ପ୍ରଗତିପଥରେ ଏକମୁହାଁ ହୋଇ
ଧାଇଁବାର ସ୍ବପ୍ନ ରେ ଝୁଣ୍ଟିପଡିବାର
ଭୟ ଅନେକ ବସା ବାନ୍ଧିଥାଏ
କାହିଁକିନା ଜୀବନର ରାସ୍ତାରେ
ପ୍ରଗତି ଯେ ଏକ ଅନ୍ଧାରୁଆ ଗୁମ୍ଫା
ବିନା ସାକ୍ଷରତା ରେ କି ପଢିହୁଏ
ମନ ଏ ଜଗତର ।।
ଖବର ତ ଜାଣିବାକୁ ଇଛା
ନିଜ ଠାରୁ ବହୁଦୂରେ ଥିବା ଦେଶ
ବିଦେଶ ର ହେଲେ ପଙ୍ଗୁ ହୋଇ
ଅନ୍ଧ ପରି ଘୁରୁଥାଏ ନିଜ ଚାରିପାଖରେ
କାହିଁକି ନା ସାକ୍ଷରତା ବିହୀନ
ଏ ଜୀବନରେ ଦୂର ପର୍ବତର ଭୂଗୋଳ
ଜାଣିବାରେ ହୁଏ କି ସମ୍ଭବ !
ଚୁନି ଚୁନି ଘାସ ଫୁଲମାନେ ବି କହୁଥାନ୍ତି
ପାରିଜାତ ଫୁଲ ର କାହାଣୀ
ତୁଳନା ର ଡାଲା ଧରି ବିଞ୍ଚି ଯାଉଥାନ୍ତି
ମୁଠା ମୁଠା ସୌନ୍ଦର୍ଯ୍ୟର ରେଣୁ
ସାକ୍ଷରତା ଚିରି ଚିରି ଛାତି ତା'ର
ପଢିପାରେ ଅନେକ ବେଦନା
କାହିଁକି କିଏ କେଉଁପରି ଅଭିପ୍ସାରେ
ବଜାଇ ବଜାଇ ବେଣୁ ।।
ତଥାପି ଆଜି ନୀରବ କିଛି କୋଣ
କିଛି କୋଳ କିଛି ମନ କିଛି ମାଳ
ଛୁଇଁ ନ ପାରିବାର ଦୁଃଖରେ
ସାକ୍ଷରତା ର ପାହାଚ
ତଥାପି ଚାଲିଛି ଥକି ନ ପଡ଼ି
ଛୁଇଁବ ନିଶ୍ଚେ ଜିଜ୍ଞାସାର
ପ୍ରଥମ ନିର୍ଯ୍ୟାସ ।।
ଦୀପ୍ତି ଦେବଦର୍ଶିନୀ ସୁତାର
ଓରାଳି ,ହାଟଡିହୀ, କେନ୍ଦୁଝର --758083
ଧାଇଁବାର ସ୍ବପ୍ନ ରେ ଝୁଣ୍ଟିପଡିବାର
ଭୟ ଅନେକ ବସା ବାନ୍ଧିଥାଏ
କାହିଁକିନା ଜୀବନର ରାସ୍ତାରେ
ପ୍ରଗତି ଯେ ଏକ ଅନ୍ଧାରୁଆ ଗୁମ୍ଫା
ବିନା ସାକ୍ଷରତା ରେ କି ପଢିହୁଏ
ମନ ଏ ଜଗତର ।।
ଖବର ତ ଜାଣିବାକୁ ଇଛା
ନିଜ ଠାରୁ ବହୁଦୂରେ ଥିବା ଦେଶ
ବିଦେଶ ର ହେଲେ ପଙ୍ଗୁ ହୋଇ
ଅନ୍ଧ ପରି ଘୁରୁଥାଏ ନିଜ ଚାରିପାଖରେ
କାହିଁକି ନା ସାକ୍ଷରତା ବିହୀନ
ଏ ଜୀବନରେ ଦୂର ପର୍ବତର ଭୂଗୋଳ
ଜାଣିବାରେ ହୁଏ କି ସମ୍ଭବ !
ଚୁନି ଚୁନି ଘାସ ଫୁଲମାନେ ବି କହୁଥାନ୍ତି
ପାରିଜାତ ଫୁଲ ର କାହାଣୀ
ତୁଳନା ର ଡାଲା ଧରି ବିଞ୍ଚି ଯାଉଥାନ୍ତି
ମୁଠା ମୁଠା ସୌନ୍ଦର୍ଯ୍ୟର ରେଣୁ
ସାକ୍ଷରତା ଚିରି ଚିରି ଛାତି ତା'ର
ପଢିପାରେ ଅନେକ ବେଦନା
କାହିଁକି କିଏ କେଉଁପରି ଅଭିପ୍ସାରେ
ବଜାଇ ବଜାଇ ବେଣୁ ।।
ତଥାପି ଆଜି ନୀରବ କିଛି କୋଣ
କିଛି କୋଳ କିଛି ମନ କିଛି ମାଳ
ଛୁଇଁ ନ ପାରିବାର ଦୁଃଖରେ
ସାକ୍ଷରତା ର ପାହାଚ
ତଥାପି ଚାଲିଛି ଥକି ନ ପଡ଼ି
ଛୁଇଁବ ନିଶ୍ଚେ ଜିଜ୍ଞାସାର
ପ୍ରଥମ ନିର୍ଯ୍ୟାସ ।।
ଦୀପ୍ତି ଦେବଦର୍ଶିନୀ ସୁତାର
ଓରାଳି ,ହାଟଡିହୀ, କେନ୍ଦୁଝର --758083

Very good poem Ma'am.
ReplyDeleteKeep it up