ଡ. ଶ୍ୟାମା ପ୍ରସାଦ ମିଶ୍ର
ସୀମାହୀନ ଅସରନ୍ତି ପଥ
ଲକ୍ଷ ଏଠି ବହୁଦୁର,
କିଏ ଜାଣେ
କେତେବେଳେ କେଉଁଠି
ଅଦୃଶ୍ୟ ପଥରେ
ସେ ହଠାତ ହଜିଯିବ;
ଖାଲି କଥା ରହିଯିବ
କାଳରୁ କ୍ଳାନ୍ତର ଯାଏଁ
ନିଜ ଆଖିର ଲୁହକୁ
ନିଜେ ନିଜ ଅଜାଣତେ
ପିଇ ଯାଉଥିବ ।
ଏଇତ ଜୀବନ
ସମସ୍ତଙ୍କ ଅଲକ୍ଷରେ
ସମସ୍ତଙ୍କୁ ପରକରି
ଏକୁଟିଆ ହଠାତ ଦିନେ
ସେ ଅଦୃଶ୍ୟ
ପଥର ଯାତ୍ରୀ ପାଲଟିବ,
ଏହାହିଁତ ଚିରନ୍ତନ ସତ୍ୟ, ସନାତନ
ଏ' କ୍ଷଣ ଭଙ୍ଗୁର ପୃଥିବୀର ।
🔅
ବ୍ରହ୍ମପୁର,ଗଞ୍ଜାମ
No comments:
Post a Comment