ବହୁଛି ଉତ୍ତରା ବାଆ
ମଙ୍ଗ ସଳଖିକି ଧରିଥା ରେ ମନ
ଜୀବନ ପୁରୁଣା ନାଆ
ଖସି ଯିବ କାଳେ ହାତ ରୁ ଅହୁଲା
ଧର୍ମ କାତେ ବାହୁ ଥାଆ
ଅଧର୍ମ ବଢ଼ିଲେ ଜୀବନ ନଈ ରେ
ଟଳମଳ ଜୀବ ନାଆ
ଧର୍ମ ଧନ ତୁହି ସଞ୍ଚୟ କରିଲେ
ଲଂଘିବୁ ଏ ଭବ ସିନ୍ଧୁ
କୁଟୁମ୍ବ ସେବାରେ ବ୍ରତୀ ହୋଇଥିଲେ
ଲୋଭିବୁ କରୁଣା ବିନ୍ଦୁ
ସାରା ପୃଥିବୀ ତ କୁଟୁମ୍ବ ସମାନ
ଜୀବନ ତ ଫୁଲ ସର
ମଉଳିବା ଆଗୁ କରିଦେ ତାକୁ
ଉତ୍ସର୍ଗ ର ନଦୀ ତୀର ।।
✍ଦେବାଶିଷ ରାଉତ,ନୀଳଗିରି ବାଲେଶ୍ଵର
No comments:
Post a Comment