Wednesday, September 9, 2020

ପ୍ରସଙ୍ଗ-"ଶିକ୍ଷକ ଦିବସ"

✍ଜ୍ୟୋତିଶଙ୍କର ତ୍ରିପାଠୀ

ଶି
  ଶିକ୍ଷା ଦେଇଥାନ୍ତି ଅଜସ୍ର ଅମାପ
  ଦେଶ ଭବିଷ୍ୟତ ଗଢି,
  ଆଦର୍ଶ ତାଙ୍କର ଅନୁପ୍ରାଣି ଯୁବ
  ସଜାଡନ୍ତି ନିଜ ପିଢୀ।

କ୍ଷ
  କ୍ଷମା,ସହିଷ୍ଣୁତା,ସରଳ ସ୍ଵଭାଵ
  ଶିକ୍ଷକ ହୃଦୟ ଭରା,
  ଛାତ୍ରଛାତ୍ରୀ ଙ୍କର ଉଜ୍ଜ୍ୱଳ ଭବିଷ୍ୟ
  ଏକମାତ୍ର ଲକ୍ଷ୍ୟ ପରା।


  କଷ୍ଟ,ଅପମାନ,ନିର୍ଯ୍ୟାତନା,ଚାପ
  ସହିଥାନ୍ତି  ଆଜୀବନ,
  ଦିବାରାତ୍ର,ମାସ,ବର୍ଷ,ବର୍ଷ ଧରି
  ସେବିଥାନ୍ତି ଦେଇ ମନ।

ଦି
  ଦିବସ ତଥାପି ବରଷକେ ଥରେ
  ପାଳନ୍ତି ସାରା ରାଇଜ,
  ଶିକ୍ଷକଙ୍କ ମୂଲ୍ୟ, ଶିକ୍ଷକ ସମ୍ମାନ
  କେବେତ ଟିକିଏ ବୁଝ।


  ବରଷ ତମାମ ନିଜ ସ୍ୱାର୍ଥ ତ୍ୟାଗୀ
  ଅହରହ କାର୍ଯ୍ୟ କରି,
  ଗୋଟିଏ ଦିନ ହିଁ ସ୍ମରଣ ପକାନ୍ତି
  ନେବାପାଇଁ ବାହାଦୁରୀ।


  ସ୍ମରଣୀୟ ହେଉ ଶିକ୍ଷକ ଦିବସ
  ବରଷ ର ପ୍ରତିଦିନ,
  ଗୁରୁ,ଛାତ୍ରଛାତ୍ରୀ ସମ୍ପର୍କ ସର୍ବଦା
  ରହିଥାଉ ଅମଳିନ।

ଜୟପୁର,ଜିଲ୍ଲା-କୋରାପୁଟ
ଓଡିଶା

** *ସମାପ୍ତ ***

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy