Friday, October 2, 2020

ମଟାଳ ଇଶ୍ବର.....

ତୁମେ 

ଏମିତି ଢଙ୍ଗରେ ଆସି

ଚାଲି ଗଲ ଯେ

ମୁଁ ଏବେ ଅର୍ଦ୍ଧନାରୀଶ୍ବର

ନା ପୁଙ୍ଗବ ନିଜେ ଅଗଚୋର

ତୁମ ବିନା 

ଆଜି ବି ମୁଁ ମଟାଳ ଇଶ୍ବର

ତୁମେ ସାଜିଗଲ 

ଆକାଶରେ ତାରା

ଅଥଚ.....

ମୁଁ ଆଜି ବି ପଥର 

ଆଜି ବି ପଥର ାା


ତୁମେ ଉଡାଇଲ 

ବିଜୟ ବୈଜୟନ୍ତ

ଯଦିଓ ମୁଁ ଥିଲି ତା ସୂତ୍ରଧର

ତୁମେ ପଥିକ ସାଜିଲ

କଠୋର ପଥର

ମୁଁ ସାଜିଗଲି ସ୍ବପ୍ନ ର ସୌଦାଗର

ତୁମେ ଶିଖାଟିଏ ଦୀପର

ମୁଁ ତା ତଳେ

ଯେଉଁଠି ଏବେ ବି ଅନ୍ଧାର

ଏବେ ବି ଅନ୍ଧାର ାା


ତୁମେ 

ଚାଲିଗଲ ବୋଲି

ଆଜି ଏ ସମାଜ ନିଷ୍ଠୁର

ବୋଳି ଦିଏ କଳା ଦାଗ

କୁହେ ମୁଁ ...ପାଗଳ

ଅଛି ସେଇ ବିଲ, ପାହାଡ,ଜଙ୍ଗଲ

ସେଥିରେ ଅଭାବ କୋକିଳ ସ୍ବର

ତୁମେ ଥିଲ ସବୁଥିଲା ସବୁଜ ସୁନ୍ଦର

ଏବେ ସବୁଠି ରାଜୁତି

ନୀରବତାର.....

ତୁମେ ରାଣୀ ତୁମ ସରହଦେ

ଆଜି ବି ମୋ ଇଲାକା

ଦୀପ ତଳ ଅନ୍ଧାର

ମୁଁ ଆଜି ବି ପଥର

ମଟାଳ ଈଶ୍ବର ାା

ତ୍ରିନାଥ ବେହେରା
ବଡକୋଦଣ୍ଡା ,ଭଞ୍ଜନଗର ଗଞ୍ଜାମ

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy