✍ସୁଶାନ୍ତ ରଣା
ପ୍ରିୟା ମୁଁ ତୁମକୁ
ଭୁଲି ମୁଁ ପାରୁନି
ହୃଦୟେ କରିଲ ଘର l
ସେହି ହୃଦୟକୁ
ଆଡ଼େଇ ଦେବନି
କଥା ଦିଅ ପ୍ରିୟା ମୋର ll
ଭଲ ଯଦି ପାଅ
କଥା ଦିଅ ପ୍ରିୟା
ହାତ ମୋ ଛାଡିବ ନାହିଁ l
ବଞ୍ଚିଥିବା ଯାଏ
ହାତ ଧରି ପ୍ରିୟା
ମୋ ସାଥେତୁ ଥିବୁ ରହି ll
ପ୍ରିୟା ମୁଁ ତୁମକୁ
ଭଲ ପାଉଅଛି
କରିଛି ମୋ ମନ ରାଣୀ l
ତୁମେ ଖାଲି ପ୍ରିୟା
ରାଜି ହୋଇ ଗଲେ
କରିବି ଜୀବନ ସାଥୀ ll
- * -
ତେରେସିଂହା, ଜି. କଳାହାଣ୍ଡି
No comments:
Post a Comment