Wednesday, September 9, 2020

ଗୁରୁ

ହେ ଗୁରୁ ତୁମ ପୁଣ୍ୟମୟ ପାଦୁକା ସ୍ପର୍ଶରେ
ଅନ୍ଧକାର ହୁଏ ଅଚିରେ ଦୂର 
ଜ୍ଞାନରୂପୀ ସମ୍ମୋହନରେ ମନ ହୁଏ ମୁଗ୍ଧ 
ଜୀବନରେ ଝରେ ବିଦ୍ୟାର ଝର ।


କୋଟି ସୂର୍ଯ୍ୟସମ ତୁମ ଦିଵ୍ୟତାର ଆଭା
ଜୀବନରେ ବୁଣେ ଆନନ୍ଦ ଜ୍ୟୋତି
ତୋଜୋଦୀପ୍ତ ଅଟେ ତୁମ ବ୍ୟକ୍ତିତ୍ଵର ଚମକ
ପ୍ରତିଟି ହୃଦୟେ ଭରେ ଜ୍ଞାନର ଦୀପ୍ତି ।


ତୁମ ଶବ୍ଦର ଯାଦୁକରୀ ସ୍ପର୍ଶର ପୁଲକ
ମନେ ତୋଳିଦିଏ ସ୍ବର୍ଗୀୟ ଶୋଭା
ଅମ୍ଳାନ ତୁମ ଅବିନାଶୀ ଉପଦେଶର ବାର୍ତ୍ତା 
ଜୀବନକୁ ପ୍ରତିକ୍ଷଣେ କରେ ମନଲୋଭା ।


କେଉଁ ଶବ୍ଦରେ ସଜାଇ କରିବି ତୁମକୁ ପ୍ରଣାମ
କି ରୂପେ ଦେବି କବିତାରେ ଉପମା
ତୁମେ ତ ସାକ୍ଷାତ ଦିବ୍ୟ ସ୍ବରୂପେ ଓମ୍ କାର
କି ରୂପେ କରିବି କୁହ ପଦ ବନ୍ଦନା ।


ତୁମ ଶ୍ରୀପୟରେ ରହୁ ସଦା ଚିରନ୍ତନ ଧ୍ୟାନ 
ଦେଉଥାଅ ବାରେ ପୁଣ୍ୟ ଆଶୀର୍ବାଦ
ଜୀବନର ସବୁ ଦୁଃଖ କଷ୍ଟ ହୋଇବ ଲାଘବ
ଜୀବନେ ଶୁଭୁଥିବ ସଦା ଆନନ୍ଦର ନାଦ ।


ସୁଧାଂଶୁ କୁମାର ତ୍ରିପାଠୀ
କୃପାସିନ୍ଧୁପୁର 
ଶେରଗଡ
ଗଞ୍ଜାମ।।

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy