Tuesday, October 13, 2020

ସାଧବ ବୋହୂ

✍ଅରୁଣ କୁମାର ମହାପାତ୍ର


ଲାଲ ଟୁକ୍ ଟୁକ୍ ସାଧବ ବୋହୂ

ରୂପାର ବିନ୍ଦୁ ଆବରଣେ

ଚିକ ଚୀକ୍ କରୁଥାଏ 

ସୁନେଲି କିରଣେ।


ସବୁଜ ଘାସର ଗଲିଚାପରେ

ଗତିକରେ ଧୀରେ ନିଶବ୍ଦରେ

ସତେକି ନୂଆ ବୋହୂ ଟିଏ

ଶିଖିଛି ସଂସ୍କାର ଶଠଣା।


ଦୃଶ୍ୟ ମନମୁଗ୍ଧକର

ଆସୁଥାନ୍ତି ହୋଇ ପୁଞ୍ଜା ପଞ୍ଜା

ଆକର୍ଷିତ କରେ ଦର୍ଶକ ମାନଙ୍କୁ

ଥମିଯାଏ ଗତି ପଥିକର।


ଲାଲ୍ ମଖମଲ୍ ପରି

ସଜା ତା' ଘାସର ଗାଲିଚା ପରେ

ଦୂରୁ ଥାଇ ନମଇ ଦର୍ଶକ

ଧନ୍ୟ ସୃଷ୍ଟି କର୍ତ୍ତା ମହିମା ତୁମର।


ଅଶ୍ୱପୁରମ, ତେଲେଙ୍ଗାନା

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy