Friday, October 2, 2020

ଗାନ୍ଧୀ ତୁମେ ଫେରିଆସ

 ଅନ୍ୟାୟକୁ ଆଜି ପ୍ରଶ୍ରୟ  ଦେବାଟା

        ନୂଆ ନେତାଙ୍କ ପ୍ରୟାସ

        ମନେ ପକାଉଛି ତୁମକୁ ଭାରତ

        ଗାନ୍ଧୀ ତୁମେ ଫେରି ଆସ ।


        ଖଟି ଖାଇ ତୁମେ କାଟି ପିନ୍ଧୁଥିଲ

        ଦୁଃଖେ କରି ବସ ବାସ

        ସେ ସବୁ ଭାବିଲେ ଆଖି ଭିଜିଯାଏ

        ଗାନ୍ଧୀ ତୁମେ ଫେରି ଆସ ।


        ଆଜିକାର ନେତା କରନ୍ତି ମଉଜ

        ଉପଭୋଗ ତାଙ୍କ ଆଶ

        ଏ ସବୁ ଦୁର୍ନୀତି ଦେଖିବା ପାଇଁ ଯେ

        ଗାନ୍ଧୀ ତୁମେ ଫେରି ଆସ ।


        ତୁମ ଅବଦାନ ଏହି ମାଟିପରେ

        ସୃଷ୍ଟିର ଯେଉଁ ବିଶ୍ୱାସ

        ଆଜି ତାକୁ ବିଷ କରିଦେଉଛନ୍ତି

        ଗାନ୍ଧୀ ତୁମେ ଫେରି ଆସ ।


        ସୁନାର ଭାରତ ଚୁନା କରୁଛନ୍ତି

        ଦୋଷୀକୁ ମିଳୁନି ଦୋଷ

        ଜାତିର ପିତା ହେ ମହାନ ପୁରୁଷ

        ଗାନ୍ଧୀ ତୁମେ ଫେରି ଆସ ।


        ଅସଜଡ଼ା ହୋଇ ଗଲାଣି ଦେଶଟା

        ଲୁହରେ ଭାଷୁଛି ହସ

        ସଜାଡ଼ିବା ପାଇଁ ନେଇ ଥରେ ଜନ୍ମ

        ଗାନ୍ଧୀ ତୁମେ ଫେରି ଆସ ।


.              ସମାପ୍ତ
        ____●◆●____
✍ ଅମରନାଥ ବାରିକ୍
💌 କୟାଁ,ମଙ୍ଗଳପୁର, ଯାଜପୁର




No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy