Wednesday, October 14, 2020

😭 କବୀର୍ ଭୋଇ ମୁଁ କହୁଛି😭

✒️ ମାଧବାନନ୍ଦ ଭୋଇ

ଜୀବନର ଚକ ଘୁରୁଛି,

ଟ୍ରଲି ରିକ୍ସା ଚକ ବୁଲୁଛି,

ଭୋକର ଭୂଗୋଳ,ଚକ୍ରବାତ ସମ,

ପେଟ ବେମାରିଟା ମାରି ଦେଉଛି । ।

ପୁରୀରୁ କଟକ, ମନ ଛଟପଟ

ଆଜି ମୁଁ ବଡ ମେଡିକାଲ ଯାଉଛି । 

କବୀର୍ ଭୋଇ ମୁଁ କହୁଛି । ।

ଗରିବ ଲାଂଛିତ ମୁଁ ବେସାହାରା,

ପାଖେ ଧନ ନାହିଁ, ମୁଁ ସର୍ବହରା ।

ରୋଗ ହେଲେ ଧନ ପାଇବି କାହୁଁ,

ଆଖିରୁ ମୋର ଝରୁଛି ଲହୁ,

ଏ ସରକାର ଡାକ ଶୁଣୁ ନାହିଁ.

ନିଜ କରମକୁ ନିନ୍ଦୁଛି । 

କବୀର୍ ଭୋଇ ମୁଁ କହୁଛି ।

ଧିକ ମୋର  ଯାଉ ଗେରସ୍ତପଣ ।

ମାଇପିକୁ ନେଲା ସେ ଜନ୍ତୁରାଣ ।

ଗରିବ ଜୀବନ ହିନୀମାନିଆ ।

ନିତି ପିନ୍ଧୁଥାଏ ଲୁଗା ସାତ ସିଆଁ ।

ବେଳା ମୋ ଖରାପ ପଡିଛି । 

କବୀର୍ ଭୋଇ ମୁଁ କହୁଛି ।

କାନ୍ ଖୋଲ୍ କର ଶୁଣ୍ ସରକାର ।

ସ୍ବାସ୍ଥ୍ୟର ପ୍ରଗତି, ପିଟୁୁଛୁ ଢୋଲ୍ ।

 ଗରିବ ମରିବ, ତା ଜୁଇ ଜଳିବ,

ଏ ଦେଶେ ରହିବା,ତୋର୍ କି ଦର୍କାର

ଗରିବ ଲୁହରେ ତତଲା ଲୁହରେ,

ଦିନେ ରାଜ ଗାଦି ଭୁଷୁଡି ଯିବରେ ।

ଦୁନିଆଁକୁ ଡାକି କହୁଛି  । 

କବୀର୍ ଭୋଇ ମୁଁ କହୁଛି।

ସାଧାରଣ ସଂପାଦକ:ଉଦୟ ଭାନୁ, 
ସା:ଭୋଦଳ, ପୋ:ପାଟସୁନ୍ଦରପୁର, କଟକ,

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy