Tuesday, October 13, 2020

ପ୍ରତିବିମ୍ବ

ନିର୍ମଳ ନାୟକ 


ମୋ ପ୍ରତିଛବି ମୋତେ ଅଚିନ୍ହା.. 

ସତେ ତୁମେ  ତାଙ୍କୁ  ଜାଣିଛ ନା.. 

ନିଜର ହେଲେବି  ଜଣା ପଡ଼େନା.. 

ଶୂନ୍ୟ ରେ ଖୋଜୁଛି ମୁଁ ରୋଜାନା !


ଚହଲା ପାଣି ଅସ୍ପଷ୍ଟ ଛବି.. 

ଖୋଜୁଥିଲି  ମୁଁ ମୋର ଭାବି.. 

ସମୟ କହୁଛି ଶେଷ ହେବି 

କଥା କହେନି ମୋ ପ୍ରତିଛବି !!


ଆଇନା କହୁଛି ରୂପ କାହାର.. 

ଚିନ୍ନା ଚେହେରା କୁ ଜାଣ ତତ୍ପର 

ଭ୍ରମିତ ହୁଅନି  ଅନ୍ୟର  ଭାବି.. 

ଦୁଃଖରେ କହୁଛି ତୋ ପ୍ରତିଛବି !!


ସମୟର  ପ୍ରଖର  ସ୍ରୋତରେ... 

ଭାସିଯାଏ  ଗତକାଲି ର ଛବି.. 

ଦୋ ଦୋ ଚିନ୍ହା ଲାଗେ ସତରେ 

କାନ୍ଦି କହେ ମୋର  ପ୍ରତିଛବି !!


ଛାୟା ଆଉ ମାୟା ଦୁଇ  ବନ୍ଧୁ.. 

ଅଦ୍ଭୁତ  ବ୍ରହ୍ମହ ସୃଷ୍ଟି  ଏ କାୟା 

ସଙ୍ଗାତ ବସିବା ଆସହୋ ମିତ 

ପ୍ରତିବିମ୍ବ ପରା ଆପଣା ଜାୟା !!


151, ନାଗାର୍ଜୁନ କଲୋନୀ 

ନାରା ରୋଡ, ଜରିପଟକା 

ନାଗପୁର, ମହାରାଷ୍ଟ୍ର 

440014

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy