Friday, October 2, 2020

ଗାନ୍ଧୀ ଜୟନ୍ତୀ

ଅକ୍ଟୋବର ମାସ ଦୁଇ ତାରିଖ ଯେ 

        ଅଠର ସହ ଅଣସ୍ତରୀ 

ଗୁଜୁରାଟ ସ୍ଥିତ ପୋର ବନ୍ଦରରେ 

        ଜନମିଲେ ଯୁଗ ଧାରୀ   l୧l

ପିତା କରମ ଚାନ୍ଦ ମାତା ପୁତୁଲି

        ଜନ୍ମିଲେ କୁଳ ନନ୍ଦନ 

ସତ୍ୟ ଅହିଂସାର ପୂଜାରୀ ହୋଇଲେ 

        ନ୍ୟାୟ ଧର୍ମ ବିଦ୍ୟମାନ    l୨l

ବିଦ୍ୟା ଆରମ୍ଭିଲେ ରାଜ କୋଟ ଠାରେ 

         ଶିକ୍ଷା ଚାଟଶାଳୀ ଯାଇ 

ବାର ବରଷରେ ହାଇସ୍କୁଲ ଗଲେ 

         ଅଧିକ ଶିକ୍ଷଣ ପାଇଁ    l୩l

ପରିଦର୍ଶକ ସ୍କୁଲକୁ ଆସିଥିଲେ 

       ଶୃତଲିଖନ ଡାକିଲେ 

ଭୁଲ ଶବ୍ଦଟିଏ ଲେଖି ଦେଇ ଥିଲେ 

         ଗୁରୁଜୀ ଠାରି ତ ଦେଲେ  l୪l

ଦେଖିକି ଲେଖିବା ପାପ ହେବ ବୋଲି 

          କପି କରି ତ ନ ଥିଲା 

ଶ୍ରବଣର ଭକ୍ତି ହରିଶ୍ଚନ୍ଦ୍ର ସତ୍ୟ 

         ତାଙ୍କୁ ବିମୋହିତ କଲା     l୫l

କସ୍ତୁରୀ ବାଈଙ୍କୁ ବିବାହ କରିଲେ 

         ମାତ୍ର ତେର ବର୍ଷ ବେଳେ 

କାବା ଗାନ୍ଧୀଙ୍କର ମୃତ୍ୟୁ ହେବା ପରେ 

      ବିଲାତ ଯାତ୍ରା କରିଲେ       l୬l

ମଦ ମାଂସ ସ୍ପର୍ଶ କରିବେନି ବୋଲି 

       ମାତାଙ୍କୁ ତ କଥା ଦେଲେ 

ବlରିଷ୍ଠରୀ ପଢି ବିଜୟୀ ନ ହେଲେ 

        ହତାଶ ହୋଇ ପଡିଲେ   l୭l

ଦକ୍ଷିଣ ଆଫ୍ରିକାରେ ସଂଗଠନ କରି 

        ସତ୍ୟାଗ୍ରହ କରି ଥିଲେ 

ଲାଠି ମାଡ଼ ଖାଇ ଜେଲ ଯାଇଥିଲେ 

       ଶେଷରେ ବିଜୟୀ  ହେଲେ l୮l

ଇଂରେଜ ମାନଙ୍କ ଅତ୍ୟାଚାର ଥିଲା 

         ଚରମର ଶେଷ ସୀମା  

ଅସହ ଯୋଗ ଆନ୍ଦୋଳନ କଲେ

       ଜାତି ଜନକ  ମହାତ୍ମା    l୯l

ଗୋଷ୍ଠୀ ସଂଗଠନ ତାଙ୍କର ତ ଥିଲା 

       ପରାକାଷ୍ଠା ନେତୃତ୍ୱର

ଭାରତ ଛାଡ଼ ଆନ୍ଦୋଳନ କରିଲେ 

        ଜେଲ ଗଲେ ବାରମ୍ବାର   l୧୦l

ଗୋପବନ୍ଧୁ ଶାସ୍ତ୍ରୀ ପଟେଲ ସୁବାଷ 

        ସହଯୋଗ କରିଥିଲେ  

ବିଦେଶୀ ଦ୍ରବ୍ୟକୁ ବର୍ଜନ କରିଣ 

     ସ୍ବଦେଶୀ ଆପଣାଇଲେ     l୧୧l

ବହୁ କଷ୍ଟ ସାଧ୍ୟ ଆମ ସ୍ୱାଧୀନତା 

       ଅଗଷ୍ଟ ପନ୍ଦର ଦିନ 

ତ୍ରିରଙ୍ଗା ପତାକା ଆକାଶେ ଉଡିଲା 

       ବାପୁ ହେଲେ ତ ମହାନ  l ୧୨l

ବିଲା ହାଉସରେ ପ୍ରାର୍ଥନା ସଭାରେ 

      ନାଥୁରମ ଆତତାୟୀ 

ବନ୍ଧୁକ ଗୁଳିରେ ଟଳି ପଡିଲେ ସେ 

       ହେ ରାମ ବୋଲିଣ କହି   l୧୩l

ସହିଷ୍ଣୁତା ସତ୍ୟ ଅହିଂସା ସଂଯମ 

          ନ୍ୟାୟ ତ୍ୟାଗ ଗାନ୍ଧୀଙ୍କର 

ଧୂପ ଜଳି ଗାଲl  ବାସ ମହକିଲା

      ଅମର ହୋଇଲେ ବୀର  l୧୪l


ବାସନ୍ତୀ ଲତା ଜେନା
ଗାନ୍ଧିନଗର, ନବରଙ୍ଗପୁର  l

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy