Wednesday, October 14, 2020

ଆସ ଆସ ଗୋ ମାଆ ଦୁର୍ଗତୀନାସିନୀ

 ଶ୍ରୀ ସୁଦାମ ଦଳବରା


ପଡିଛି ବିପତ୍ତି ଭକ୍ତ ଡାକୁଅଛି ।

ଆସ ଗୋ ମାଆ  ଧରାଧାମକୁ ।

ତୋ ସନ୍ତାନ ଆଜି ଆତୁର ଡାକୁଛି..ମାଆ(୨ଥର)

ରକ୍ଷାକର ବେଗେ ଆସି ...ମାଆ.. ରକ୍ଷାକର...


ତୁମ ଆଶ୍ରିପାଦ ଥାଉ ମୋ ମଥାରେ ।

ଗୁହାରୀ  ମୋ ଶୁଣ ମାଆ ଦୁର୍ଗେ ।

ବିପଦ କାଳରେ ସାହାୟ ହୁଅ ମାଆ

ଡାକୁଛି ଉତ୍କଣ୍ଠା ବେଗେ ମାଆ.. ଡାକୁଛି..


ତୁ ସାହା ନହେଲେ ମା ଆହାଃ କେ କରିବ ।

ଯିବି ମୁଁ ଅନାଥ ହୋଇ..

ମାଆ ନାମେ ତୁମ କଳଙ୍କ ଲାଗିବ

ପାରିବୁ କି ତୁ ସହି ମାଆ..ପାରିବୁ କି ତୁ ସହି..


ବିପଦ ବେଳରେ ତୁ ଛିଡା ହୋଇଅଛୁ ।

ତୋ ସନ୍ତାନ ମଙ୍ଗଳ ପାଇଁ ।

ଆଜି କିମ୍ପା ତୁହିଁ ରହିଛୁ ଦୂରରେ

ନିର୍ଦୟ କାହିଁକି ହେଇ ମାଆ.. ନିର୍ଦୟ କାହିଁକି ହେଇ ।


ଏ ଧରାର ଦୁଃଖ ସହି ନ ପାରିଲୁ ।

ଦୁର୍ଗା ରୂପେ ଆସି ଥିଲୁ..ମାଆ..

 ମହିଷାସୁରକୁ ତୁହିଁ ବଂଧ କରି

ମହୀରୁ ପାପ ନାସିଲୁ ମାଆ ..ଏ ମହୀରୁ..


ସନ୍ତାନ ପାଇଁ ତ ମାଆର ମମତା

ଯୁଗେ ଯୁଗେ ରହି ଅଛି

ତୋ ସନ୍ତାନ ଆଜି ବିପଦେ ଡାକୁଛି

ସୁବୁଛି କି ନାହିଁ କିଛି ..ମାଆ.. ସୁବୁଛି କି..


ମାଆ ଯାର ସାହା ସେ ସନ୍ତାନ... ପାଇଁ

 ବିପଦ ତ ଟଳି ଯାଏ...

ତୁ ଯଦି ମାଆ ଉଦ୍ଧାରୀ ନ ଆସୁ

ଆଉ ବା ଆସିବ କିଏ ମାଆ ..ଆଉ ବା ଆସିବ..


ଆସ ଆସ ଗୋ ମାଆ ଦୁର୍ଗତୀ ନାସିନି..

ଆସ ଆସ ଗୋ ମାଆ ତୁ ଦୁଃଖ ହାରୀଣୀ...

ସବୁ ଦୁଃଖକୁ ନେ ହରି..

 ସନ୍ତାନକୁ ତୋର ଏ ଦୁଃଖରୁ ଉଦ୍ଧାରେ

ଟେକ ରହୁ ନାମ ତୋର ..ମାଆ.. ଟେକ ରହୁ..


ଜାଣୁ ଏ ଜଗତ ତୋ ନାମ ରହୁ ଟେକ

ତୋ ସନ୍ତାନ ମଙ୍ଗଳ ପାଇଁ

 ତୁ କେତେ ବ୍ୟସ୍ତ

ତୋ କରୁଣା ତ ବହିଯାଉ..

ବିପଦୁ ଉନ୍ଧାରୀ ସୁଖ ଭରିଦେ ମାଆ 

ତୋ ନାମ ଯୁଗେ ଯୁଗେ ରହୁ...

ମାଆ.. ତୋ ନାମ ଯୁଗେ...


 ଶ୍ରୀ ସୁଦାମ ଦଳବରା,
ତୁରୁମୁ, ଭଞ୍ଜନଗର, ଗଞ୍ଜାମ,

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy