Thursday, September 3, 2020

ଅନ୍ତିମ ସତ୍ୟ

✍ନିର୍ମଳ ନାୟକ 

ଦୁନିଆ ଦୁଇ ନିଆଁର ମଧ୍ୟମ ବେଳ.. 
ପହିଲି ନିଆଁ ଟି ଜଳେ ଏଁନ୍ତୁଡ଼ିଶାଳ... 
ଅନ୍ତିମ ନିଆଁ ଟି ଜଳେ ମଶାଣି ସ୍ଥଳ... 
ମଧ୍ୟବର୍ତ୍ତୀ ବେଳା ଟି ଜୀବନ କାଳ !!

ରାମ ନାମ ସତ ହେ.. ମହାସତ୍ୟ.. 
ହରି ନାମ ସତ ହେ.. ମହା ସତ୍ୟ.. 
ଅନ୍ତିମ ବେଳା ର ମନ୍ତ୍ର ମହା ସତ୍ୟ.. 
ମୋକ୍ଷ ପ୍ରାପ୍ତି ର ମାର୍ଗ..ମହା ସତ୍ୟ !!

ମିଛ ଅଭିମାନ ଏ ସବୁ ମୋର. ମୋର 
ଖାଲି ହାତ ଆସିଲୁ ଯିବୁ ଖାଲି ହାତର.. 
ଏଠି ଖାଲି ମରୀଚିକା ସମସ୍ତେ ମୋର.. 
ମିଛେ ଛନ୍ଦି ହଉ ମୋହ ମାୟା ସଂସାର.!!

ଛ ଖଣ୍ଡ ବାଉଁଶ ଅନ୍ତିମ ଯାତ୍ରା ତୋର.. 
ଛ ଖଣ୍ଡ କାଠ ରେ ଜଳିବ ଜୁଇ ତୋର.. 
ସାଙ୍ଗ ସାଥି ମାନେ ଫେରିବେ ନିଜଘର.. 
ଶୋକ ସଭା ଆଉ ସ୍ମୃତି ପାଠ ତୋର !!

ଦ୍ଵିତୀୟ ଦିନରେ ଅସ୍ଥି କଳସ ତୋର.. 
ପୂଜା ପାଠ କରିବେ ଯାଇ ନଦୀ ତୀର.. 
ଜଳରେ ଭସାଇ ଦେଇ ଫେରିବେ ଘର.. 
ଶୋକ ଛାୟା ଘେରି ଥିବ ତୋ ପରିବାର !!

ତୃତୀୟ ଦିନର ବନ୍ଧୁ ବାନ୍ଧବଙ୍କୁ ଖବର.. 
ମନେ ପକାଇବେ ସ୍ମୃତି ଭଲ ମନ୍ଦ ତୋର.. 
ଏକତ୍ରିତ ହେବେ ସଭି ପ୍ରାଥନା ସଭାରେ.. 
ଆତ୍ମା ର ସଦଗତି ପାଇଁ ପ୍ରଭୁଙ୍କୁ ପାଖରେ.. 
ପ୍ରାଥନା କରି ବାହୁଡ଼ିବେ ନିଜ ନିଜ ଘର !!

ଚତୁର୍ଥ, ପଞ୍ଚମ. ଷଷ୍ଠ ସପ୍ତମ ଦିନ ର . 
ଶୋକ ସନ୍ଦେଶ ସାନ୍ତ୍ୱନା ମିଳିବାରେ 
ହାଉଲେ ସାମାନ୍ୟ ହୁଏ ପରିବେଶର. 
ଆସନ୍ତା ତିଆରି ରେ ସର୍ବେ ତରବର !!

ଅଷ୍ଟମୀ ନବମୀ ଦିନେ ସୌଚ କ୍ରିୟା.. 
ଧୀରେ ଭୁଲିଲେ ମୋ' ମୋହ ମାୟା.. 
ଆସନ୍ତା ଦିବସେ ଶୁଦ୍ଧି କରଣ ର ଵିଧି.. 
ନଦୀ ସ୍ନାନ, ପୂଜାପାଠ, ଆହୁତିର ସିଦ୍ଧି !!

ଏକାଦଶ ଦିବସ ଜ୍ଞାତି ଭୋଜି ସମୁହ.. 
ନିମନ୍ତ୍ରଣ, ଆମନ୍ତ୍ରଣ, ବାନ୍ଧବ ଙ୍କ ଉତ୍ସାହ... 
ଭୋଜି ଖାଇ ସନ୍ତୋଷ, ସାନ୍ତ୍ୱନା ଆଗ୍ରହ.. 
ଛବିରେ ମାଲ୍ୟାର୍ପଣ ଫୁଲ ଚନ୍ଦନ ଚାହ !!

ମୁକସାକ୍ଷୀ ସେହି ସ୍ମଶାନଭୂମି ମୋର.. 
ପଶୁପତି ପ୍ରତିମା ଶାନ୍ତ, ସୌମ୍ୟ ପ୍ରସ୍ତର .. 
ଆରପାରି ର ଯାତ୍ରୀଙ୍କୁ ସ୍ୱାଗତମ ଆଦର. 
ସତ୍ୟ ଶିବ ସୁନ୍ଦର ସେ ମହାକାଳେଶ୍ୱର!!


ନିର୍ମଳ ନାୟକ 
151, ନାଗାର୍ଜୁନ କଲୋନୀ 
ନାରା ରୋଡ, ଜରିପଟକା 
ନାଗପୁର, ମହାରାଷ୍ଟ୍ର 
44 00 14

1 comment:

  1. ବହୁତ ସୁନ୍ଦର ଶବ୍ଦ ଭାଇ ଅନ୍ତିମର ଲକ୍ଷଣ ଗୁଡିକ ଧନ୍ଯବାଦ

    ReplyDelete

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy