Wednesday, September 9, 2020

ଶ୍ରଦ୍ଧା ବଳେ

ଦୁଇଟି ଅକ୍ଷର ରେ ଗଢ଼ା 
ଏଇ ଛୋଟିଆ ଶବ୍ଦରେ ଭରା
ସୀମାହୀନ ଅନନ୍ତ ଅସୀମ ସୃଷ୍ଟିର ସମ୍ଭାର
ଏଇ ଶବ୍ଦ ବିନା କି ଗଢ଼ା ହୋଇପାରିବ
ଏକ ଦୁବ ପ୍ରାଣ କରୁଣା ନିର୍ଝର   ।

ସବୁକିଛି ମଧୁମୟ ସବୁଜ ଶ୍ୟାମଳ 
ରଙ୍ଗ ବୋଳି ଆସୁଥାଏ ସୂକ୍ଷ୍ମ
ଚେତନାରେ... ଆଉ ଥରେ ତା'ର
ଛୁଆଁ ପାଇଗଲେ ବିଶାଳ ଏ ରତ୍ନଗର୍ଭା ବି
ଧନ୍ୟ ହୋଇଯାଏ ଜ୍ଞାନ ବିଜ୍ଞାନ କୋଳରେ      ।

ଶ୍ରଦ୍ଧାର ପଞ୍ଜୁରୀ ଦ୍ୱାର ଦେଲେ ଖୋଲି  
ନର ପଶୁପକ୍ଷୀ ଠାରୁ କୀଟ ତରୁଲତା
ଆବେଗରେ ଧାଇଁ ଆସି
ମନ ହୃଦୟକୁ ସମର୍ପଣ କରି
ଭୁଲିଯାନ୍ତି  ନିଜକୁ ସୁଖଶାନ୍ତିର
ନଉକାରେ ବସି                  ।।

ଅମୂଲ୍ୟ ଏ ଶ୍ରଦ୍ଧା ହାର ଈଶ୍ୱରଙ୍କ 
ଇଙ୍ଗିତରେ କାଲି କଳି ଆଜି ଫୁଲ
ଶ୍ରଦ୍ଧା ହାତ ଧରିଚାଲେ ଶ୍ରଦ୍ଧା ଜିଣେ  
ହୃଦୟକୁ ଶରଧାରେ ଶ୍ରୀକ୍ଷେତ୍ରରେ
ଧୂଳିଟିକେ ଏ ଦେହରେ ବୋଳିବାକୁ     ।।


ଦୀପ୍ତି ଦେବଦର୍ଶିନୀ ସୁତାର
ଓରାଳି ,ହାଟଡିହୀ,କେନ୍ଦୁଝର -758083

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy