✍ଶକ୍ତିଦା ବିଷୋୟୀ
ମାଆ ଗୋ ତାରିଣୀ ଦୁଃଖ ନିବାରିଣୀ
ଜଗତ ସୃଷ୍ଟି କାରିଣୀ
ସଙ୍କଟ ବେଳାରେ ତୋତେ ସୁମରି ଲେ
ଜନନୀ ଦୁଃଖ ହାରିଣୀ ।।୧
ଘଟଗାଁ ତାରିଣୀ ଜଗତ ବନ୍ଦିନୀ
ଯେତେବେଳେ ଡାକେତୋତେ
ଘଣ୍ଟ ଘୋଡାଇଣ ପଣନ୍ତ ଢାଙ୍କିଣ
ରକ୍ଷା କରି ଥାଉ ମୋତେ ।।୨
କାଞ୍ଚି ନଗ୍ରେ ତୁମ ବାସ ଥିଲା ମାତା
ନୂଆଁ ସ୍ଥାନ ନିରୂପଣ
ସେସ୍ଥାନ ବରଜି କେଉଁ ଝରେ ଆସି
ପୀଠ ସ୍ଥାପନା ରେ ମନ ।।୩
ତୋ ଭକତ ରାଜା ଗୋବିନ୍ଦ ଭଞ୍ଜ ଙ୍କୁ
କଥା ରଖି କହିଥିଲୁ
ପଛରେ ମୁଁ ଯାଏ ଆଗେ ତୁ ଚାଲିବୁ
ପଛକୁ ତୁ''ନ ଚାହିଁ ବୁ ।।୪
ଗମନ କାଳରେ ନୂପୁର ଶବଦ
ସୁଭୁଥାଏ ରୁଣୁ ଝୁଣୁ
କିଛି ପଥ ଅତି କ୍ରମ ପରେ ଆଉ
ନସୁଭିଲା ରୁଣୁ ଝୁଣୁ ।।୫
ଅଟକି ଚାହିଁ ଲେ ସାଳୁଆ ବନରେ
ଭଞ୍ଜଙ୍କୁ ସନ୍ଦେହ ହେଲା
ଅଟକି ରହିଲୁ ସ୍ଥାନ ଵିସ୍ଥାରିଲୁ
ଶକ୍ତିପୀଠ ସେଠି ହେଲା ।।୬
ତୋର ପ୍ରୀୟା ମାଁ ଗୋ ନାଲିଚୁଡି ଶାଢ଼ୀ
ପ୍ରୀୟ ମନ୍ଦାର କୁସୁମ
ଭକ୍ତି ରେ ମାଁ ତୋତେ ନାରୀକେଳ ଦେଲେ
ସଙ୍କଟ କରୁ ହରଣ ।।୭
ତୋ ଚରଣେ ମୋ ପ୍ରଣାମ ।।
ସୋରଡ଼ା,ଗଞ୍ଜାମ୍
ମାଆ ଗୋ ତାରିଣୀ ଦୁଃଖ ନିବାରିଣୀ
ଜଗତ ସୃଷ୍ଟି କାରିଣୀ
ସଙ୍କଟ ବେଳାରେ ତୋତେ ସୁମରି ଲେ
ଜନନୀ ଦୁଃଖ ହାରିଣୀ ।।୧
ଘଟଗାଁ ତାରିଣୀ ଜଗତ ବନ୍ଦିନୀ
ଯେତେବେଳେ ଡାକେତୋତେ
ଘଣ୍ଟ ଘୋଡାଇଣ ପଣନ୍ତ ଢାଙ୍କିଣ
ରକ୍ଷା କରି ଥାଉ ମୋତେ ।।୨
କାଞ୍ଚି ନଗ୍ରେ ତୁମ ବାସ ଥିଲା ମାତା
ନୂଆଁ ସ୍ଥାନ ନିରୂପଣ
ସେସ୍ଥାନ ବରଜି କେଉଁ ଝରେ ଆସି
ପୀଠ ସ୍ଥାପନା ରେ ମନ ।।୩
ତୋ ଭକତ ରାଜା ଗୋବିନ୍ଦ ଭଞ୍ଜ ଙ୍କୁ
କଥା ରଖି କହିଥିଲୁ
ପଛରେ ମୁଁ ଯାଏ ଆଗେ ତୁ ଚାଲିବୁ
ପଛକୁ ତୁ''ନ ଚାହିଁ ବୁ ।।୪
ଗମନ କାଳରେ ନୂପୁର ଶବଦ
ସୁଭୁଥାଏ ରୁଣୁ ଝୁଣୁ
କିଛି ପଥ ଅତି କ୍ରମ ପରେ ଆଉ
ନସୁଭିଲା ରୁଣୁ ଝୁଣୁ ।।୫
ଅଟକି ଚାହିଁ ଲେ ସାଳୁଆ ବନରେ
ଭଞ୍ଜଙ୍କୁ ସନ୍ଦେହ ହେଲା
ଅଟକି ରହିଲୁ ସ୍ଥାନ ଵିସ୍ଥାରିଲୁ
ଶକ୍ତିପୀଠ ସେଠି ହେଲା ।।୬
ତୋର ପ୍ରୀୟା ମାଁ ଗୋ ନାଲିଚୁଡି ଶାଢ଼ୀ
ପ୍ରୀୟ ମନ୍ଦାର କୁସୁମ
ଭକ୍ତି ରେ ମାଁ ତୋତେ ନାରୀକେଳ ଦେଲେ
ସଙ୍କଟ କରୁ ହରଣ ।।୭
ତୋ ଚରଣେ ମୋ ପ୍ରଣାମ ।।
ସୋରଡ଼ା,ଗଞ୍ଜାମ୍
No comments:
Post a Comment