ଋଷି ଅଙ୍ଗିରା ଙ୍କ ହାତରେ ଏମିତି କିଛିପାପ କାମ ହେଇଯାଇଥିଲା ତାର ପ୍ରାୟଶ୍ଚିତ ପାଇଁ ସେ ହନୁ ମାନଙ୍କ ପାଖକୁ ଅଷ୍ଟସିଦ୍ଧି ପ୍ରାପ୍ତି କଥା ଶୁଣିବାକୁ ଗଲେ।ହନୁମାନଙ୍କୁ ଏ କଥାଟି ଶୁଣିବାକୁ ଅନୁରୋଧ କରନ୍ତେ ହୁନମାନ କହିଲେ କାଲି ସକାଳ ବ୍ରାହ୍ମ୍ୟ ମୁହୂର୍ତରେ ସ୍ନାନସାରି ଆସିବ ଓ ସଂକଳ୍ପବଦ୍ଧ ହେବ ଏକଥା ଶୁଣିବାପାଇଁ।ଶୁଣିିବା ସମୟରେ କିଛି ବ୍ୟାଘାତ ହେବା ଅନୁଚିତ୍।ମନଦେଇ କଥା ନ ଶୁଣିଲେ ପୁଣ୍ୟ ପରିବର୍ତ୍ତେ ଅଧିକ ପାପ ବଢିଯାଇପାରେ।ଅଙ୍ଗିରା ଋଷି ପ୍ରାତଃବ୍ରହ୍ମମୁହୂର୍ତ ରେ ସ୍ନାନ ସାରି କଥା ଶୁଣିବାକୁ ଆସିଲେ।ଏକ ନିକାଞ୍ଚନ ବଣ ପ୍ରଦେଶ ଅନତିଦୂରରେଏକ ପ୍ରପାତ ପାହାଡ ଶିର୍ଷରୁ ଲମ୍ଫପ୍ରଦାନ କରି ଝରଣା ରୂପନେଇ କୁଳୁକୁଳୁ ନାଦରେ ବହିଯାଉଥାଏ।ସେହି ସୁନ୍ଦର ପରିବେଶରେ ହନୁମାନ ଏହିକଥାଟି ଆରମ୍ଭ କଲେ।
ଏ କଥାରେ ସେ ଦାନର ମହତ୍ବ ଓ ସେବାର ମହତ୍ବ ବିଷୟରେ ସୂଚାଇଛନ୍ତି।ପ୍ରକୃତରେ କେମିତି ଦାନ କରିବା କଥା।କାହାକୁ କେତେ ମାତ୍ରା ବା ପରିମାଣର ଦାନଦେଇ ସାହାଯ୍ୟ କରିବା ଉଚିତ୍ ଏ କଥାରୁ ବୁଝିହୁଏ।
ଅତିମାତ୍ରାରେ ଅପର୍ଯ୍ୟାପ୍ତ ଦାନ ଜଣକୁ ଆଳସ୍ୟର ବଶବର୍ତ୍ତି କରି ବିପଥଗାମୀ କରିଥାଏ।ତେଣୁ ଜଣକର ଦରକାର ଅନୁଯାୟୀ ଦାନଦେବା ବିଧେୟ।ତାକୁ କର୍ମ ସାଧନ କରିବାରେ ସାହାଯ୍ୟ କରିବାଭଳି ଦାନଦେବା ଉଚିତ।ବିନା ପରିଶ୍ରମରେ ଦାନ ମିଳିଗଲେ ଲୋକ ପରିଶ୍ରମ ଭୂଲି ଆଲସ୍ୟବସ ହେଇଯାଏ।ପଥଭ୍ରଷ୍ଟ ହେଇଯାଏ।
ଏକ କାହାଣୀ କହିବା ଆରମ୍ଭକଲେ।
ମଦନସେନ ନାମରେ ଜଣେ ରାଜାଥିଲେ।ସେ ବହୁତ ଦାନୀଥିଲେ।ଜଣେ ଯକ୍ଷିଣୀଙ୍କୁ ଅର୍ଦ୍ଧରାତ୍ରରେ ପୂଜାକରି ତାଙ୍କ ଦୟାରୁ ସେ ବହୁତ ସ୍ବର୍ଣମୁଦ୍ରା ପ୍ରାପ୍ତ କରୁଥିଲେ।ସକାଳେ ସେହି ସ୍ବର୍ଣମୁଦ୍ରାସବୁ ନିଜ ପ୍ରଜାମାନଙ୍କ ଭିତରେ ଦାନ ସୂତ୍ରରେ ବାଣ୍ଟି ଦେଉଥିଲେ।ପ୍ରତିଦିନ ଏମିତି ହଜାର ହଜାର ସ୍ବର୍ଣମୂଦ୍ରା ମିଳିବା ଫଳରେ ସେ ଦେଶର ସବୁ ଲୋକ ଆଲସ୍ୟର ବଶବର୍ତ୍ତି ହେଇଗଲେ।ନିଜନିଜ କୌଳିକ କାମ କରିବା ଛାଡିଦେଲେ। କୃଷକମାନେ ଆଉ କ୍ଷେତରେ ହଳ ବୁଲାଇଲେ ନାହିଁ।ଧରିତ୍ରୀ ଧିାରେ ଧିରେ ଟାଙ୍ଗରା ମରୁରେ ପରିଣତ ହେବାକୁ ଲାଗିଲା।ଶସ୍ୟ ଶ୍ୟାମଳା ପୃଥିବୀ ଶ୍ରୀହିନ ଦିଶିଲା।ଘରେ ଘରେ ଅନ୍ନର ଅଭାବ ଦେଖାଦେଲା। କାହାରି ଘରେ ସ୍ବର୍ଣ ମୁଦ୍ରାର ଅଭାବ ନଥିଲା ।ଧନରତ୍ନର ପ୍ରଚୁର୍ଯ୍ୟରେଗୃହ ଭର୍ତ୍ତିଥିବା ସତ୍ତ୍ବେ ରୋଟିଖଣ୍ଡେ ଖାଇବାପାଇଁ କୃଷକର ପିଲା ରୁ ଗୃହିଣୀ ପରିବାରର ସବୁ ସଦସ୍ୟ ତରସି ଗଲେ।କୃଷକ ମାନେ କାମନଥିବାରୁ ମଦିରା ପିଇ ବେଶ୍ୟାଳୟରେ ନାଚଗିତ ର ଆନନ୍ଦ ନେଇ ଘଳକୁ ଫେରୁଥିଲେ।ଆଉ ଯେବେ କିଛି ଖାଇବାକୁ ମାଗୁଥିଲେ ତାଙ୍କ ଗୃହିଣୀମାନେ ଥାଳିଏ ସ୍ବର୍ଣ ଆଣି ଖାଇବାକୁ ପରସି ଦେଉଥିଲେ।ଆଉ କହୁଥିଲେ ଏହାଖାଇ ପେଟ ପୁରାଅ।ସ୍ବାମୀମାନେ ଏହା ଦେଖି ରାଗିଯାଇ ଥାଳିକୁ ଝଣଝଣକରି ଢାଳିଦିଅନ୍ତି ଓ ନିଜ ସ୍ତ୍ରୀଙ୍କୁ ପିଟାପିଟି କରି କହନ୍ତି ସ୍ବର୍ଣରେ କଣ ପେଟ ପୁରେ?
ସ୍ତ୍ରୀମାନେ ବୁଝାଇ କୁହନ୍ତି ତୁମେତ ହଳ ଚଲାଇବା ଚାଷକରିବା ଭୂଲିଗଲ।ଅନ୍ନ ଉପୁଯିବା ବନ୍ଦ ହେଇଗଲେ ଗଛ୍ଛିତ ଖାଦ୍ୟଆଉ କେତେଦିନ ରହନ୍ତା?ଧନିରୁ ଗରୀବ ଯେତେ ପ୍ରଚୁର୍ଯ୍ୟଭିତରେ ଥିଲେବି ଅନ୍ନକୁହିଁ ଖାଦ୍ୟରୂପେ ଗ୍ରହଣ କରିଥାଏ।ଯଦି ଦେଶରେ କେହି ଅନ୍ନ ଚାଷନକରିବେ ଖାଦ୍ୟପଦାର୍ଥ ଆସିବ କୋଉଠୁ?
ଦେଶର ଲୋକେ ବଞ୍ଚିବେ କିପରି?ସେ ଦେଶରେ ସମସ୍ତଙ୍କଘରେ ଏମିତି ଅବସ୍ଥା ଲୋକେ ଧନ ଥାଇ ଭୋକରେ ବିକଳ ହେଉଥାନ୍ତି।
କ୍ରମଶଃ।
ଅନେକ ବର୍ଷ ପୂରୁଣା ଲେଖା ଆଗରୁ ଲେଖି ରଖିଥିଲି ପାଣ୍ଡୁଲିପି ଆକାରରେ ସେଥିରୁ କିଛି କିଛି ଦେଉଛି।
ମାଧବୀ ପଟେଲ।

No comments:
Post a Comment