Tuesday, October 13, 2020

ସଂସ୍କୃତି ଓ ମଣିଷ (ପ୍ରବନ୍ଧ)

ନଳିନୀ ପ୍ରଭା ମିଶ୍ର

   ଐତିହାସିକ ମାଟାହ୍ନେ, ଆର୍ଣ୍ଣେଲଡଙ୍କ ଭାଷାରେ " ଆବାହ-  ମାନ" କାଳରୁ ପ୍ରଚଳିତ ଧାରା ଉପରେ ଉପଲବ୍ଧି କରି ମୁଁ କହୁଛି ଯେ, ଏହି ପ୍ରଚଳିତ ସଂସ୍କୃତି ଧାରା ହେଉଛି, ଅତୀତ ଶକ୍ତିକୁ ପ୍ରସାରିତ କରିବାରେ ଏକ ଯୋଗ ସୂତ୍ର।" 

      ଏହି ସଂସ୍କୃତି ସମ୍ପନ୍ନ  ଶକ୍ତି ଓ ଅଭିବୃଦ୍ଧି ଭିତରେ ଥିବା ସାମ୍ରାଜ୍ୟ ଏବଂ ସୌନ୍ଦର୍ଯ୍ୟ ଯାହାକି ମଣିଷ ଜାତିର ଆତ୍ମସ୍ଥ ଆଦର୍ଶକୁ ପରିଦର୍ଶିତ

କରାଇ ଥାଏ। ଏହି ଆଦର୍ଶରେ ଉପନୀତ ହେବାପାଇଁ ସଂସ୍କୃତି ହିଁ

ଜଣେ ମଣିଷକୁ ଉପଯୁକ୍ତ ଭାବରେ ଗଢି ତୋଳିବା ରେ ସାହାଯ୍ୟ କରିଥାଏ ଏବଂ ଏହି ସହାୟକ ହିଁ ହେଉଛି ଶାରୀରିକ ତଥା ମାନସିକ

