୍ଗରେ ଚାଲୁଥିବା ମହିଳା। ସେ କସ୍ତୂରବା ଗାନ୍ଧୀଙ୍କର ଅତି ନିକଟତର ଥିଲେ। କ˚ଗ୍ରେସ୍‌ର ବିଭିନ୍ନ କାର୍ଯ୍ୟ-କଳାପ ପ୍ରସଙ୍ଗରେ ଜୟପ୍ରକାଶ ପତ୍ନୀଙ୍କ ସହ ସହମତ ହେଉ ନ ଥିଲେ ମଧୢ ତାଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରୁ ନ ଥିଲେ। ଜୟପ୍ରକାଶ ଗାନ୍ଧୀବାଦ ସହ ମାର୍କ‌୍‌ସବାଦକୁ ଏକତ୍ର ଗ୍ରହଣ କରିଥିବା ଜନନାୟକଙ୍କ ମଧ୍ୟରେ ଅନ୍ୟତମ। ସ୍ବାଧୀନତା ପୂର୍ବରୁ କ˚ଗ୍ରେସ୍‌ ଭିତରେ ରହି ସେ ‘କ˚ଗ୍ରେସ୍‌ ସୋସାଲିଷ୍ଟ୍‌ ପାର୍ଟି’ ଗଠନ କରିଥିଲେ। ଦେଶ ସ୍ବାଧୀନ ହେବା ପରେ ନେହରୁଙ୍କ ତଥାକଥିତ ସ୍ବପ୍ନର ଭାରତ ତାଙ୍କୁ ବ୍ୟଥିତ କରିଥିଲା ଏବ˚ କ˚ଗ୍ରେସ ରାଜନୀତିରୁ ନିଜକୁ ଦୂରେଇ ସେ ପ୍ରକୃତ ଗାନ୍ଧୀବାଦୀ ଭାବେ ବିନୋବା ଭାବେଙ୍କ ସର୍ବୋଦୟ ଅନ୍ଦୋଳନରେ ଯୋଗଦେଇଥିଲେ। ସମଗ୍ର ବିହାରରେ ଭୂଦାନ ସପକ୍ଷରେ ପ୍ରଚାର କରିଥିଲେ। ‘ପ୍ରଜା ସୋସାଲିଷ୍ଟ୍‌ ପାର୍ଟି’ ସହ ମଧ୍ୟ ତାଙ୍କର ସ˚ପର୍କ ଚିରସ୍ଥାୟୀ ହୋଇପାରି ନ ଥିଲା। କାରଣ ସେ ‘ରାଜନୀତି’ରେ ନୁହେଁ ‘ଲୋକନୀତି’ରେ ବିଶ୍ବାସ କରୁଥିଲେ। ଗାନ୍ଧୀ ମହାତ୍ମାଙ୍କ ପରି ବର୍ଣ୍ଣବୈଷମ୍ୟବିହୀନ, ସତ୍ୟ ଓ ଅହି˚ସା ଉପରେ ଆଧାରିତ ସମାଜ ସେ ଚାହୁଁଥିଲେ।  ଜରୁରିକାଳୀନ ପରିସ୍ଥିତିରେ ସେ ଇନ୍ଦିରାଙ୍କ ବିରୋଧରେ ‘ସି˚ହାସନ ଖାଲି କରୋ କେ ଜନତା ଆତୀ ହୈ’ ଧ୍ବନି ମାଧୢମରେ ସ˚ପୂର୍ଣ୍ଣ ବିପ୍ଳବର ଆହ୍ବାନ ଦେଇଥିଲେ। ତାଙ୍କ ଉଦ୍ୟମରେ ୧୯୭୭ରେ ପ୍ରଥମ ଅଣ-କ˚ଗ୍ରେସ୍‌ ଦଳ ଭାବେ ଜନତା ପାର୍ଟି, କେନ୍ଦ୍ରରେ ସରକାର ଗଢ଼ିଥିଲା। ତେବେ, ସେ ମଧ୍ୟ ଗାନ୍ଧୀଙ୍କ ପରି କ୍ଷମତା-ରାଜନୀତିଠାରୁ ଦୂରେଇ ରହିବାକୁ ଚାହୁଁଥିଲେ; ନ ହେଲେ ଭାରତବର୍ଷର ପ୍ରଧାନ ମନ୍ତ୍ରୀ ଅବଶ୍ୟ ହେଇପାରିଥାଆନ୍ତେ।

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy