✍ବାସନ୍ତୀ ଲତା ଜେନା
ସ୍ବପ୍ନ ତ ଅନେକ ମଣିଷ ଜୀବନେ
ସବୁ ମନେ ନ ରୁହଇ
ସାଗରର ଢ଼େଉ ପରି ଭାସି ଯାଏ
କେତେକ ସ୍ଥିର ହୁଅଇ l 1l
ରାତ୍ରିର ସପନ ସମସ୍ତେ ଦେଖନ୍ତି
ସକାଳେ ଭୁଲି ଯାଆନ୍ତି
ପାହାନ୍ତି ସପନ କିଛି ସତ୍ୟ ହୁଏ
ଲୋକେ ଏହା କହି ଥାନ୍ତି l 2l
ଭଲ ପାଠ ପଢି ଡାକ୍ତର ହୋଇବି
ଦିନେ କେତେ ଭାବୁ ଥିଲି
ଜନ ସେବା କରି ଖୁସିରେ ରହିବି
ଦେଶର ସେବକ ବୋଲି l3l
ଅସାଧ୍ୟ ରୋଗକୁ ଭଲ କରିବି ମୁଁ
କରି ସଠିକ ନିଦାନ
ସେହି କlମେ ଆଜି ମନ ଦେଇଛି ମୁଁ
ଅଭୁଲା ମୋର ସପନ l4l
ପିଲାଟି ଦିନରୁ ଦିଅଁ ପୂଜୁଛି ମୁଁ
କରି ତାଙ୍କୁ ଆରାଧନା
ଭଜନ ଜଣାଣ ନିତି ଗାଇଛି ମୁଁ
କରେ ତାଙ୍କୁ ବନ୍ଦାପନା l5l
ସପନରେ ଆସି ଦେଖା ଦେଲେ ପ୍ରଭୁ
କାଳିଆ ସାଆନ୍ତ ମୋର
ସତ ଲାଗୁଥିଲା ବାସ୍ତବତା ରୂପ
ବିଶ୍ୱାସ ମୋ ଫୁଲ ଘର l 6l
ସେ ଦିନର କଥା ଅଭୁଲା ସ୍ବପ୍ନ ମୋ
ଆଜି ବି ପାରିନି ଭୁଲି
କଳାଶ୍ରୀ ମୁଖକୁ ଥରେ ଭାବି ଦେଲେ
ହୃଦ ମୋର ଯାଏ ଫୁଲି l 7l
ଗାନ୍ଧିନଗର, ନବରଙ୍ଗପୁର l
No comments:
Post a Comment