ପରମାତ୍ମା ବୋଲି ରୂପ କିଛି ନାହିଁ
ଶବ୍ଦ ଏକ ଆଧ୍ୟାତ୍ମିକ
ନୁହଁନ୍ତି ଆକାଶ ଗ୍ରହ କି ନକ୍ଷତ୍ର
ନାହିଁ ତାଙ୍କ ମୂଲ୍ୟ ଅଙ୍କ l
ନୁହଁନ୍ତି ଆକାର ସେ ତ ନିରାକାର
ଭାବରେ ସୂକ୍ଷ୍ମ ଭାବନା
ପରମାତ୍ମା ଆଗାମୀ ସମୟପାଇଁ
ଆଧ୍ୟାତ୍ମିକ ସମ୍ଭାବନା l
ଏ ଜୀବନ- ଗଙ୍ଗା ଆସିଛି ଯେଉଁଠୁ
ସେ ସାଗରେ ହେବ ଲୀନ
ସେ ଯାଏ ସାଙ୍ଗରେ ଧରି ଧର୍ମ ଦଣ୍ଡ
କରିବା କlଳ ଯାପନ l
ଦୁଃଖୀ ଅସଫଳ ଆତ୍ମା ଖୋଜେ ବଳ
ଲକ୍ଷ୍ୟପଥ ସ୍ଵର୍ଗଧାମ
ଆଗକୁ ଯିବାକୁ ହୁଅଇ ତତ୍ପର
ନିଜ ମୁକ୍ତି ତାର କାମ୍ୟ l
ଶରୀର ସଂଯୁକ୍ତ ରହିଅଛି ମନ
ହୁଏ ସଦା ଅନୁଭବ
ଆତ୍ମାର ଖବର ମିଳେ ନାହିଁ କିଛି
କେଉଁଠି ସେ ବଇଭବ l
ଶୁଭୁନାହିଁ କେବେ ଆତ୍ମାର ଶବଦ
ଜାଣେନାହିଁ ଜୀବକୋଷ
ଭାଷାକୋଷ ଅର୍ଥ ଖୋଜି ପାଏ ସିନା
ଆତ୍ମା ସର୍ବଦା ଅଦୃଶ୍ୟ l
କାମନା ବାସନା ଜଡିତ ଶରୀର
କରେ ମିଳନ ଅକାଂକ୍ଷା
ବଦଳି ଯାଏ ଏ ମନର ଭାବନା
ମାଗେ ସ୍ନେହ ପ୍ରେମ ଭିକ୍ଷା l
ଶରୀର ଆମର ଜଡ ବସ୍ତୁ ସିନା
ମନେ ଭରିଛି ଚେତନା
ସେ ଚେତନା ଆଣେ ଅଲୋଡା ଜୀବନେ
କେତେ କାମନା ବାସନା l
ମନର ମିଳନେ ପ୍ରେମ ସୃଷ୍ଟି ହୁଏ
ଜଳ ମିଳନେ ଜୀବନ
ଆତ୍ମାର ମିଳନେ ଭକତି ରସରେ
ପରମାତ୍ମା ଠାରେ ଲୀନ ll
କବିକମଳ-ନରେନ୍ଦ୍ର ପ୍ରସାଦ ବେହେରା, ଆଳଦା, ଖଇରା,ବାଲେଶ୍ବର
ଶବ୍ଦ ଏକ ଆଧ୍ୟାତ୍ମିକ
ନୁହଁନ୍ତି ଆକାଶ ଗ୍ରହ କି ନକ୍ଷତ୍ର
ନାହିଁ ତାଙ୍କ ମୂଲ୍ୟ ଅଙ୍କ l
ନୁହଁନ୍ତି ଆକାର ସେ ତ ନିରାକାର
ଭାବରେ ସୂକ୍ଷ୍ମ ଭାବନା
ପରମାତ୍ମା ଆଗାମୀ ସମୟପାଇଁ
ଆଧ୍ୟାତ୍ମିକ ସମ୍ଭାବନା l
ଏ ଜୀବନ- ଗଙ୍ଗା ଆସିଛି ଯେଉଁଠୁ
ସେ ସାଗରେ ହେବ ଲୀନ
ସେ ଯାଏ ସାଙ୍ଗରେ ଧରି ଧର୍ମ ଦଣ୍ଡ
କରିବା କlଳ ଯାପନ l
ଦୁଃଖୀ ଅସଫଳ ଆତ୍ମା ଖୋଜେ ବଳ
ଲକ୍ଷ୍ୟପଥ ସ୍ଵର୍ଗଧାମ
ଆଗକୁ ଯିବାକୁ ହୁଅଇ ତତ୍ପର
ନିଜ ମୁକ୍ତି ତାର କାମ୍ୟ l
ଶରୀର ସଂଯୁକ୍ତ ରହିଅଛି ମନ
ହୁଏ ସଦା ଅନୁଭବ
ଆତ୍ମାର ଖବର ମିଳେ ନାହିଁ କିଛି
କେଉଁଠି ସେ ବଇଭବ l
ଶୁଭୁନାହିଁ କେବେ ଆତ୍ମାର ଶବଦ
ଜାଣେନାହିଁ ଜୀବକୋଷ
ଭାଷାକୋଷ ଅର୍ଥ ଖୋଜି ପାଏ ସିନା
ଆତ୍ମା ସର୍ବଦା ଅଦୃଶ୍ୟ l
କାମନା ବାସନା ଜଡିତ ଶରୀର
କରେ ମିଳନ ଅକାଂକ୍ଷା
ବଦଳି ଯାଏ ଏ ମନର ଭାବନା
ମାଗେ ସ୍ନେହ ପ୍ରେମ ଭିକ୍ଷା l
ଶରୀର ଆମର ଜଡ ବସ୍ତୁ ସିନା
ମନେ ଭରିଛି ଚେତନା
ସେ ଚେତନା ଆଣେ ଅଲୋଡା ଜୀବନେ
କେତେ କାମନା ବାସନା l
ମନର ମିଳନେ ପ୍ରେମ ସୃଷ୍ଟି ହୁଏ
ଜଳ ମିଳନେ ଜୀବନ
ଆତ୍ମାର ମିଳନେ ଭକତି ରସରେ
ପରମାତ୍ମା ଠାରେ ଲୀନ ll
କବିକମଳ-ନରେନ୍ଦ୍ର ପ୍ରସାଦ ବେହେରା, ଆଳଦା, ଖଇରା,ବାଲେଶ୍ବର
No comments:
Post a Comment