ଦେଖିଯାଅ ବାପୁ ଆସି ଥରେ ଶାସ୍ତ୍ରୀ
ସପ୍ନିଳ ଭାରତ ତୁମ
ସ୍ବାଧୀନତା ନାମେ କଣ୍ଟକିତ ପଥ
ଶକୁନିର କୂଟ କର୍ମ ।।
ନିଶା ଘାରି ଅଛି ପଶା ଖେଳେ ନିତି
ଧର୍ମ ରାଜା ଙ୍କର ଆଜି
ବିଦେଶୀ ହାତରେ ସ୍ବଦେଶ କୁ ବିକି
ଲମ୍ପଟ ପୁରୁଷ ସାଜି ।।
ପାଞ୍ଚାଳୀ ଆଖିରେ ଲୁହ ଝରୁଅଛି
ପ୍ରତି ପଞ୍ଚାୟତେ ଧର୍ଷିତା
ଲାଞ୍ଛିତ ହୋଇଣ ଦିନ ବିତାଉଛି
କୃଷ୍ଣ ବିନେ ସେହି ବନିତା ।।
ତୁମରି ସ୍ବପ୍ନକୁ ସାକାର କରିବା
ହେଲା ଏବେ ଅସମ୍ଭବ
ମଧ୍ୟରାତ୍ରିରେ ବି ଝିଅ ଯିବ ଏକା
ତେବେ ସ୍ବାଧୀନ କହିବ ।।
ମୃତ୍ୟୁ କୁ ନିଜ ମୁଷ୍ଠି ରେ ରଖି ନିଜେ
ଘରୁ ଯେବେ ବାହାରିବ
ସୁରକ୍ଷା ଦେବାକୁ ତତ୍ପର ନିଜସ୍ବ
ବସୁଧା ବି ଶୀତଳିବ ।।
ଲୁଚିବନି ସେ ନିଭୃତ ଘର କୋଣେ
କଷଟି ପଥରେ ଘଷି
ନିରେଖି ପରଖୀ ନିଜକୁ ନିଜେ ସେ
ପକ୍ଷାଘାତେ ସିଏ ଲେସି ।।
ତୁମରି ସ୍ବପ୍ନ ର ସମାଜକୁ ତୁମେ
ଉପରୁ ଯାଅ ହେ ଦେଖି
ଝରିପଡୁ ତୁମ ଅଶ୍ରୁ ଧାରା ତଳେ
ମନ୍ଦିର ଶ୍ମଶାନ ସାକ୍ଷୀ ।।
ତାପ୍ତିମୟୀ ପଣ୍ଡାମିଶ୍ର ,
ମେଲଛାମୁଣ୍ଡା ବରଗଡ ।।
This comment has been removed by the author.
ReplyDelete