Wednesday, October 14, 2020

କହ ଲୋ ବୈତରଣୀ...

କହ ଲୋ ବୈତରଣୀ... 

କହ ଲୋ ବୈତରଣୀ... 


ଶାଳ ଗଛ ଭରା ଗହନ ବନରେ 

କେଉଁଠୁ ଝରୁଛି ନଡ଼ିଆ ପାଣି 


କହ ଲୋ ବୈତରଣୀ... 

କହ ଲୋ ବୈତରଣୀ... 


କାହିଁ କେତେ ଦୂରୁ ଛୁଟେ ଭକତ ସୁଅ 

ପଣତରେ ପୁଛଇ କିଏ ଭକତ ଲୁହ 

ପତିତପାବନୀ ବୋଲି ଜଗତେ ତା ନାଁ 

ଶାଳ ବଣ ବୁକୁ ଚିରି ଉଡେ ତା ବାନା 


ସରଗ ସୁଷମା ମାରତେ କେଉଁଠି 

ଅଜାଡି ଦେଇଛି କିଏ ସେ ଆଣି 


କହ ଲୋ ବୈତରଣୀ... 

କହ ଲୋ ବୈତରଣୀ... 


ରାତି ଅଧେ ଶୁଭିଯାଏ କାହା ପାଉଁଜି 

ଘୋଡାର ଘାଗୁଡ଼ି ପୁଣି ଉଠଇ ବାଜି 

ମହକଇ ଶାଳ ବଣ କା ଆଗମନେ 

କିଏ ପୁଣି ଆସେ ନୀତି ଭକ୍ତ ସପନେ 


ନାଲି ସିନ୍ଦୂର କୁ ନାଲି ମନ୍ଦାର ଲୋ 

ସବୁରି ମନକୁ ନେଉଛି କିଣି 


କହ ଲୋ ବୈତରଣୀ... 

କହ ଲୋ ବୈତରଣୀ... 


ରଞ୍ଜନ କୁମାର ମହାନ୍ତି 
ବାଲେଶ୍ୱର 

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy