Wednesday, October 7, 2020

🌙🌛 ମାଆ ଗୋ ଚାନ୍ଦ ଦିଅ ମତେ ଆଣି🌛🌙

✍ରଂଜିତା ପତି

    

 ରୋଦନ କରନ୍ତି

    ମାତା ପାଶେ ଯାଇ

କଳାକାହ୍ନୁ ବେଣୁପାଣି,,,,,

ମାଆ ଗୋ ଚାନ୍ଦ ଦିଅମତେ ଆଣି

କେଡେ ସୁନ୍ଦର ତା

      ତୋଫା ମୁଁହ ସତେ

   ମନ ମୋ ନିଏ ସେ ଟାଣି,,,,,

ମାଆ ଗୋ ଚାନ୍ଦ ଦିଅମତେ ଆଣି

ଖାଇବି ନାହିଁ ମୁଁ

      କହୁଅଛି ସତ

କ୍ଷୀର,ସର,ଦହି,ଲବଣୀ,,,,,

ମାଆ ଗୋ ଚାନ୍ଦ ଦିଅମତେ ଆଣି

ନନ୍ଦବଳା ସେତ

     ହଟିଆ ନଟିଆ

ଏଡେ ଅଝଟିଆ ପୁଣି,,,,,

ମାଆ ଗୋ ଚାନ୍ଦ ଦିଅମତେ ଆଣି

କହନ୍ତି ଯଶୋଦା

     କାନ୍ଦନା ମୋ ଧନ

ତୁ ମୋ ଗଳା ରତ୍ନମଣି,,,,,

ମାଆ ଗୋ ଚାନ୍ଦ ଦିଅମତେ ଆଣି

ଚାନ୍ଦଠୁ ସୁନ୍ଦର

     ବୋହୂ ମୁଁ ଆଣିବି

ତୁ ରାଜା ସେ ହେବ ରାଣୀ,,,,,

ମାଆ ଗୋ ଚାନ୍ଦଦିଅ ମତେ ଆଣି

ବଦନ ସହାସ୍ୟ

    ଓଠେ ସ୍ମିତହାସ୍ୟ

ଶୁଣି ମାତା ଙ୍କ ର  ବାଣୀ,,,,

ମାଆଗୋଦିଅ ମତେବୋହୁ ଆଣି

କହନ୍ତି ଯଶୋଦା

     ବାହାବୟସ ତୋ

ହୋଇଯାଉ ଧନମଣି,,,,,

ମୋ ଧନ ରେ ,,,,,ତୁ ମୋଗଳା ରତ୍ନ ମଣି,,,,,

ମୋ ଧନ ରେ,,,,   


ଜଗନ୍ନାଥ ପ୍ରସାଦ
ଗଂଜାମ

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy