ଶୂନ୍ୟ ବ୍ରହ୍ମାଣ୍ଡରେ ଦୋଳାୟିତ ସର୍ବେ
କାହାର ବା ସ୍ଥିତି ସ୍ଥିର
କାହା ପଛେ ପଛେ ଧାଉଁଛି ପଦବୀ
କିଏ ବା ପଛରେ ତା'ର ।।
ଆସନ ଉପରେ ବସାଇ ଦୁନିଆଁ
ପଦବୀ ମୁକୁଟ ଦିଏ
ବାସ୍ତବ ଜୀବନେ ମଥାରେ ଲଗାଇ
ମଣିଷ ଯେ ଖୁସି ହୁଏ ।
ମନ୍ଥର ଗତିରେ କର୍ମ ଲେଖିଦିଏ
ଅଦୃଶ୍ୟେ ପଦବୀ ଯେତେ
ବାଛି ବାଛି ସେଇ ଆସନେ ବସାଇ
ସୁଖ ଲେଖେ ଭାଗ୍ୟେ ସେତେ ।।
କାଗଜ କଲମେ ଅବା ବଡ଼ ହେଲେ
ଯେଉଁ ପଦବୀର ମାଳ
ଗଳାରେ ଝୁଲାଇ ଅପବ୍ୟବହାର
କରିଲେ କି ତା 'ର ମୂଲ୍ୟ ।
ଉଦାର ସ୍ଵଭାଵ କ୍ଷମା ଦୟା ଆଉ
ଉପକାରୀ ମନୋଭାବ
ମଣିଷ ପଣିଆ ହୃଦୟେ ସାଇତି
ଥିଲେ କି ପଦବୀ ଲୋଭ ?
ମାଟିର ଶରୀର ମାଟିରେ ମିଶିଵ
ସବୁ ଦିନେ ଧୋଇଯିବ
ଭଲ ମଣିଷର ପଦବୀରେ ଥିଲେ
ଯୁଗ ନିଶ୍ଚେ ଝୁରୁଥିବ ।।
ପେଟ ସାଥେ ସାଥେ ଅନ୍ତର ପୁରିବ
ରଖିଲେ ପଦବୀ ମାନ
ଗୋଡ଼ାଇ ଧାଇଁବ ପଛେ ଭାବୁଥିଲେ
କର୍ତ୍ତବ୍ୟ କୁ ଭଗବାନ ।।
ଦୀପ୍ତି ଦେବଦର୍ଶିନୀ ସୁତାର
ଓରାଳି , ହାଟଡିହୀ, କେନ୍ଦୁଝର --758083
କାହାର ବା ସ୍ଥିତି ସ୍ଥିର
କାହା ପଛେ ପଛେ ଧାଉଁଛି ପଦବୀ
କିଏ ବା ପଛରେ ତା'ର ।।
ଆସନ ଉପରେ ବସାଇ ଦୁନିଆଁ
ପଦବୀ ମୁକୁଟ ଦିଏ
ବାସ୍ତବ ଜୀବନେ ମଥାରେ ଲଗାଇ
ମଣିଷ ଯେ ଖୁସି ହୁଏ ।
ମନ୍ଥର ଗତିରେ କର୍ମ ଲେଖିଦିଏ
ଅଦୃଶ୍ୟେ ପଦବୀ ଯେତେ
ବାଛି ବାଛି ସେଇ ଆସନେ ବସାଇ
ସୁଖ ଲେଖେ ଭାଗ୍ୟେ ସେତେ ।।
କାଗଜ କଲମେ ଅବା ବଡ଼ ହେଲେ
ଯେଉଁ ପଦବୀର ମାଳ
ଗଳାରେ ଝୁଲାଇ ଅପବ୍ୟବହାର
କରିଲେ କି ତା 'ର ମୂଲ୍ୟ ।
ଉଦାର ସ୍ଵଭାଵ କ୍ଷମା ଦୟା ଆଉ
ଉପକାରୀ ମନୋଭାବ
ମଣିଷ ପଣିଆ ହୃଦୟେ ସାଇତି
ଥିଲେ କି ପଦବୀ ଲୋଭ ?
ମାଟିର ଶରୀର ମାଟିରେ ମିଶିଵ
ସବୁ ଦିନେ ଧୋଇଯିବ
ଭଲ ମଣିଷର ପଦବୀରେ ଥିଲେ
ଯୁଗ ନିଶ୍ଚେ ଝୁରୁଥିବ ।।
ପେଟ ସାଥେ ସାଥେ ଅନ୍ତର ପୁରିବ
ରଖିଲେ ପଦବୀ ମାନ
ଗୋଡ଼ାଇ ଧାଇଁବ ପଛେ ଭାବୁଥିଲେ
କର୍ତ୍ତବ୍ୟ କୁ ଭଗବାନ ।।
ଦୀପ୍ତି ଦେବଦର୍ଶିନୀ ସୁତାର
ଓରାଳି , ହାଟଡିହୀ, କେନ୍ଦୁଝର --758083
No comments:
Post a Comment