ସ୍ମୃତି ସହରର ଅଲିଭା ଅକ୍ଷର
ଅତୀତର ସେଇ ଅଭୁଲା ଦିନ...
ବୋଉର କୋଳରୁ ବାପାଙ୍କର କାନ୍ଧ
ଜହ୍ନ ଧରିବାକୁ ଉଛନ୍ନ ମନ...
ଛନ୍ଦ କପଟ ବୀହିନ...
ଗେଲ ବସରର ନୂଆ ରାଇଜ ସେ
ଜେଜେମା ଗପକୁ ପରୀ ସପନ...
ସାରୁ ପତରରେ ଧୂଳି ହୁଏ ଭାତ
ବାଲି ଗୋଡି ଯେ ହୁଏ ତରକାରୀ...
ମିଛରେ ମିଛରେ କେତେ ବାହାଘର
କାଗଜର ଠୁଙ୍ଗା ସାଜେ ମହୁରି...
ଆଜି ବି ହୁଏ ମୁଁ ଝୁରି...
କିଏ ଆଣିଦେବ ମୋ ପିଲା ଦିନକୁ
ଭାଙ୍ଗିଦେଇ ଅତୀତର ପାଚେରୀ...
ବୋଉର ଆକଟ ବାପାଙ୍କର ଛାଟ
ବୋହୂଚୋରି ରଜଦୋଳି...
କାଗଜ ଡ଼ଙ୍ଗା ସେ ସପନରେ ରଙ୍ଗା
ଭାଇ ଭଉଣୀଙ୍କ ସାଥିରେ କଳି...
ଖଟା ମିଠା ବରକୋଳି...
ଆଜି ବି ଭିଜାଏ ଆଖି ପତାକୁ ମୋ
ଜୀବନେ ପାରେନା ଭୁଲି...
ରଞ୍ଜନ କୁମାର ମହାନ୍ତି
ବାଲେଶ୍ୱର
ଅତୀତର ସେଇ ଅଭୁଲା ଦିନ...
ବୋଉର କୋଳରୁ ବାପାଙ୍କର କାନ୍ଧ
ଜହ୍ନ ଧରିବାକୁ ଉଛନ୍ନ ମନ...
ଛନ୍ଦ କପଟ ବୀହିନ...
ଗେଲ ବସରର ନୂଆ ରାଇଜ ସେ
ଜେଜେମା ଗପକୁ ପରୀ ସପନ...
ସାରୁ ପତରରେ ଧୂଳି ହୁଏ ଭାତ
ବାଲି ଗୋଡି ଯେ ହୁଏ ତରକାରୀ...
ମିଛରେ ମିଛରେ କେତେ ବାହାଘର
କାଗଜର ଠୁଙ୍ଗା ସାଜେ ମହୁରି...
ଆଜି ବି ହୁଏ ମୁଁ ଝୁରି...
କିଏ ଆଣିଦେବ ମୋ ପିଲା ଦିନକୁ
ଭାଙ୍ଗିଦେଇ ଅତୀତର ପାଚେରୀ...
ବୋଉର ଆକଟ ବାପାଙ୍କର ଛାଟ
ବୋହୂଚୋରି ରଜଦୋଳି...
କାଗଜ ଡ଼ଙ୍ଗା ସେ ସପନରେ ରଙ୍ଗା
ଭାଇ ଭଉଣୀଙ୍କ ସାଥିରେ କଳି...
ଖଟା ମିଠା ବରକୋଳି...
ଆଜି ବି ଭିଜାଏ ଆଖି ପତାକୁ ମୋ
ଜୀବନେ ପାରେନା ଭୁଲି...
ରଞ୍ଜନ କୁମାର ମହାନ୍ତି
ବାଲେଶ୍ୱର
No comments:
Post a Comment