ବେଳେବେଳେ ପ୍ରେମ ଲାଗେ
ସାଗରଠୁ ଗଭୀର
ବେଳେବେଳେ ପ୍ରେମ ପୁଣି
ସରଗଠୁ ସୁନ୍ଦର ।।
ବେଳେବେଳେ ପ୍ରେମ ହୁଏ
ଫଗୁଣର ଫୁଲ
ବେଳେବେଳେ ପ୍ରେମ ପୁଣି
ମାଦକଭରା ମହୁଲ ।।
ବେଳେବେଳେ ପ୍ରେମ ସାଜେ
ବୈଶାଖରେ ବର୍ଷା
ବେଳେବେଳେ ପ୍ରେମ ପାଲଟେ
ନିଶା ଆଉ ଇର୍ଷା ।।
ବେଳେବେଳେ ପ୍ରେମ ଦିଏ
ସଫଳତାରେ ଶକ୍ତି
ବେଳେବେଳେ ପ୍ରେମ ପୁଣି
ପୂଜା ଆଉ ଭକ୍ତି ।।
ବେଳେବେଳେ ପ୍ରେମ ଗଢେ
ଭିନ୍ନ ଏକ ଜୀବନ
ବେଳେବେଳେ ପ୍ରେମ ବଢେ
ସାଜି ମନ ମିଳନ
ସତରେ ଏ ପ୍ରେମ,
ଦୁଇଟି ହୃଦୟର ସମର୍ପଣର ସ୍ପନ୍ଦନ ।।
କବି-ଯୁଧିଷ୍ଠିର ମୁଦୁଲି
ଭବାନୀପାଟଣା, କଳାହାଣ୍ଡି
ଭବାନୀପାଟଣା, କଳାହାଣ୍ଡି
No comments:
Post a Comment