Tuesday, October 13, 2020

🙏ଇଶ୍ୱରଙ୍କୁ ଚିଠି🙏


               ✍ଏଲିନା ଶତପଥୀ


ହେ ପ୍ରିୟ

       ଭଗବାନ ଦୂରୁନେବ

                  ସାଷ୍ଟାଙ୍ଗ ପ୍ରଣାମ

ଧ୍ରୃଷ୍ଟତା କରୁଛି କ୍ଷମା

                   ଦେବ ମୋତେ

ଲକ୍ଷ୍ମୀକାନ୍ତ ନାରାୟଣ

       କ୍ଷମାର ସାଗର ତୁମେ

କୃପାସିନ୍ଧୁ ଏକଥା

           କହେ ପୁରାଣ

ପତ୍ର ମାଧ୍ୟମରେ

           ଜଣାଉଛି ପ୍ରଭୁ

ରଖିବମୋ ନିଵେଦନ।


ଏତେଛୋଟ କରି

       କହିଁକି ପ୍ରଭୁହେ

ରଚିଲ ଏହି ବିଶ୍ୱ

     ଆଉଟିକେ ଵଡ଼ 

କରି ରଚିଥିଲେ

     କେହି ହୋଇନଥାନ୍ତେ ନିଶ୍ୱ।


ଗୁରୁ ଗୁରୁଜନ ଵଞ୍ଚିଥାନ୍ତେ ସଵୁ

         ରହିଥାନ୍ତେ ଯଦି ସୁସ୍ଥ

ସେମାନଙ୍କୁ ଦେଖି

    ତୁମ ମନକଣ ହୋଇନ

ଥାନ୍ତା ଉଲ୍ଲାସ।


ରାଗ ହିଂସା ଲୋଭ

             ସବୁରି ମନରୁ

ଦେଇଥାନ୍ତ ଯଦି ପୋଛ

       ସୁନ୍ଦର ସୃଷ୍ଟି ତୁମ

ଆହୁରି ସୁନ୍ଦର ଦିଶିଥାନ୍ତା

    ତୁମେ ଦେଖି ହୋଇଥାନ୍ତ ଖୁସି।


ରୋଗ ମୃତ୍ୟୁ ପ୍ରଭୁ

        କାହିଁକି ଦେଲ

ଅଦିନେ ଝଡିଯାନ୍ତି 

                ସମସ୍ତେ

ଆତ୍ମୀୟ ହରାଇ

       ଆତ୍ମା ଛଟପଟ ହୁଏ

ଦେଖ କେମିତି ଗୁପତେ।


କେତେ ଜତନରେ

       ଫୁଲକୁ ଫୁଟାଅ

ପୁଣି ଦେଉଅଛ ମଳି

      ନିଜହାତେ ସୃଷ୍ଟି କରି

ମନୁଷ୍ୟ କୁ ଦେଉଅଛ

              ଧ୍ୱଂସ କରି।


ମୋ ପତ୍ରକୁ ପଢ଼ି

        ଚିରି ଦଵନାହିଁ

ଟିକିଏ ଭିବିଵ

         ମୋହର କଥା

ଧ୍ରୃଷ୍ଟତା ଯଦି

           କରି ଥାଏ ପ୍ରଭୁ

କ୍ଷମା ଦେଵ ମୋତେ

    ତୁମ ଚରଣେ ନୁଆଏଁମଥା

ଇତି

   ତୁମର ସରିତା।


           ମାଲକାନଗିରି।


No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy