✍ସୁକାନ୍ତ ଖଣ୍ଡା
ଶ୍ରବଣ ବାୟୁସେନା ବାହିନୀରେ ଯୋଗ ଦେବା ଦିନରୁ ନିଜର ସମସ୍ତ କଳା କୌଶଳ ଲଗାଇ ସଫଳତାର ଶିଖରେ ପହଂଚିଲା । ତାକୁ ତା'ର କର୍ମପାଇଁ ବାୟୁସେନାର ମୁଖ୍ୟ ଭୂମିକାରେ ଠିଆ ହୋଇ ପାରିଛନ୍ତି। ଯେଉଁ ଦିନ ସେ ପ୍ରଥମ କି ବାୟୁସେନା ବାହିନୀରେ ଯୋଗ ଦେଲେ ତାଙ୍କୁ ବହୁତ ଖରାପ ଅନୁଭବ ହେଉଥିଲା । ନିଜକୁ ଭାବୁଥିଲା କି ତା'ର କାମ ସଠିକ୍ ଭାବରେ ତୁଲାଇ ପାରିବ ତ? ମଇଦାନରେ ଠିଆ ହୋଇ ଭାବେ ଆଉ ଆଖିରୁ ଲୁହ ଗଡ଼ାଇ ଦିଏ।
ବେଳେବେଳେ ଘର କଥାକୁ ଭାବି କାନ୍ଦିବାକୁ ଲାଗେ। ପତ୍ନୀ,ପୁଅ,ବାପା ଓ ମାଆଙ୍କୁ ମନେ ପକାଏ। ଘର ପରିବାର ସଭିଏଁ ଏ ଚାକିରି ନ କରିବାକୁ କହୁଥିଲେ। ସେ ଅନ୍ୟ ଚାକିରି ପାଇଁ ଲଢ଼ିଥିଲା ହେଲେ ସବୁଠି ଅସଫଳ ହେବାରୁ ଏଇ ଚାକିରିକୁ ଆପଣେଇଲା। ଆଜି ସଭିଙ୍କୁ ଛାଡ଼ି ବହୁ ଦୂରରେ। ଦିନେ ପାକିସ୍ଥାନ ଉପରେ ନଗର ରଖିବାକୁ ପଡୁଥିଲା ଆଜି ଚୀନ ଉପରେ ନଜର। କିଏ ଜାଣେ ତା'ର ଜୀବନ ଉପରକୁ କଳା ବାଦଲ ମାଡ଼ି ଆସିବନି ତ?
ସେ ଗଲୱାନା ଘାଟିରେ ନଜର ରଖି ବସିଥିଲା। ଆଖିରେ ଆଖିଏ ଲୁହ। ହଠାତ୍ ଦୂରରୁ ସୁମଧୁର କଣ୍ଠସ୍ୱର ସଂଗୀତ "ଜନଗଣ ମନ ଅଧି ନାୟକ" ଭାସି ଆସିଲା। ଶ୍ରବଣ ଚାରି ଆଡ଼କୁ ଚାହିଁଲା। ଦେହ,ମନ ଓ ପ୍ରାଣ ତା'ର ଆନ୍ଦୋଳିତ ହେଲା। ଏମିତି ବିଷମ କାଳରେ କୁଆଡୁ ଏ ଜାତୀୟ ସଂଗୀତ ଭାସି ଆସୁଛି। ଟିକିଏ ପରେ କାନରେ ବୀରବାଦ୍ଯ ବାଜି ଉଠିଲା। ତା'ର କାନରେ ଏ ବାଦ୍ଯ ଗୁଞ୍ଜରିତ ଏମିତି ହେଲା ଯେ ସେ ଦୌଡ଼ିଯାଇ ପାଇଲଟକୁ କହିଲା,"ବନ୍ଧୁ ! କୁଆଡୁ ଏ ସୁମଧୁର ବାଦ୍ଯର ସ୍ବର ଭାସି ଆସୁଛି କି?" ପାଇଲଟକୁ କିଛି ବି ଶୁଣା ଯାଉ ନ ଥିଲା। ସେ କହିଲା,"ବନ୍ଧୁ ! କାହିଁ ମୋତେ ତ କିଛି ବି ଶୁଣା ଯାଉନି?" ଏଥର ଶ୍ରବଣ ନିଜକୁ କହିଲା,"ତା'ର ଭାବନା ସକାଶେ ବୋଧେ ଏମିତି ହୃଦୟରେ କମ୍ପିତ ହେଉଛି।" ସେ ପ୍ରକୃତିସ୍ଥ ହେଲା ମନକୁ ଦୃଢ଼ କରି ବନ୍ଧୁ ପାଖରୁ ଚାଲିଗଲା। ଆଉ ଦୂରରେ ଠିଆ ହୋଇ ଚାରି ଆଡ଼କୁ ନଜର ପକାଇଲା। ଦେଖିଲା ପାଖରେ କେହି ବି ନାହିଁ ତ ମାତୃଭୂମିକୁ ପ୍ରଣାମ କରି ବସିଗଲା।
ପୁଣି କିଛି ସମୟ ପରେ ସେଇ ସ୍ବର ସେଇ ବାଦ୍ଯ ତ ଚାରି ଆଡ଼କୁ ଦୃଷ୍ଟି ନିକ୍ଷେପ କରି ସତର୍କ ରହିଲା। ନିଜର ହାତରେ ଥିବା ବନ୍ଧୁକକୁ ଧରି ସଳଖି ରଖିଲା। ହଠାତ୍ ଭାରତ ମାଆ ତ୍ରିରଙ୍ଗା ପତାକା ଧରି ଠିଆ ହୋଇଗଲେ ଆଉ କହିଲେ,"ଶ୍ରବଣ ! ଚୀନ ତା'ର ସମସ୍ତ ଶକ୍ତି ଖଟାଇ ବାହାରୁଛି ଏବେ ତୁମେ ସତର୍କତା ସହିତ ମୁକାବିଲା କରିବ ତ ଅନେକ ଭାରତୀୟ ସୈନ୍ଯଙ୍କର ଜୀବନ ରହିପାରେ ଅନ୍ଯଥା...ହଠାତ୍ ଆକାଶ ମାର୍ଗରେ ପାଞ୍ଚଟି ବିମାନ ଆଖି ପିଛୁଳାକେ ଗୁଳି ବର୍ଷିଲେ।କେତେ ଭାରତୀୟ ସୈନ୍ଯ ମୃତ୍ୟୁର କୋଳରେ ଶୋଇଲେ ଶ୍ରବଣ ଏକାକି ଆସିବାର ସଙ୍କେତ ପାଇଥିଲା ହେଲେ ସଭିଙ୍କୁ ଜଣେଇବାର ଥିଲା ହେଲେ କିଛି ବି କରିବା ଆଗରୁ ସବୁ ଓଲଟ ପାଲଟ ହୋଇଗଲା। ସେ ଏକାନ୍ତ ଲୁଚିକି ପାଞ୍ଚଟି ଯାକ ବିମାନକୁ ଲକ୍ଷ୍ୟ କରି ମାରିଲା। ନିଜେ ଆହତ ସତ୍ତ୍ବେ ଶତ ସିଂହର ବଳରେ ଲଢ଼ି ସବୁ ବିମାନକୁ ଧୂଳିସାତ୍ କରିଦେଲା। ଚୀନର କୌଣସି ସୈନ୍ୟ ବାହିନୀ ସୁଦ୍ଧା ବଞ୍ଚି ପାରିଲେନି। ସବୁ ମୃତ୍ୟୁର କୋଳରେ ଶୋଇଲେ। ଭାରତର ସୈନ୍ୟମାନେ ଦୌଡ଼ି ଆସିଲେ ଶ୍ରବଣକୁ ଆସନ୍ନ ମୃତ୍ୟୁରୁ ରକ୍ଷା କରିବାକୁ। ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରୀ ସେବା କରାଗଲା ହେଲେ ସବୁ ବିଫଳ। ଶ୍ରବଣ ମୃତ୍ଯୁର କୋଳରେ ଶୋଇବା ଆଗରୁ ତ୍ରିରଙ୍ଗା ପତାକାକୁ ଧରି "ଭାରତ ମାତା କି ଜୟ" କହି ଶେଷ ନିଶ୍ଵାସ ତ୍ୟାଗ କଲା।
ଏ ଖବର ଘରକୁ ଗଲା। ଶ୍ରବଣର ବାର ବର୍ଷର ପୁଅ ସୁବ୍ରତ ଶୁଣିବା ମାତ୍ରେ ଆନନ୍ଦରେ ନାଚି ଉଠି କହିଲା,"ମାଆ ! ବାପା ଦେଶ ଓ ଜାତି ପାଇଁ ଜୀବନ ଦେଲେ ଅଥଚ ତୁମେ କାନ୍ଦୁଛ? ମୋତେ ଦେଖ ଆଖିରେ ଗର୍ବ ଓ ଗୌରବର ଚିହ୍ନ। ବାପା ନିଜେ ମରି ଚୀନର ଗର୍ବକୁ ଖର୍ବ କରି ଦେଇଛନ୍ତି ଆଉ ମୋର ଛାତି ଗର୍ବରେ ଫୁଲି ଉଠୁଛି। ଟିକିଏ ରହି ପୁଣି କହିଲା,"ମାଆ ! ମୋର ମନରେ ଏତିକି ଦୁଃଖ ଯେ ବାପା କେଇଜଣ ଭାରତୀୟ ସୈନ୍ୟଙ୍କୁ ମୃତ୍ୟୁର କୋଳରୁ ରକ୍ଷା କରି ପାରିଲେନି। ବାପା ତ ଅମର ହୋଇ ଶୋଇଲେ ହେଲେ ମାଆ ତୁମେ କାନ୍ଦଛ କାହିଁକି? ତୁମ ପୁଅର ଏବେ ଦୁଇଗୁଣା ସାହସ ବଢ଼ିଛି କି ଆଜି ନାବାଳକ କାଲି ସାବାଳକ ହୋଇ ବିଦେଶୀ ଶତ୍ରୁ ମାନଙ୍କୁ ଅବଶ୍ୟ ଲଢ଼ି ସାବାଡ଼ କରିବି। ମୋର ବାପା ଯାହା କରିକି ଦେଖାଇଛନ୍ତି ଆଉ ଯାହା ବାକି ରହି ଯାଇଛି ସେ କାମ ମୋର ଦେଇ ପୂରା ହୋଇବ।" ଏ କଥା ଶୁଣୁଥିଲେ ଅନେକ ସୈନିକ ସେମାନେ ସୁବ୍ରତକୁ କୁଣ୍ଢାଇ ସବୁ ଶ୍ରେୟ ମୁଣ୍ଡରେ ଅଜାଡ଼ି ଦେଲେ। ଆଉ ଫୁଲମାଳ ସବୁ ତା'ରି ବେକରେ ହିଁ ଲମ୍ବାଇ ଦେଲେ।
ଆଜି ସାରା ଭାରତରେ ସୁବ୍ରତର ଜୟଗାନ। ନାବାଳକ ହୋଇ ସୁଦ୍ଧା ଯେଉଁ ମହତ କାମରେ ଲାଗିବା ପାଇଁ ଶପଥ ତାକୁ ଅଜସ୍ର ଶୁଭେଚ୍ଛା ଓ ଅଭିନନ୍ଦନ ଆସୁଛି। ଧନ୍ଯ ଭାରତୀୟ ରକ୍ତ ଧନ୍ଯ ଭାରତ ମାଟି। ଯେଉଁଠି ଏପରି ସୁଯୋଗ୍ୟ ସନ୍ତାନ ଜନ୍ମ ନେଇଛନ୍ତି ଆଉ ଆଗକୁ ନେବେ ଭାରତୀୟ ଦୁଃଖ ଅବଶ୍ଯ ଘୁଞ୍ଚିବ। ଭାରତର ଦେହକୁ କିଏ ଭଲା ଲୋଲୁପ ଦୃଷ୍ଟି ନିକ୍ଷେପ କରିବ? ମରିବାକୁ ଯା'ର ଇଛା ସିଏ ହିଁ ଭାରତର ଅଶୁଭ ଚିନ୍ତା କରିପାରେ।
ଶ୍ରବଣ ଓ ସୁବ୍ରତର କର୍ମ ଓ ଚିନ୍ତାଶକ୍ତି ପାଇଁ ଭାରତୀୟ ଲୋକେ ଅବଶ୍ଯ ଗର୍ବ କରିବାକୁ ପଛେଇବେ ନାହିଁ କିନ୍ତୁ ସୁବ୍ରତର ମାଆ ମଥାରୁ ସିନ୍ଦୂର ପୋଛି ଦେବାରୁ ଯେମିତି ପଙ୍ଗୁଳା ଦେଖାଗଲେ ତ ସୁବ୍ରତ ଆଖିରୁ ଦୁଇ ଟୋପା ଲୁହ ଖସି ପଡ଼ିଲା।
*
ପୋ-ଚକ୍ରଧରପୁର
ଭା-ହରିଚନ୍ଦନପୁର ଜି-କେନ୍ଦୁଝର ପି-୭୫୮୦୨୮
No comments:
Post a Comment