ଶୁନଶାନ୍ ରାତି ବାହାରେ ଶ୍ଵାନ ଓ ଝିଙ୍କାରିର ଝିଇ ଝିଇ ଶବ୍ଦଟା କାହିଁକି କେଜାଣି ସେଦିନ
ଅଭିନାଷ ବାବୁଙ୍କୁ ବିଚଳିତ କରି ଦେଉଥିଲ। । ପୂରା ନାମ ଅଭିନାଷ ମହାନ୍ତି । ଲାଗୁଥିଲା ସତେ
ଯେମିତି ସେ ଶବ୍ଦ ଗୁଡ଼ାକ କାନରେ ଚାପୁଡ଼ା ମାରିବା ସଦୃଶ ଆଘାତ ଦେଉଥିଲେ ।ରାତି ପ୍ରାୟ
ବାରଟା ହେବାକୁ ବସିଲାଣି ।ଚାକର ବାକର ସମସ୍ତେ ଯେ ଯାହା ଘରକୁ ଚାଲିଗଲେଣି । ପିଲାଛୁଆ
ଦି'ଟା ମଧ୍ୟ ନିଘୋଡ଼ ନିଦରେ ଘୁଙ୍ଗୁଡ଼ି ମାରିବା ଆରମ୍ଭ କରିଦେଇଥିଲେ ।ନ ମାରିବେ ବା
କେମିତି ସକାଳଟାରୁ ଟ୍ୟୁସନ୍ ଏବଂ ବିଦ୍ୟାଳୟ ଓ ପାଠପଢ଼ା ଏସବୁ ଭିତରେ ସେମାନେ ମଧ୍ୟ
ଗୁଲିଘାଣ୍ଟି ହୋଇ ଥକିପଡୁଥିଲେ । ବିମଳା ଦେବୀ( ଅଭିନାଷ ବାବୁଙ୍କସ୍ତ୍ରୀ) କୁଆଡେ ତାଙ୍କ
ସାଙ୍ଗର ଜନ୍ମଦିନ ଉତ୍ସବରେ ଯୋଗ ଦେବାକୁ ଯାଇଛନ୍ତି ।ଅଭିନାଷ ବାବୁଙ୍କୁ ଫୋନ୍ କରିଥିଲେ
ବୋଧେ ସେ, ସାଙ୍ଗ ହୋଇ ଦୁହେଁ ଜନ୍ମଦିନ ଉତ୍ସବକୁ ଯିବା ପାଇଁ କିନ୍ତୁ ଅଭିନାଷ ବାବୁ ଅଫିସ
ରୁ ଫେରିବା ଡେରିହେବାରୁ ବୋଧେ ସେ ଅପେକ୍ଷା ନକରି ଚାଲିଗଲେ । ଶୋଇବାର ପ୍ରୟାସ କରି ଝରକା
ଆଉଜେଇବାକୁ ଚାଲିଗଲେ ଅଭିନାଷ ବାବୁ,ବୋଧେ ସେ ଗ୍ରୀଷ୍ମ ରାତିରେ ତାଙ୍କୁ ଶୀତଳତା ସ୍ପର୍ଶ
କରୁଥିଲା । କିନ୍ତୁ ହଠାତ ତାଙ୍କର ଝରକା ଫାଙ୍କରେ ରାସ୍ତାର ସେପଟ କ୍ଷୁଦ୍ର ଚାଳଘରକୁ ଦେଖି
ସେ ଅଟକି ଯାଇଥିଲେ । ରାସ୍ତାର ଉଭପାର୍ଶ୍ବରେ ବିଜୁଳି ଖୁଣ୍ଟରେ ଲଗାଯାଇଥିବା ବଲବ ର ରଶ୍ମି
ଚତୁର୍ଦ୍ଦିଗ ରେ ବିଛୁରିତ କରୁଥାଏ । ତଥାପି ସେ ଚାଳ ଘର ପିଣ୍ଢାରେ ଦୀପଶିଖା ପରି ଜଳୁଥିବା
ଲଣ୍ଠନ ର ମିଞ୍ଜି ମିଞ୍ଜି ଆଲୁଅରେ ଜରାଜୀର୍ଣ୍ଣ ହୋଇ ରହୁଥିବା ବୃଦ୍ଧାକୁ ଦେଖି ପାରିଥିଲେ ।
ବୟସ ପ୍ରାୟ ଅଶୀକୁ ଛୁଇଁବ । ଆକାଶ କୁ ଆଉ ଦେଖି ପାରୁନାହିଁ, ଇନ୍ଦ୍ରଧନୁ ପରି ଅଣ୍ଟା
ବଙ୍କେଇ ଯାଇଛି ଏବଂ ମୁଣ୍ଡର ବାଲ ଗୁଡିକ ଶ୍ଵେତ ପଦ୍ମ ପରି ସଫେଦ ଦେଖାଯାଉଛି ।କଟା କଟା
ଦାଗର ମୁହଁର ସେ ବୁଦ୍ଧିଦୀପ୍ତ ଆଖି ଦୁଇଟିରେ ଉଛୁଳା ନଇ ପରି ଲୁହର ଆସର ବୋହି ଯାଉଥାଏ ।
କିନ୍ତୁ ଏ ରାସ୍ତା ଦେଇ ସେ ଅନେକବାର ଯିବା ଆସିବା କରିଛନ୍ତି , କେବେ ସେ ଧ୍ୟାନ ଦେଇ
ନାହାନ୍ତି । ଲାଗୁଥିଲା ସତେ ଯେମିତି ଅଭିନାଷ ବାବୁ ଏ ଚାଳ ଘର ଓ ଲଣ୍ଠନ ସହିତ ଯଥେଷ୍ଟ
ପରିଚିତ । ଏସବୁ ମଧ୍ୟରେ ତାଙ୍କ ଆଖିରୁ ମଧ୍ୟ ଅସରାଏ ଲୁହ କେତେବେଳୁ ବାହାରି ଯାଇଥିଲା ।
କେଜାଣି କାହିଁକି ସେଦିନ ରାତିରେ ଅଭିନାଷ ବାବୁ ଙ୍କୁ ଆଉ ନିଦ ମାଡ଼ି ନଥିଲା । ଦହି
ମନ୍ଥିଲା ପରି ବିଗତ ଦିନ ଗୁଡିକୁ ରୋମାନ୍ଥନ କରିବାରେ ଲାଗିପଡିଥିଲେ ।
ଗ୍ରାମ ଗୋପାଳପୁର ।ଅଭିନାଷ ବାବୁଙ୍କୁ ପାଞ୍ଚ ବର୍ଷ ହେବା ପରେ ପିତାଙ୍କ ଦେହାନ୍ତ ହୁଏ ।
କ୍ରମଶଃ...............
ସନ୍ଦିପ୍ ଶତପଥୀ
ମାଷ୍ଟରପଡା,ଫୁଲବାଣୀ କନ୍ଧମାଳ
No comments:
Post a Comment