Friday, October 2, 2020

ଗାନ୍ଧୀ ଓ ଶାସ୍ତ୍ରୀ

               

ହେ ଦୁଇ ମହାନ୍ ଆତ୍ମା  !!!

ଦେଶର ସଭିଏଁ କରନ୍ତି କୋଟି ପ୍ରଣାମ

ସତ୍ୟ ଅହିଂସାର ପୂଜାରୀ ଜଣେ

ଜବାନ ଓ କିସାନଙ୍କ ଜୟ ଜୟକାର ଜଣେ

ଦୁଇ ଜଣଙ୍କ ଲକ୍ଷ୍ୟ ଏକ,ସ୍ଵାଧୀନତା

କଥା, କୃଷି ଓ ଗାଁ ଦେଶର ମେରୁଦଣ୍ଡ


ନିର୍ଭୀକତା ହିଁ ଦୁହିଁଙ୍କ ଏକତା

ତ୍ୟାଗ ଓ ସେବା ତୁମ ଆଦର୍ଶ

ଜଣେ ପ୍ରଧାନମନ୍ତ୍ରୀ ଭାବେ କିଛି ବର୍ଷ

ଜଣେ ହେ ରାମ କହି ଗୁଳିରେ ଦେଲେ ପ୍ରାଣ

ଯଶକୀର୍ତ୍ତି ତୁମକୁ ରଖିଵ ଅମର ସବୁଦିନ


ଅସ୍ତ୍ର ତୁମଦୁହିଁଙ୍କର ଅହିଂସା ଓ ସ୍ଵାଭିମାନ


କର୍ମବୀର ଦୁହେଁ ଵୁଲିଲ ଦେଶର କୋଣ ଅନୁକୋଣ

ଫୁଙ୍କିଲ ସ୍ବାଧୀନତାର ମନ୍ତ୍ର ମନକୁ କରି ଟାଣ

ଦେଶ ବିରୋଧ କଲା ଫିରିଙ୍ଗିଶାସନ

ଅସ୍ପୃଶ୍ୟତା, ଧର୍ମ ବର୍ଣ୍ଣ ନିର୍ବିଶେଷରେ

ଏକମନ

ବହୁ କୁପ୍ରଥା ଦୁହିଁଙ୍କ ପାଇଁ କଲେ ବର୍ଜ୍ଜନ

ଦେଶର ସମସ୍ତଙ୍କଠାରେ ଜାଗିଲା ଦେଶପ୍ରେମ


ତୁମ ସ୍ମୃତିରେ ଆଜି ଦୁଃଖିତ ଦେଶ

ନିଅନ୍ତ କି ଜନ୍ମ ଆଉଥରେ ସାର୍ଥକ କରନ୍ତ ସ୍ଵପ୍ନ

ଚୁରମାର ହୋଇଛି ରାମରାଜ୍ୟ ସ୍ବପ୍ନ 

ରାବଣ ଆଉ ଦୁର୍ଯୋଧନ କରନ୍ତି ଦୁଷ୍କର୍ମ

ନାରୀ ଅତ୍ୟାଚାରିତା ହୋଇ ଛାଡନ୍ତି ପ୍ରାଣ

ଫିରିଙ୍ଗି ଗଲେ, ଫିରିଙ୍ଗିଠୁ ବଳିଲେ ଦେଶ ଜନ

ପ୍ରାର୍ଥନା କରୁଛୁ ଆଉ ଥରେ ନିଅ ଜନ୍ମ


କଳ୍ପନା ରାୟ
କଳ୍ପନା ରାୟ, ଲଇଡା, ସମ୍ବଲପୁର


No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy