Friday, October 2, 2020

.......ଗାନ୍ଧୀ..........

ଆଜି ଖୋଜୁଛି ସେଇ

ହାତବୁଣା,ଖଦଡ ପିନ୍ଧା 

ମଣିଷଟିକୁ ଯଦିବା

ଏଠି ମଣିଷଙ୍କ... 

ଅଭାବ ନାହିଁ ାା

ଖୋଜୁଛି ଆଜି ମୁଁ 

ଦିନ ତମାମ ସେ

ଫକୀର ଅର୍ଦ୍ଧ ଫୁଙ୍ଗୁଳା

ମଣିଷଟିକୁ ଯଦିବା

ଏଠି ମଣିଷଙ୍କ.....

ମେଳା ଥମି ନାହିଁ ାା

ଚାରିଆଡେ ଦେଖେ

ଜଣେ ଆରକୁ କିପରି

ଠକିବ ସେଇ ନିଶାରେ 

ପୀଡିତ,.....ସଭିଏଁ

ସ୍ବାର୍ଥ,ଲୋଭ,ମୋହ ଗ୍ରସ୍ତ

ମୁଁ ଖୋଜୁଛି ସେ

ଆଶାବାଡି ଧରି

ବୁଲୁଥିବା ବୁଢାଟିକୁ

ଯିଏ ମଣିଷପଣିଆ

ଟିକେ ଦେବ ଶିଖେଇ..

ଯଦିବା ଏଠି

ମଣିଷଙ୍କ ଅଭାବ ନାହିଁ... ାା


ଆଜି ଖୋଜୁଛି ସେଇ

ଫୁଙ୍ଗୁଳା ପାଦରେ

ଚାଲି ଚାଲି ଯାଇ

ଲୁଣ ମାରିଥିବା

ବିପ୍ଳବୀ ଟିକୁ 

ସତ୍ୟ, ଅହିଂସାରେ

ଜୋର ଦେଇ

ବାର ବାର ଅନଶନ

କରୁଥିବା ଲୋକଟିକୁ

ସତ୍ୟାଗ୍ରହ ବଳେ

ବଳୀୟାନ ସେ

ମହା ପୁରୁଷଟିକୁ

ଯିଏ ଅହିଂସାର ମନ୍ତ୍ର

ଦେବ ବତାଇ...

ଯଦିବା ଏଠି

ମଣିଷମାନଙ୍କ

ଅଭାବ ନାହିଁ ାା


ଖୋଜୁଛି ଆଜି ମୁଁ

ଅଣ୍ଟାରେ ଘଣ୍ଟା

ଓହଳେଇ ଥିବା

ସେଇ ସମୟାନୁବର୍ତ୍ତୀ

ମାନବଟିକୁ..ଗୀତାର

ଶ୍ଳୋକ ଆବୃତ୍ତି କରି

ପ୍ରତି କଥାରେ

ସତର୍କ କରୁଥିବା

ସେଇ ବିଲାତ ଫେରନ୍ତା

ଓକିଲଟିକୁ..

ଯିଏ ଦାର୍ଶନିକ ସାଜି

ନୟି ତାଲିମ ଶିକ୍ଷା

ଦେଇଥିଲା ବତାଇ

ସେଇ ଲୋକଟି ଲୋଡା

ତାକୁ ଖୋଜୁଛି ମୁହିଁ

ଏକବିଂଶ ଶତାବ୍ଦୀର

ସେ ବୁଦ୍ଧ ଅଟଇ 

ଯଦିବା ଏଠି

ଲୋକଙ୍କ ଅଭାବ ନାହିଁ ାା

ତ୍ରିନାଥ ବେହେରା  
ବଡକୋଦଣ୍ଡା ,ଭଞ୍ଜନଗର ଗଞ୍ଜାମ

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy