ଶ୍ରୀ ସୁଦାମ ଦଳବରା
ଭିକାରୀ ମାଗଇ ପେଟ ପାଇଁ ଭିକ୍ଷା,
ତା ସଂସାର ଚଳିବା ପାଇଁ ।
ଦିନକୁ ଦି ମୁଠା ଆହାର ପାଇଲେ,
ହସଖୁସିରେ ସେ ଚଳଇ ।।
ପ୍ରେମିକ ମାଗଇ ପ୍ରେମ ଭିକ୍ଷା ପୁଣି,
ଯୌବନର କ୍ଷୁଧ୍ୱା ମେଣ୍ଟାଇବା ପାଇଁ ।
ପ୍ରେମ ଟିକେ ପାଇଁ କେତେ କଷ୍ଟ କରେ,
ପ୍ରେମରେ ସେ ପାଗଳ ହୋଇ ।।
ଜ୍ବାଇଁ ପୁଅ ମାଗେ ଯୌତୁକ ଭିକ୍ଷା,
ଲୋକ ଦେଖାଣିଆ ହୋଇ ।
ଯୌତୁକ ନେଇ ଫୁଲେଇ କହିବେ,
ଖୁସିରେ ମୋ ଶଶୁର ଘର ଦେଇଛନ୍ତି ଏହି ।।
ଅଫିସର ମାଗେ ଲାଞ୍ଚର ଭିକ୍ଷା,
କଳା ଧନ ବୃଦ୍ଧି ପାଇ ।
କଳାଧନରେ ସେ ଆଭିଯାତ୍ୟ ଦେଖାନ୍ତି,
ସମାଜରେ ଉଚ୍ଚରେ ଚଳିବା ପାଇଁ ।।
ନେତା ମାଗିଥାନ୍ତି ଭୋଟର ଭିକ୍ଷା ,
ନିଜ କ୍ଷମତାର ବୃଦ୍ଧି ପାଇଁ ।
ଜନତାର ଭୋଟ ପାଇଗଲା ପରେ,
ଜନତା ଠାରୁ ଯାଆନ୍ତି ସେ ଦୂରେଇ ।
କିଏ ମାଗିଥାଏ କେଉଁ ଭିକ୍ଷା ପୁଣି,
ସ୍ଥାନ କାଳ ପତ୍ର ଦେଖି ।
ନିଜ ସମ୍ମାନକୁ ଜଗିରଖି କରି,
ସର୍ବେ ହୋଇଥାନ୍ତି ସିଏ ସତୀ ।।
superb poem sir
ReplyDelete