ଶକ୍ତିର ଉପଯୁକ୍ତ ମୂଲ୍ୟାୟନ। ଜାଗତିକ ଅଧିକାର ନେଇ ଜୀବନ ଅତିବାହିତ କରିବା ନୁହେଁ କି ବସ୍ତୁଗତ ଅଧିକାରକୁ ପରିତୃପ୍ତିର ସହିତ ସମାପ୍ତି କରିବା ନୁହେଁ,: ବରଂ ଏକ ଉପଯୁକ୍ତ ମଣିଷ ନିମିତ୍ତ ସଂସ୍କୃତି ଏକ ଆଦର୍ଶ ଚାରିତ୍ରିକ ଧର୍ମ ସହିତ ସମତା ରକ୍ଷା କରିଥାଏ। ଯେହେତୁ ସମସ୍ତ ମଣିଷ ବିଶାଳ ଜଗତର ସଦସ୍ୟ ଅଟନ୍ତି ଏବଂ ମାନବୀୟ ଗୁଣ ଦୟା ,କ୍ଷମା ଆଦି ଅପର ଠାରୁ ଅଭିନ୍ନ ହେବା ପାଇଁ ବାଧା ଦେଇ ନଥାଏ କି , କଲ୍ୟାଣ ର ପରାକାଷ୍ଠା ନିମିତ୍ତ ଅପରକୁ ଅଲଗା କରି ନଥାଏ। ମାନବିକତାର ପରିବ୍ୟାପ୍ତି , ଆଦର୍ଶ ଏ ସମସ୍ତ ସଂସ୍କୃତି ଦ୍ବାରା ପରିଚାଳିତ ହୋଇଥାଏ। ବ୍ୟକ୍ତିଗତ ପରିପୂର୍ଣ୍ଣତାକୁ ସଂସ୍କୃତି ଫଳପ୍ରସୂ କରିଥାଏ; ମାତ୍ର ମଣିଷ ସଂସ୍କୃତି ଠାରୁ ବିଚ୍ଛିନ୍ନ ସୋଇଯାଏ ,ତେବେ ଏହା କାର୍ଯ୍ୟକାରୀ ହୋଇପାରେ ନାହିଁ। ସମଗ୍ର ମାନବ ଜାତିର କୃତ କାର୍ଯ୍ୟ ଗୁଡିକ ଭିତରେ ଆଦର୍ଶର ସ୍ଥାନ ନିରୂପଣ ସଂସ୍କୃତିକୁ ଆମେ ଉଜ୍ଜୀବିତ କରିବା ଦିଗରେ ସତତ ପ୍ରୟାସ କରିଥାଉ।ବିସାପ୍ , ୱିଲସନ ଙ୍କ ଭାଷାରେ ଆମର ପୂର୍ବ କଥିତ ଧର୍ମାନୁଯାୟୀ ମଣିଷର ସ୍ଵାଧୀନ ସ୍ଥିତି ହିଁ ପ୍ରଭୁଙ୍କ ସାମ୍ରାଜ୍ୟ ଅଟେ। ଆଦର୍ଶ ଏବଂ ସଂସ୍କୃତି ହେଉଛି ଆମ ସାମାଜିକ ଚିନ୍ତା ଧାରାର ଦୁଇଟି ପାର୍ଶ୍ବ। ଗୋଟିକୁ ଛାଡି ଅନ୍ୟଟିର ସ୍ଥିତି ପ୍ରତିଷ୍ଠିତ ହୋଇପାରି ନଥାଏ।ଯଦି ସଂସ୍କୃତି କୁ ଆଦର୍ଶ ଭିତରେ ଏକ ଅଧ୍ୟୟନ ରୂପେ ଧରି ନିଆଯାଏ,ତେବେ ମଣିଷ ଜାତିର ସମସ୍ତ ଚାରିତ୍ରିକ ଆଦର୍ଶ ନୈତିକତା, ଆଧ୍ୟାତ୍ମିକ ଚିନ୍ତନ ଏସମସ୍ତ ସଂସ୍କୃତିର ଗୋଟିଏ ଗୋଟିଏ ଅଙ୍ଗ ଭାବେ ବିବେଚିତ ହେବ। ଆଦର୍ଶର ଧାରଣା ହେଉଛି ଆଧ୍ୟାତ୍ମିକ ଅଭିବୃଦ୍ଧିର ଏକ ଅନ୍ତର୍ନିହିତ ଅବସ୍ଥା, ଯାହାକି ଯାନ୍ତ୍ରିକ ଏବଂ ଧାତବ ଯୁଗ ସହିତ ମତଭେଦ କରି ଆମକୁ ଉଚ୍ଚ ଆସନରେ ଆସୀନ କରିଛି। ସଂସ୍କୃତିକୁ ବାଦ୍ ଦେଇ କେହି କେବେ ଏକ ପୂର୍ଣ୍ଣାଙ୍ଗ ଆଦର୍ଶ ବାଦୀ ହୋଇ ପାରେ ନାହିଁ।ଆମର ସୂଲଭ ପ୍ରାପ୍ତିର ଇଚ୍ଛା ସହିତ ମତଭେଦ ଭିତରେ ଗୋଟିଏ ବିଷୟରେ କେବଳ ଗୋଟିଏ ପାର୍ଶ୍ବକୁ ଅବଲୋକନ କରି  ଅନ୍ୟ ପାର୍ଶ୍ବଟିର ଅବଲୋକନର ଅସମର୍ଥକୁ ଦୂର କରିବା ରେ ସଂସ୍କୃତି  ହିଁ ଆମର ପଥ ପ୍ରଦର୍ଶକ ହୋଇ ଥାଏ।ଅତଏବ ଆମର ସଂସ୍କୃତି କୁ ବଜାୟ ରଖିବାକୁ ଆମକୁ ଆଦର୍ଶାଭିମୁଖୀ ହୋଇ ପରିମାର୍ଜିତ ହେବାକୁ ପଡିବ, ଯଦ୍ବାରା ଆମ ସମାଜରୁ ଅପସଂସ୍କୃତିର ବିଷ ଉଦ୍ଗିରଣ ହୋଇ ଏକ ସୁସ୍ଥ ସମାଜ ଗଠିତ ହୋଇ ପାରିବ।

ମୁକୁନ୍ଦ ପୁର , ଆସ୍କା, ଗଞ୍ଜାମ

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy