✍ସୁକାନ୍ତ ଖଣ୍ଡା
ସବୁଆଡ଼େ ଚର୍ଚ୍ଚା
ନିରକ୍ଷର ନ ହୁଅନ୍ତୁ
ଧନୀଠୁ ନିର୍ଦ୍ଧନ ଆଉ ଗଳିଠୁ ସହର
କାରଣ ଆଜିର ଶିଶୁ
କାଲିର ଭବିଷ୍ୟତ।
ଶାସକ,ପ୍ରଶାସକ,ସମାଜ ସେବକ
ଆଉ ନିଜେ ଅଭିଭାବକ ବି
ଲୁହ ଝରେ
ଭାରି ଆକ୍ତାମାକ୍ତା ସତେ
ଯେମିତି ଏ ନୁହେଁ
କୁମ୍ଭୀର କାନ୍ଦଣା।
ଆଜିର ଅଭିଭାବକ ଭାରି ନିଶ୍ଚିତ
ଯେ ତାଙ୍କ ପିଲା ପଢୁଛି
କ'ଣ ପଡୁଛି
ନିଜକୁ ଅଜଣା
ସେ ପଢାଏନି ସକାଳେ କି ସଂଜେ
ତା'ର ମଦପାଣି ମିଳିଲା ତ
ଈଶ୍ବରଙ୍କୁ ଶତ ଧନ୍ଯବାଦ।
ଆଜି ଘରେ କ'ଣ ଖିଆ ହେବ
ପତ୍ନୀ ତା ବୁଝିବ
ସେ ତ ପିଲାର ପ୍ରଥମ ଗୁରୁ
ମୋତେ ଦ୍ବିତୀୟ କରାଗଲା କାହିଁକି?
ଘର କେମିତି
କ'ଣ ଚଳିବ
ବୁଝିବାକୁ ବାହା ହୋଇଛି
ସେ ବୁଝୁ ନ ହେଲେ ଢୋ.. ।
ସେ ଅପେକ୍ଷାରେ ଥାଏ
କେଉଁଦିନ ଚାଉଳ କି
ବାପାଙ୍କ ଭତ୍ତା ମିଳିବ
ହାତକୁ ଆସିଲା ତ ଘରେ ପହଞ୍ଚିଲା ବେଳକୁ
ଅଧା ତା' ପେଟ ସମୁଦ୍ରରେ।
ଏ ଦୃଶ୍ୟ ଭାସିଆସେ ଟିକି ପୁଅଟି ଆଗରେ
ଦିନେ ସୁଯୋଗ ଦେଖି କହିଲା
ବାପା ଏମିତି..
କେମିତି ହେଲେ ମାଆ?
ମାଆ ଲୁହ ପୋଛିଦେଇ କହିଲେ
ଧନରେ ! ଦୁଃଖ କରୁଛୁ କି?
ଏହା ଚତୁର୍ଥ ରାତିରୁ ଜାଣିଛି
ଆଉ ଭାଗ୍ୟକୁ ଆଦରି ପଡ଼ି ରହିଛି
ତା' ଆଖିରେ ଲୁହ
ପୁଅ କହିଲା ମାଆ ମୋର ପାଠରେ ଡୋରି ବନ୍ଧା ହେଲା
ଚୁଲିକୁ ଯାଉ ସାକ୍ଷରତା
ଭଲ ମଣିଷ ପାଇଁ ଅବଶ୍ୟ
ପାଠ ଆବଶ୍ୟକ ହେଲେ
ତୋ' ଆଖିରେ ଲୁହ ଦେଖି ପାରିବିନି
ସେ ଫିଙ୍ଗିଦେଲା ବସ୍ତାନି
ଆଉ ଚାଲିଲା ଖଟିବାକୁ ଦାଦନ
ବାପା ଖୁସିରେ କହିଲେ
ରୋଜଗାର ଟଙ୍କା ମୋତେ ଆଣି ଦେବୁ ହେଲା..
ସେ କହୁକହୁ ଚେତା ହରେଇଲେ।
ପଡ଼ୋଶୀ ମାନେ କାହିଁକି
ବିଦ୍ଯାଳୟର ସବୁ ପିଲା ବି ଖୁବ୍ ଖୁସି ଯେ
ତାଙ୍କର ଦୁଃଖ ଗଲା
କାରଣ ପ୍ରଥମ ସ୍ଥାନ
ଆମରି ଭିତରୁ ତ
କିଏ ଜଣେ ହେବ।
ସେ ଗଲାବେଳେ ସଭିଙ୍କୁ ପ୍ରଣାମ କଲା
ଆଉ ଚାଲିଗଲା ଆଗକୁ
ବିଦ୍ଯାଳୟରେ ତା'ର ସ୍ଥାନ
ଫାଙ୍କା ହେଲେ ବି
କେହି ଆଗେଇ ଆସିଲେନି
ପ୍ରଶାସକ,ଶାସକ କି ସମାଜ ସେବକ?
ଏଠି ଚାଲେ କାଗଜ କଲମ
ବିଶ୍ୱ ସାକ୍ଷରତା ଦିବସ
ମାଳମାଳ ଫଟୋ ସମ୍ବାଦ ପତ୍ରରେ
ଟି.ଭିରେ କେତେ କେତେ ଭାଷଣ
ଧିକ୍ ନିଜକୁ
ଶିଶୁ ସଂସାରକୁ ଆସିବା ହିଁ ପାପ।
*
ଶିକ୍ଷକ ମକାଶୁଖିଲା ପ୍ରାଥମିକ ବିଦ୍ୟାଳୟ
ପୋ-ଚକ୍ରଧରପୁର ଭା-ହରିଚନ୍ଦନପୁର ଜି-କେନ୍ଦୁଝର ପି-୭୫୮୦୨୮
ସବୁଆଡ଼େ ଚର୍ଚ୍ଚା
ନିରକ୍ଷର ନ ହୁଅନ୍ତୁ
ଧନୀଠୁ ନିର୍ଦ୍ଧନ ଆଉ ଗଳିଠୁ ସହର
କାରଣ ଆଜିର ଶିଶୁ
କାଲିର ଭବିଷ୍ୟତ।
ଶାସକ,ପ୍ରଶାସକ,ସମାଜ ସେବକ
ଆଉ ନିଜେ ଅଭିଭାବକ ବି
ଲୁହ ଝରେ
ଭାରି ଆକ୍ତାମାକ୍ତା ସତେ
ଯେମିତି ଏ ନୁହେଁ
କୁମ୍ଭୀର କାନ୍ଦଣା।
ଆଜିର ଅଭିଭାବକ ଭାରି ନିଶ୍ଚିତ
ଯେ ତାଙ୍କ ପିଲା ପଢୁଛି
କ'ଣ ପଡୁଛି
ନିଜକୁ ଅଜଣା
ସେ ପଢାଏନି ସକାଳେ କି ସଂଜେ
ତା'ର ମଦପାଣି ମିଳିଲା ତ
ଈଶ୍ବରଙ୍କୁ ଶତ ଧନ୍ଯବାଦ।
ଆଜି ଘରେ କ'ଣ ଖିଆ ହେବ
ପତ୍ନୀ ତା ବୁଝିବ
ସେ ତ ପିଲାର ପ୍ରଥମ ଗୁରୁ
ମୋତେ ଦ୍ବିତୀୟ କରାଗଲା କାହିଁକି?
ଘର କେମିତି
କ'ଣ ଚଳିବ
ବୁଝିବାକୁ ବାହା ହୋଇଛି
ସେ ବୁଝୁ ନ ହେଲେ ଢୋ.. ।
ସେ ଅପେକ୍ଷାରେ ଥାଏ
କେଉଁଦିନ ଚାଉଳ କି
ବାପାଙ୍କ ଭତ୍ତା ମିଳିବ
ହାତକୁ ଆସିଲା ତ ଘରେ ପହଞ୍ଚିଲା ବେଳକୁ
ଅଧା ତା' ପେଟ ସମୁଦ୍ରରେ।
ଏ ଦୃଶ୍ୟ ଭାସିଆସେ ଟିକି ପୁଅଟି ଆଗରେ
ଦିନେ ସୁଯୋଗ ଦେଖି କହିଲା
ବାପା ଏମିତି..
କେମିତି ହେଲେ ମାଆ?
ମାଆ ଲୁହ ପୋଛିଦେଇ କହିଲେ
ଧନରେ ! ଦୁଃଖ କରୁଛୁ କି?
ଏହା ଚତୁର୍ଥ ରାତିରୁ ଜାଣିଛି
ଆଉ ଭାଗ୍ୟକୁ ଆଦରି ପଡ଼ି ରହିଛି
ତା' ଆଖିରେ ଲୁହ
ପୁଅ କହିଲା ମାଆ ମୋର ପାଠରେ ଡୋରି ବନ୍ଧା ହେଲା
ଚୁଲିକୁ ଯାଉ ସାକ୍ଷରତା
ଭଲ ମଣିଷ ପାଇଁ ଅବଶ୍ୟ
ପାଠ ଆବଶ୍ୟକ ହେଲେ
ତୋ' ଆଖିରେ ଲୁହ ଦେଖି ପାରିବିନି
ସେ ଫିଙ୍ଗିଦେଲା ବସ୍ତାନି
ଆଉ ଚାଲିଲା ଖଟିବାକୁ ଦାଦନ
ବାପା ଖୁସିରେ କହିଲେ
ରୋଜଗାର ଟଙ୍କା ମୋତେ ଆଣି ଦେବୁ ହେଲା..
ସେ କହୁକହୁ ଚେତା ହରେଇଲେ।
ପଡ଼ୋଶୀ ମାନେ କାହିଁକି
ବିଦ୍ଯାଳୟର ସବୁ ପିଲା ବି ଖୁବ୍ ଖୁସି ଯେ
ତାଙ୍କର ଦୁଃଖ ଗଲା
କାରଣ ପ୍ରଥମ ସ୍ଥାନ
ଆମରି ଭିତରୁ ତ
କିଏ ଜଣେ ହେବ।
ସେ ଗଲାବେଳେ ସଭିଙ୍କୁ ପ୍ରଣାମ କଲା
ଆଉ ଚାଲିଗଲା ଆଗକୁ
ବିଦ୍ଯାଳୟରେ ତା'ର ସ୍ଥାନ
ଫାଙ୍କା ହେଲେ ବି
କେହି ଆଗେଇ ଆସିଲେନି
ପ୍ରଶାସକ,ଶାସକ କି ସମାଜ ସେବକ?
ଏଠି ଚାଲେ କାଗଜ କଲମ
ବିଶ୍ୱ ସାକ୍ଷରତା ଦିବସ
ମାଳମାଳ ଫଟୋ ସମ୍ବାଦ ପତ୍ରରେ
ଟି.ଭିରେ କେତେ କେତେ ଭାଷଣ
ଧିକ୍ ନିଜକୁ
ଶିଶୁ ସଂସାରକୁ ଆସିବା ହିଁ ପାପ।
*
ଶିକ୍ଷକ ମକାଶୁଖିଲା ପ୍ରାଥମିକ ବିଦ୍ୟାଳୟ
ପୋ-ଚକ୍ରଧରପୁର ଭା-ହରିଚନ୍ଦନପୁର ଜି-କେନ୍ଦୁଝର ପି-୭୫୮୦୨୮
No comments:
Post a Comment