Friday, October 16, 2020

🙏🌹କାଳିଆ ଡାକୁଛି🌹🙏

🌹🌹🌹🌹🌹🌹🌹🌹

କେତେ ଦିନ ହେବ କାଳିଆ ଡାକୁଛି

      ଯିବା ପାଇଁ ମୋତେ ପୁରୀ

ସଂସାର ଜଞ୍ଜାଳେ ଛନ୍ଦି ମୁଁ ହେଇଛି

      ଯାଇ ପାରୁନି ଶ୍ରୀହରି।।

ନିତି ସପନରେ ଦେଖୁଛି କାଳିଆ

      ଡାକୁଛୁ ତୁ ହାତ ଠାରି

ଏଇଠି ଥାଇ ମୁଁ କରେ ଦଣ୍ଡବତ

     ନେବୁ ତୁହିରେ ଆଦରି।।

ଜୀବନରେ କିଛି ମାଗିନାହିଁ ତୋତେ

      ଧନ କିବା ଯଉବନ

ଏ ମାଟି ଘଟରେ ଜୀବନ ଦେଇଛୁ

      ଆରେ ମୋ କାଳିଆ ଧନ।।

ଯୁଆଡ଼େ ଗଲେରେ ତୋ ପବନ ବହେ

      ବାସେ କର୍ପୂର ଚନ୍ଦନ

ବାଡି ବଗିଚାରେ ଘାସ ପତରରେ

       ଦିଶଇ ତୁଳସୀ ମାନ।।

ଡୋରି ନ ଲାଗିଲେ ଯାଇ ପାରିବିନି 

       ଦେଖିବାକୁ ତୋ ମନ୍ଦିର

କଳ୍ପନାର ନେତ୍ରେ ଦେଖୁଛି ସତେ

        ବାନା ଉଡ଼େ ଫର ଫର।।

ନୁହେଁ ସାଲବେଗ ନୁହେଁ କି ଦାସିଆ

         ଆଵା ବଳରାମ ଦାସ

ନାଆଁ ମୁଁ ସେବକ ଅବା କି ପୂଜକ

        ଅଟେ ମୁଁ ତୋହରି ଦାସ।।

ଭୂଲ୍ କିବା ଠିକ୍ କରିଛି ମୁଁ କେତେ

        ରଖିଛ ହିସାବ କରି

ପ୍ରଭୁ ପଣେ ମୋତେ କ୍ଷମା କରିଦେବ

        ଏତିକି କରେ ଗୁହାରି

                ଏତିକି କରେ ଗୁହାରି।।

💐💐💐💐💐💐💐💐💐💐

ଷ୍ଟାଲିନ୍ କୁମାର ସାମନ୍ତରାୟ
        ଶିକ୍ଷକ
     କଣାସ,ପୁରୀ

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy