ରୋଗ ଦେଖେ ନାହିଁ ଧନୀ ଗରିବ
ସବୁଠାରେ ତା'ର ଶରଧା ଭାବ l
ଭୋକ ଖୋଜେନା ସ୍ଵାଦିଷ୍ଟ ଭୋଜନ
ସବୁ ଖାଦ୍ୟେ କରେ ଉଦର ପୂର୍ଣ୍ଣ l
ଆଖି ବlଛେ ନାହିଁ ଭଲ କି ମନ୍ଦ
ବିବେକ କରେନା କା ସାଥେ ଦ୍ଵନ୍ଦ୍ଵ
ଯମ କଞ୍ଚା ପାଚିଲା ଦେଖେ ନାହିଁ
ଆୟୁଷ ସରିଲେ ବାନ୍ଧି ନିଅଇ l
ମାଆ ପାଖେ ନାହିଁ ଭିନ୍ନତା ଭାବ
ଉଦାରପଣେ ତା' କେ ସରି ହେବ l
ଦିଅଁ ଭୋଗର ମୂଲ୍ୟ ନ ଦେଖନ୍ତି
ହୃଦୟକୁ ତୁମ ପରଖିଥାନ୍ତି l
ବୃକ୍ଷ ଦେଖେ ନାହିଁ ଜୀବର ଗୁଣ
ତା ନିକଟରେ ସଭିଏଁ ସମାନ l
ଦଇବ ଦେଖେ ନା ଧନ ସମ୍ପତ୍ତି
କର୍ମ ନେଇ ଦେଇଥାଏ ସେ ଶାସ୍ତି l
ଗୁରୁ ଆଗେ ନାହିଁ ବlଛ ବିଚାର
ଶିକ୍ଷl ଦେଇଥାନ୍ତି କରି ନିଜର l
ଜ୍ଞାନ ଆଗେ ନାହିଁ ଜାତି ଅଜାତି
ଜ୍ଞାନୀ ବୁଝିଥାଏ ନୀତି ଅନୀତି l
ରୂପ ବଢ଼ାଏନା ବ୍ୟକ୍ତିର ମାନ
ଉଦାର ହୃଦୟ ପାଏ ସମ୍ମାନ l
ବାୟୁ ବୁଝେ ନାହିଁ ପ୍ରିୟା କି ପ୍ରୀତି
ସବୁ ଦିଗକୁ ତା' ହୁଅଇ ଗତି l
ଜଳ ମାପେନାହିଁ ମଣିଷ କର୍ମ
ଜଗତ କଲ୍ୟାଣ ତା' ଶ୍ରେଷ୍ଠ ଧର୍ମ l
ସେଥିପାଇଁ କହେ ହେ ବିଜ୍ଞ ନର
ହୁଅ ନାହିଁ ଶତ୍ରୁ ନିଜେ ନିଜର l
ଆନ ଦୋଷ କର ନାହିଁ ବିଚାର
ନିଜ କରମକୁ ତର୍ଜମା କର ll
କବିକମଳ-ନରେନ୍ଦ୍ର ପ୍ରସାଦ ବେହେରା, ଆଳଦା, ଖଇରା,ବାଲେଶ୍ବର
ସବୁଠାରେ ତା'ର ଶରଧା ଭାବ l
ଭୋକ ଖୋଜେନା ସ୍ଵାଦିଷ୍ଟ ଭୋଜନ
ସବୁ ଖାଦ୍ୟେ କରେ ଉଦର ପୂର୍ଣ୍ଣ l
ଆଖି ବlଛେ ନାହିଁ ଭଲ କି ମନ୍ଦ
ବିବେକ କରେନା କା ସାଥେ ଦ୍ଵନ୍ଦ୍ଵ
ଯମ କଞ୍ଚା ପାଚିଲା ଦେଖେ ନାହିଁ
ଆୟୁଷ ସରିଲେ ବାନ୍ଧି ନିଅଇ l
ମାଆ ପାଖେ ନାହିଁ ଭିନ୍ନତା ଭାବ
ଉଦାରପଣେ ତା' କେ ସରି ହେବ l
ଦିଅଁ ଭୋଗର ମୂଲ୍ୟ ନ ଦେଖନ୍ତି
ହୃଦୟକୁ ତୁମ ପରଖିଥାନ୍ତି l
ବୃକ୍ଷ ଦେଖେ ନାହିଁ ଜୀବର ଗୁଣ
ତା ନିକଟରେ ସଭିଏଁ ସମାନ l
ଦଇବ ଦେଖେ ନା ଧନ ସମ୍ପତ୍ତି
କର୍ମ ନେଇ ଦେଇଥାଏ ସେ ଶାସ୍ତି l
ଗୁରୁ ଆଗେ ନାହିଁ ବlଛ ବିଚାର
ଶିକ୍ଷl ଦେଇଥାନ୍ତି କରି ନିଜର l
ଜ୍ଞାନ ଆଗେ ନାହିଁ ଜାତି ଅଜାତି
ଜ୍ଞାନୀ ବୁଝିଥାଏ ନୀତି ଅନୀତି l
ରୂପ ବଢ଼ାଏନା ବ୍ୟକ୍ତିର ମାନ
ଉଦାର ହୃଦୟ ପାଏ ସମ୍ମାନ l
ବାୟୁ ବୁଝେ ନାହିଁ ପ୍ରିୟା କି ପ୍ରୀତି
ସବୁ ଦିଗକୁ ତା' ହୁଅଇ ଗତି l
ଜଳ ମାପେନାହିଁ ମଣିଷ କର୍ମ
ଜଗତ କଲ୍ୟାଣ ତା' ଶ୍ରେଷ୍ଠ ଧର୍ମ l
ସେଥିପାଇଁ କହେ ହେ ବିଜ୍ଞ ନର
ହୁଅ ନାହିଁ ଶତ୍ରୁ ନିଜେ ନିଜର l
ଆନ ଦୋଷ କର ନାହିଁ ବିଚାର
ନିଜ କରମକୁ ତର୍ଜମା କର ll
କବିକମଳ-ନରେନ୍ଦ୍ର ପ୍ରସାଦ ବେହେରା, ଆଳଦା, ଖଇରା,ବାଲେଶ୍ବର
No comments:
Post a Comment