Friday, October 16, 2020

ହେ ପ୍ରିୟ ଶରତ

ତୁମ ଆଗମନେ ଧନ୍ୟ ହେଉ ମରତ 
ସ୍ବାଗତ ସ୍ବାଗତ ହେ ପ୍ରିୟ ଶରତ
ତୁମ ଆଗମନେ କାଶତଣ୍ଡୀ ପୁଲକିତ 
କର ଆଗମନ ତୁମେ ଧନ୍ୟ କରି ମର୍ତ୍ତ୍ୟ ॥୧॥

ବସୁମତୀ ରାଣୀ ଆଜି ସବୁଜିମା ଦିଶେ 
ଶୁଭ୍ର କାଶତଣ୍ଡୀ କାହା ଆଗମନେ ହସେ 
ଶିଶିର ର ବିନ୍ଦୁ ଅବିରତ ପଡେ ଖସି 
ଦଶଭୁଜା ଆଗମନେ ଶରତ ବି ଖୁସି  ॥୨॥ 

କାଶତଣ୍ଡୀ ହସେ ଆଜି ପଣତକୁ ଟାଣି 
ଚାମର କରେ ସେ ଆଜି ମାଆ ମନକୁ ସେ ଜାଣି 
ଶରତ ଆସିଛି ବୋଲି ପଦୁଅଁ ବି ଫୁଟେ 
ମାଆ ଚରଣରେ ସେ ତ ହସି ପୁଣି ଲୋଟେ ॥ ୩॥ 

ତୁହା ତୁହା ବହୁଥାଏ ଶୀତଳ ସମୀର 
ଶିଶିର ର ବିନ୍ଦୁ ଲାଗେ ଆଶାର ନିର୍ଝର 
ଆସ ତୁମେ ଆକାଶର ଦିବ୍ୟ ନୀଳିମାରେ 
କୁଆଁର ପୁନେଇଁ ଅବା ପୂଜା ପାର୍ବଣରେ ॥୪॥

ତୁମେ ଆସ କାଶତଣ୍ଡୀ ଶୁଭ୍ର ସୌନ୍ଦର୍ଯ୍ୟରେ
ଧୂପ , ଦୀପ , ମହୁରୀ ମାଦଳ ଶବଦରେ 
କୁମୁଦ ମହକେ ଅବା ପଦ୍ମ ମାଧୁରୀରେ 
ବିରାଜିତ ହୁଅ ତୁମେ ସକଳ ଅନ୍ତରେ ॥୫॥ 

ସ୍ବର୍ଣ୍ଣରେଖା ପଣ୍ଡା , ନୂଆପଡା ଜିଲ୍ଲା



No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy