Sunday, October 25, 2020

ଦୁର୍ଗାପୂଜା

ମହିଷା ମର୍ଦ୍ଧିନୀ ଦୁର୍ଗତି ନାଶିନୀ 

ମୋକ୍ଷ ପ୍ରଦାୟିନି

ଦଶ ଭୁଜା ଧାରି ସଙ୍କଟ ହାରିଣୀ

ପାପ ବିନାଶିନୀ

ଜୟ ମାଁ ଦୁର୍ଗା ତାରିଣୀ।।୧।।

ଆଦି ଶକ୍ତି ମାତା ସର୍ବବ୍ୟାପୀ ଉଭା

ଅନ୍ନ ସ୍ୱରୂପିଣୀ

ଜଗତ ଜନନୀ ଅଭୟ ଦାୟିନୀ

ଶରଣ ରକ୍ଷଣୀ

ଜୟ ମାଁ ଦୁର୍ଗା ହାରିଣୀ।।୨।।

ଆର୍ତ୍ତ ଉଦ୍ଧାରିଣୀ ଶାନ୍ତି ବିତରଣୀ

ସନ୍ଥ ପରିତ୍ରାଣୀ

ମୃତ୍ୟୁ ସଂଜୀବନୀ ଦୈତ୍ୟ ନାଶିନୀ

ସଂସାରର ରାଣୀ

ଭୂମି ଭୁମା ଆହ୍ଲାଦିନୀ।।୩।।

ଶରତ ଋତୁରେ ଆଶ୍ୱିନ ମାସରେ

ହୋଇ ତୁମ୍ଭରି ପୂଜା

କେତେ ସଜବାଜ କେତେ ମେଢ଼ ସଜା

ଲାଗଇ ଦେଖିଲେ ମଜା।।୪।।

ତୁମ୍ଭ ଆଗ ମନେ ଧରଣୀ ବକ୍ଷରେ

ଫୁଟେ କାଶତଣ୍ଡୀ ଫୁଲ

ଚାଷୀ ଭାଇ ଆମ ଜମି ହିଢ଼ ପରେ

ହସନ୍ତି ଚାହିଁ ଅମଳ।।୫।।

ତୁମ୍ଭରି ଆଶିଷେ ସଂସାର ଚାଲଇ

ଆତଯାତ ହୁଏ ସର୍ବ

ଚନ୍ଦ୍ର,ତାରା ,ସୂର୍ଯ୍ୟ, ଏ ମହି ମଣ୍ଡଳ

ତୁମ୍ଭ ବିନା ହୁଏ ଖର୍ବ।।୬।।

ତୁମ୍ଭ ପାଦ ପଦ୍ମେ ରହୁ ଆମ ଭକ୍ତି

ଦୁନିଆ ହସନ୍ତୁ ନିତି

ବରଷକୁ ଥରେ ଆସୁଥାଅ ତୁମ୍ଭେ

ଧରି ସ୍ନେହ,ଶ୍ରଦ୍ଧା,ପ୍ରୀତି

ଜୟ ମାଁ ଦୁର୍ଗା ତାରିଣୀ।।୭।।

***********

ଡମ୍ବରୁଧର ବେହେରା
ସୁରଳା (ଗଞ୍ଜାମ

1 comment:

  1. 🙏🌷ଜୟ ଜଗନ୍ନାଥ 🌷🙏
    ଆପଣଙ୍କର ମାଁ ଦୁର୍ଗା ଙ୍କ ଉପରେ ଆଧାରିତ କବିତା ସଙ୍କଳନ ଟି 💞👍👍👍🖊 ଉଚ୍ଚକୋଟୀର 💞🖊💞💞 ଏବଂ ପାଠକମାନଙ୍କ ମନକୁ ଛୁଇଁ ପାରିଛି.🙏

    ReplyDelete

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy