Sunday, September 6, 2020

ହାଏ ରେ କରୋନା।

ହାଏରେ କରୋନା କହି ଶୁକଦେଇ ରଡିମାରି କାନ୍ଦୁଥିଲେ।ଆଜିକୁ ଛଅମାସ ହେଲାଣି ସେ ଟିଭିରେ ସବୁବେଳେ ଶୁଣି ଆସୁଛନ୍ତି କରୋନା ରୋଗ ବିଷୟରେ।ଯାହା ଏକ ଭୁତାଣୁ ବାହିତ ରୋଗ ବୋଲି ଶୁଣୁଥିଲେ।ପ୍ରଥମେ ବିଦେଶରେ ଏହାର ସଂକ୍ରମଣର ଖବର ଶୁଣୁଥିଲେ।ତାପରେ ବଡବଡିଆଙ୍କ ସଂଗରେ ବୋହି ହେଇ ଆସି ପହଞ୍ଚିଲା ଭାରତରେ।ଯାହା କିଛିକିଛି ବଡଲୋକଙ୍କୁ ହେଇଥିଲା ସେମାନେ ଭଲ ହେଉହେଉ ଦିଲ୍ଲୀ ମସ୍ଜିଦରେ ଏକତ୍ରିତ ହେଇଥିବା ଲୋକଙ୍କ ଜରିଆରେ ଏଣେ ତେଣେ ବୁଣିହେଲା ଏ ରୋଗ।ତାପରେ ଶ୍ରମିକମାନେ ଗୃହମୁଖା ହେଇ ଫେରିଲେ।ସେମାନେ ପହଞ୍ଚିବା ପରେ ଯେତେବେଳେ କ୍ବାରେନ୍ଟାଇନ ରେ ପରୀକ୍ଷା ଆରମ୍ଭ ହେଲା।ଦିନକୁ ଦିନ କୋଭିଡ ପୋଜିଟିଭଙ୍କ ସଂଖ୍ୟା ବଢିବାକୁ ଲାଗିଛି।ପ୍ରଥମେ ଶହ ,ଶହରୁ ହଜାର,ଏବେ ଲକ୍ଷରେ ପହଞ୍ଚିଲାଣି।
ପ୍ରଥମେ କେବଳ ଖବର ଆକାରରେ ଶୁଣୁଥିଲେ ସଂଖ୍ୟାର ଗଣତି କରୁଥିଲେ।ହେଲେ ଆଜି ଲୁଚକାଳି ଖେଳୁ ଖେଳୁ ଧିରେ ଧିରେ ନିଜ ଘରେ ନିଜ ବନ୍ଧୁ ବାନ୍ଧବ ଭିତରେ ଆସି ପହଞ୍ଚିଗଲାଣି ଏ କୋଭିଡ୍।ଏତେ ସତର୍କତା ସତ୍ତ୍ବେ କେମତିି ସଂକ୍ରମିତ ହେଇ ଆସୁଛି ଭାବିଲାବେଳକୁ ଆଚମ୍ବିତ ଲାଗୁଛି।ନିଜ ଲୋକଠୁ ଦୂରେଇ ରହିବାକୁ ପଡୁଛି।ଏବେତ ନିଯେ କରୋନା ଯୋଦ୍ଧା ଡାକ୍ତରଙ୍କ ମୃତ୍ୟୁହାର ବି ବଢିବଢି ଯାଉଛି।ନିଜ ପରିଚିତ ସାଂଗ ଡାକ୍ତର ମାନେ କର୍ତବ୍ୟ ତୁଲାଉ ତୁଲାଉ ବିଦାୟ ନେଉଛନ୍ତି ଏ ରୋଗରେ ପଡି।କେତେକ ସ୍ବାମୀସ୍ତ୍ରୀ ଦିଜଣ ଡାକ୍ତର ସେବାଦେଉ ଦେଉ ଚାଲିଗଲାପରେ ଛୋଟ ସନ୍ତାନ ମାନେ ଅନାଥ ହେଇ ଯାଉଛନ୍ତି।ସେ ସନ୍ତାନ ମାନଙ୍କ ଅବସ୍ଥା କଣ ହେଉଥିବ?କୋଭିଡ ଯୋଦ୍ଧାର ସାର୍ଟିଫିକେଟ ନେଇ ସେମାନେ କଣ କରିବେ।ପିତୃ ମାତୃ ହିନ ହେଇ ଅନାଥର ଅବହେଳିତ ଜୀବନ ବଞ୍ଚିବାକୁ ପଡିବ ସେମାନଙ୍କୁ।ଆଜି ଶୁକଦେଇଙ୍କ ଘରେ ବି ପହଞ୍ଚି ଯାଇଛି ଏ କୋଭିଡର ସଂକ୍ରମଣ।ନିଜ ଯୋଇଁ ପୋଜିଟିଭ୍ ବାହାରିଛନ୍ତି।ନାତିନାତୁଣୀ ଓ ଝିଅର ଟେଷ୍ଟ ହେଇନି ।ଆଜି ହେଲାପରେ ଜଣା ପଡିବ।
ହେଲେ ଏ ଖବର ଶୁଣିବାପରେ ତାଙ୍କର ଶାନ୍ତି ସନ୍ତୋଷ ଚାଲି ଯାଇଛି ମନରୁ।ଏ ଭିତରେ ଝିଅ ପରିବାର ତାଙ୍କ ସହ ଭେଟହେଇ ଯାଇଥିଲେ ନୂଆଁଖାଇ ରେ।ତେଣୁ ତାଙ୍କର ବି ପରୀକ୍ଷା କରିବାକୁ ପଡିବ।ପରିବାରରୁ ଆଉ କେତେଜଣ ବହାରିବେ କେଜାଣି ?ଦଶଦିନ ହେଲାଣି ଯୋଇଁଙ୍କୁ ଜ୍ବର ହେଉଥିଲା ଘରେରହି ଜ୍ବର ଔଷଧ ଖାଉଥିଲେ।କାଶ କଫ ବି ହେଉଥିଲା।ହେଲେ ସେ କୋଭିଡର ଆସଙ୍କା ନକରି ସମସ୍ତ ପରିବାର ମିଶିକି ରହୁଥିଲେ ।ସେ ଜଣେ ସମନ୍ଧି ଡାକ୍ତରଙ୍କୁ ପଚାରି କୋଭିଡଜ୍ବରର ଯାହା ଔଷଧ ଖାଇବା କଥା ଘରେ ରହି ତାହା ନେଉଥିଲେ।ତଥାପି ଜ୍ବର ନ କମିବାରୁ ଟେଷ୍ଟ ପାଇଁ ସମ୍ବଲପୁରର ଟେଷ୍ଟ ସେଣ୍ଟର୍ ରେ ଲାଇନ ଲଗାଇଲ।ହେଲେ ବହୁତ ଭିଡ ଥିବାରୁ ଫେରି ଆସିଲେ।ଅନ୍ୟଦିନ ସମନ୍ଧି ଡାକ୍ତରଙ୍କ ସହାୟତାରେ ଝାରସୁଗୁଡା ଆସି ସୁରୁଖୁରୁରେ ଟେଷ୍ଟ କରିଗଲେ।ହେଲେ ପୋଜିଟଭ୍ ବହାରିଲା। ଏବେ ତାଙ୍କ ସ୍ତ୍ରୀ ବିନିଙ୍କ ମୁଣ୍ଡରେ ଚଡକ ପଡିଲା।ଏତେଦିନ ସମସ୍ତେ  ସାଂଗରେ ରହିଛନ୍ତି।ଝିଅପୁଅ ଦୁଇଜଣବି ଏବେ ଘରେ ଅଛନ୍ତି।ସମସ୍ତଙ୍କ ପରୀକ୍ଷା କରିବାକୁ ପଡିବ।ଘରର କାମ ସ୍ବାମୀଙ୍କ ସେବା ଓ ମାନସିକ ଚିନ୍ତାରେ ଘାଣ୍ଟି ହେଉଥାନ୍ତି।ସ୍ବାମୀକ କିପରି କୋଉଠି ଭର୍ତି କରିବାକୁ ପଡିବ କଣ କଣ ଔଷଧ ଦେବାକୁ ପଡିବ ସବୁକଥା ସେ ସମନ୍ଧି ଡାକ୍ତରଙ୍କ ସହ ଫୋନରେ ଆଲୋଚନା କରୁଥାନ୍ତି।ସେ ସମ୍ବଲପୁରର ଜଣେ ଡାକ୍ତରଙ୍କ ନମ୍ବରଦେଲେ ତାଙ୍କ ସହ ଯୋଗାଯୋଗ କରିବାପାଇଁ।ତାଙ୍କୁ ଦେଖାଇ ତାଙ୍କ କହିବା ଅନୁସାରେ ଔଷଧ ସବୁ ଦିଆହେଲା।ଭୂବନେଶ୍ବର ନେବାକୁ ଚାହୁଁଥାଲେ ହେଲେ ସେଠି ସିଟ୍ ମିଳିବା ଏତେ ସହଜନୁହେଁ।ସମନ୍ଧି ଡାକ୍ତରଙ୍କ ବନ୍ଧୁ  କିମ୍ସ ହସ୍ପିଟାଲ ର ସି ଏମ୍ଓ ଅଛନ୍ତି।ତାଙ୍କ ସହ କଥାହେବା ପରେ ସେ ଗୋଟିଏ ସିଟ୍ ଏରେଞ୍ଜ କରିଦେବେ ବୋଲି କହିଲେ।ଏଭିତରେ ଏମାନେ ବାକି ତିନିଜଣଙ୍କ ଟେଷ୍ଟପାଇଁ ଗଲେ ହେଲେ ଲାଇନ୍ ଏତେ ଲମ୍ବା ଥିଲାଯେ ତାଙ୍କ ପାଳି ଆସିଲା ବେଳକୁ ଟେଷ୍ଟ କିଟ୍ ସରିଗଲା।ପୁଣି ଅନ୍ୟଦିନ ଆସିବାକୁ କହିଲେ।ତାପରେ ସେଠିକାର ସିଡିଏମ୍ଓ ଙ୍କ ସହ କଥାହେଇ ତାଙ୍କର ଟେଷ୍ଟ କାମଟା ତା ପରଦିନ କରାହେଲା ।ଯାହଉ ରିପୋଟ୍ ସବୁୁ ପୋଜିଟିଭ୍ ଆସିଲା।ଏଭିତରେ ବିନିର ସ୍ବାମୀଙ୍କ ଜ୍ବର ତେର ଦିନକୁ ପହଞ୍ଚି ସାଳିଲାଣି।ଏମ୍ସ୍ ହସ୍ପିଟାଲର ଜଣେ ଡାକ୍ତର ଯିଏ ପରିଚିତ ତାଙ୍କସହ ଭିଡିଓକଲରେ ଦେଖାସାକ୍ଷାତ କରିବା ପରେ ସେ କହିଲେ ଭର୍ତି କରିବା ଆବଶ୍ୟକତା ନାହିଁ।ସେମିତି ଘରେ ଅଲଗା ରୁମ୍ ରେ ରୁହନ୍ତୁ।ଦେହ ସବୁଠିକ୍ ଅଛି ଖାଲି ଜ୍ବରଟା କମୁନି।ହେଲେ ଶ୍ବାସ ପ୍ରୋବଲେମ୍ ନାହିଁ।।ଆଜି ପୁଣି ଜଣା ପଡିଛି ପୁଅ ର ଅଫିସରୁ ଜଣକର ପୋଜିଟିବ ବାହାରିଛି।ଅବଶ୍ୟ ସେ ଯୁବକଟି ଜ୍ବର ହେବାପରେ ତା ଘରେ ରହୁଥିଲା।ହେଲେ ଆଗରୁ ଦିନେ ଆସିଥିଲା ଅଫିସକୁ।ସେଦିନ ସେମାନେ ତାକୁ ଭେଟିଥିଲେ।ସେଥିପାଇ ଏବେ ତା ପରିବାରର ବି ଟେଷ୍ଟ କରିବାକୁ ପଡିବ।ଏମାନଙ୍କ ଆଜିଯାଏ କିଛି ଜ୍ବର କାଶ ହେଇନି ସମସ୍ତେ ନର୍ମାଲ ଅଛନ୍ତି।ନେଗେଟିଭ୍ ହିଁ ଆସିବ।ତଥାପି ଟେଷ୍ଟ ତ କରିବାକୁ ପଡିବ ମନବୋଧ ପାଇଁ।ଭୂବନେଶ୍ବରେ ଛୋଟ ଝିଅକୁ ନେଇ କୋଉଠି ଲାଇନ୍ ରେ ଠିଆହେବେ।ତାଙ୍କ ଜଣେ ପରିଚିତ ମେଡିସିନ୍କମ୍ପାନିର ମେନେଜର ଜଣକୁ କହି ଯୋଗାଡ କରିଦେଲେ ଘରକୁ ଆସି ସ୍ବାବ ନେବାପାଇଁ।ସବୁ ନିଆସରିଛି।ଖାଲି ରିପୋର୍ଟ ଆସିବା ବାକି ଅଛି।।ଆଜି ଆହୁରି ଜଣା ପଡିଛି ତାଙ୍କ ଘରର ପଛପଟେ ଜଣେ ଓ ସାଇଡପଟେ ଜଣେ ବି ପୋଜିଟିଭ ବାହାରିଛନ୍ତି।ଆଉ ଆରୋଗ୍ୟ ସେତୁ ଜଣାଉଛି ତାଙ୍କ ଘରର ଆଖ ପାଖରେ ଶୋହଳଜଣ କୋଭିଡ ରୋଗି ଅଛନ୍ତି।ଏବେ ଏମିତି ଦୁଃସ୍ଥିତି ଭିତରେ ଜୀବନ ପହଞ୍ଚିଯାଇଛି।ହେ ଭଗବାନ ତୁହି ଭରଷା ଏବେ।ଆମେ ଯେତେ ସଂଜତ ହେଇ ଚଳିବାକୁ ଚାହିଁଲେବି କୋଉ ଛିଦ୍ରଦେଇ ପଶିଆସୁଛି ଏ ଭୂତାଣୁ ଜାଣି ହେଉନି।ଏବେ ପ୍ରତ୍ୟେକ ପରିବାରରେ ହାଏରେ କରୋନା ର ଚିତ୍କାର ଶୁଭୁଛି।ଟେଷ୍ଟ ପାଇଁଗଲେ ନିଜ ନମ୍ବର ଆସୁଆସୁ ଟେଷ୍ଟକିଟ୍ ସରିଯାଉଛି।ଡାକ୍ତର ଖାନାରେ ବେଡ୍ ଟେ ମିଳୁନି।ବଡ ଅଶାନ୍ତିର ଜୀବନ ବଞ୍ଚିବାକୁ ପଡୁଛି ଏବେ।ଯାହା ଘରକୁଏ ରୋଗ ଏଯାଏ ପହଞ୍ଚିନି ସେମାନେ ନୀତି ନୀୟମ ମାନି ଚଳୁଥାନ୍ତୁ।ନହେଲେ ନିଜ ଘରକୁ ଆସିବାକୁ ତାକୁ ଦେରିଲାଗିବନି।ହେଲେ ଏବେ କରୋନା ଆଉ ଆଗପରି ମାରାତ୍ମକ ଲାଗୁନି।ଠିକ୍ କରି ଔଷଧ ନେଇ ଗରମପାଣି ପିଇଲେଓ ଏକ୍ସର୍ସାଇଜ୍ କଲେ ଆରୋଗ୍ୟ ହେଉଛନ୍ତି ଶତପ୍ରତିଶତ ଲୋକ।ତେଣୁ ଡରିବାର କିଛିନାହିଁ।ଯାହାକୁ ହେଇଯାଇଛି ଧୈର୍ଯ୍ୟର ସହ ସାମନା କରନ୍ତୁୁ।
ମାଧବୀ ପଟେଲ।

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy