Friday, October 16, 2020

-ଶରତ ସଜେଉଛି-

  ସୁକାନ୍ତ ଖଣ୍ଡା 

ହେ ମାଆ ! 

ତୁମେ ଆସୁଛ ବୋଲି 

ଶରତ ସଜେଇ ଦେଲାଣି 

ଚାରିଆଡ଼େ ଶୋଭାର ଭଣ୍ଡାର

ଦିଗବଳୟ ରୂପ ବଦଳଉଛି

ଯେତେ ଦେଖିଲେ ମନ ଫେରୁନାହିଁ।

ଏମିତି କାଳରେ କାଶତଣ୍ଡି 

ଚାମର ଢାଳୁଛି,କଳକଳ ନଈ 

ସ୍ବଚ୍ଛ ଓ ପବିତ୍ର

ସମୁଦ୍ର ପାଣିରେ ଜହ୍ନର ମୁହଁ ବି

ଦିକିଦିକି ଦିଶୁଛି 

ମାଆ ଆସିବେ ବୋଲି ତ ସଭିଏଁ

ଏକ ମନ ଓ ପ୍ରାଣରେ ହଜେଇ ଦେଇଛନ୍ତି 

ସାଇଁସାଇଁ ପବନର ଗୀତ ନିରବତା

ବନଭୂମି ହସୁଛି ହୋଇ କି ବିଭୋର।

ଶରତ ତୁମକୁ ଧନ୍ଯବାଦ 

ତୁମେ ସଜେଇଛ ନିଜ ହାତରେ

କିଏ କେମିତି ଆବାହନ କରିବାକୁ।

ଦେଖ !

ତୁମର ଇଛାରେ ମାଆ ଓହ୍ଲେଇ ଆସିଲେଣି 

ନାଶ କରିବେ ଭୟଙ୍କର ବ୍ୟାଧି 

ଦୁଷ୍ଟ ନିବାରି ସନ୍ଥ ପାଳିବାକୁ। 

ମାଆ ତୁମକୁ ଶତକୋଟି ପ୍ରଣାମ 

ଆସ !

ଶରଣ ଇଛାରେ

ଦୁଃଖ ଦୂରକରି ଭରିଦିଅ

ଆକାଶେ ଆଲୁଅ,ଆକାଶ କୁସୁମ।

                    *

ଶିକ୍ଷକ ମକାଶୁଖିଲା ପ୍ରାଥମିକ ବିଦ୍ୟାଳୟ 
ପୋ-ଚକ୍ରଧରପୁର ଭା-ହରିଚନ୍ଦନପୁର ଜି-କେନ୍ଦୁଝର ପି-୭୫୮୦୨୮

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy