Friday, October 2, 2020

ପଥବଣା ଭାରତ

ହେଗାନ୍ଧୀ ଥରେ ଦେଖିଯାଅ ଆସି

ତୁମଦେଶ ଆଜି କେତେ ସ୍ୱାଧୀନ

ଯାହାକୁ ଦେଖିବା ଥିଲା ସପନ

କରିଥିଲ କେତେ ଯେ ଅନଶନ l


କୁଟିଖାଅ କାଟିପିନ୍ଧ ଯେ ଥିଲା 

ତୁମର ଆଦର୍ଶ ବାଣୀ,

ଆଜିର କର୍ମକୋଢ଼ିଆ ମଣିଷ

ପତାଏ ହାତ ନିର୍ଲଜ ସାଜି 

ଭୁଲି ପୁରୁବର ଗର୍ବ କାହାଣୀ l


ସ୍ଵତନ୍ତ୍ରତା ଥିଲା ତୁମରି ଲକ୍ଷ୍ୟ

ସ୍ୱାଧୀନ ହୋଇଲେ ସକଳଲୋକ

କପଟ ତେଜିଲା, ଅବକ୍ଷୟ ହେଲା


ବିଭାଜନ ଦେଲା ତୁମକୁ ଦୁଃଖ l


ସତ୍ୟ ଅହିଂସା ମାର୍ଗ ସପନ

ରାମ ରାଜ୍ୟ କାହିଁ କଲା ଗୋପନ

ଭାରତମାତା ଆଜି କରେ କ୍ରନ୍ଦନ

ଗାନ୍ଧୀସ୍ବପ୍ନର କି ହେଲା ଦହନ l


ସ୍ୱଚ୍ଛଭାରତ ମରୀଚିକା ସାଜେ

ଲୋକ ହୁଅନ୍ତି କି ହଟହଟା

ବାଟ ହୁଡିଗଲେ ପ୍ରତିନିଧି ଆମ

ସବୁକିଛି ଆଜି ବେସରବଟା l


ସନ୍ତୋଷ କୁମାର ସାହୁ
ଚିର୍ମା
ନବରଙ୍ଗପୁର


No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy