✍ଅମୂଲ୍ୟ କୁମାର ଦାଶ
(ଶିକ୍ଷକ)
ଆର୍ଯ୍ୟଭୂମି ଭାରତ ଯୁଗେ ଯୁଗେ ଗୁରୁଙ୍କୁ ସମ୍ମାନ ଦେଇ ଆସିଛି,
ଯାହାଙ୍କ ସ୍ଥାନ ସର୍ବାଗ୍ରେ ।ଆବାହମାନ କାଳରୁ ଗୁରୁଶିଷ୍ୟଙ୍କ ସମ୍ପର୍କର ସୁନ୍ଦର
ପରମ୍ପରା ପାଳିତ ହୋଇ ଆସୁଅଛି
ଏହି ଦେଶରେ। ଗୁରୁ ସେମାନଙ୍କ
ଶିଷ୍ୟମାନଙ୍କୁ ଜ୍ଞାନପ୍ରଦାନ ପୂର୍ବକ ଅଜ୍ଞାନ ଅନ୍ଧକାରକୁ ଦୂର କରୁଥିଲେ।
ତେଣୁ କୁହାଯାଏ-
"ଗୁକାରୋଽନ୍ଧରାରସ୍ତୁ
ରୁକାରସ୍ତନ୍ନିବର୍ତ୍ତକଃ
ଅନ୍ଧକାର ନିବୃତ୍ୟାତୁ
ଗୁରୁରିତ୍ୟଭିଧୀୟତେ ।"
'ଗୁୁ' ଅର୍ଥ ଅନ୍ଧକାର,'ରୁ' ଅର୍ଥ ଅଜ୍ଞାନ ।
ଅଜ୍ଞାନ ରୂପକ ଅନ୍ଧକାରକୁ ଦୂର କରି
ଜ୍ଞାନାଲୋକ ପ୍ରଦାନ କରୁଥିବାରୁ ଶିକ୍ଷକମାନେ 'ଗୁରୁ' ପଦବାଚ୍ୟ ।
ପୁନଶ୍ଚ ୧୯୬୨ ମସିହାଠାରୁ ଭାରତରେ ପାଳିତ ହୋଇଆସୁଥିବା
ଗୁରୁଦିବସ ସେହି ମହାନ୍ ପୁରୁଷଙ୍କ
ଉଦ୍ଦେଶ୍ୟରେ ଯିଏ କି ଜଣେ ଶିକ୍ଷକ,
ଶିକ୍ଷାବିତ୍, ଦାର୍ଶନିକ, ରାଜନୈତିକ,
ପ୍ରଖ୍ୟାତ ପଣ୍ଡିତ, ଭାରତରତ୍ନ, ଉପରାଷ୍ଟ୍ରପତି ଓ ରାଷ୍ଟ୍ରପତି ଥିଲେ I
ସେ ହେଉଛନ୍ତି ଡ. ସର୍ବପଲ୍ଲୀ ରାଧାକୃଷ୍ଣନ୍ । ତାଙ୍କର ଜନ୍ମ ୧୮୮୮
ମସିହା ସେପ୍ଟେମ୍ବର ୫ ତାରିଖରେ ।
ସେ ମହାନ୍ ବ୍ୟକ୍ତିଙ୍କ ପବିତ୍ର ଜନ୍ମ
ତିଥିକୁ ଗୁରୁଦିବସ ରୂପେ ପାଳନ କରାଯାଉଛି ୧୯୬୨ ମସିହାଠାରୁ।
ଗୁରୁ ଛାତ୍ରର ଭବିଷ୍ୟତ ନିର୍ମାତା,
ପରାମର୍ଶଦାତା, ସମାଜ ତଥା ଦେଶର
ଉନ୍ନତି ଓ ଆଦର୍ଶ ନାଗରିକହେବାରେ
ସାହାଯ୍ୟକର୍ତ୍ତା । ଗୁରୁ ଦେବତାଙ୍କ
ପ୍ରତିରୂପ । ତାଙ୍କରି ଆଶୀର୍ବାଦରେ
ଶିଷ୍ୟ ମନୁଷ୍ୟତା ଲାଭକରେ। ଗୁରୁକୃପା ଛାତ୍ରକୁ ସମାଜର ଶୀର୍ଷରେ
ପହଞ୍ଚାଇ ଦିଏ। ଗୁରୁଭକ୍ତି ଛାତ୍ରର ଭୂଷଣ ।ତେଣୁ ଆଜିର ସମାଜରେ
ଗୁରୁଦିବସ ପାଳନର ତାତ୍ପର୍ଯ୍ୟ ଯଥେଷ୍ଟ ରହିଛି ।
ବିଜ୍ଞାନ ଯୁଗରେ ବସ୍ତୁବାଦ କଥା ଆଲେଖ୍ୟ କଲେ 'ଗୁରୁ' ଶବ୍ଦର ଅର୍ଥ ଓଜନିଆ ବା ଭାରୀ । ଯାହାକୁ ତୁଳନାତ୍ମକ ଅର୍ଥରେ ନେଲେ ଦୁଇଟି ବା ତତୋଧିକ ବସ୍ତୁ ମଧ୍ୟରେ ଯାହାର
ବସ୍ତୁତ୍ଵ ଅଧିକ ସେହିଁ ଗୁରୁ ବା ଭାରୀ ।
ପୌରାଣିଚ୍ଚ ମତାନୁଯାୟୀ ଶିଷ୍ୟ ଟିଏ
ଯେଉଁ ଶିକ୍ଷାଗୁରୁଙ୍କଠାରୁ ପାରଙ୍ଗମତା ହାସଲ କରି ଶିଖର ଛୁଏଁ,
ତାହାଙ୍କୁ ଶ୍ରେଷ୍ଠ ଗୁରୁ ଭାବେ ବିବେଚନା କରିଥାଏ । ଗୁରୁକୁଳ
ପରମ୍ପରାରୁ ଗୁରୁ ଶିଷ୍ୟଙ୍କ ସମ୍ପର୍କ ର
ନିବିଡ଼ତା ବର୍ତ୍ତମାନ ପର୍ଯ୍ୟନ୍ତ ଅନୁଭୂତ ହୁଏ। ଏକଲବ୍ୟ ,ଉପମନ୍ୟୁ,ଆରୁଣୀ
ପ୍ରତ୍ୟେକ ଗୋଟିଏ ଗୋଟିଏ ଉଦାହରଣ।
ଗୁରୁ ଶିଷ୍ୟ ପରମ୍ପରାକୁ ବଜାୟ
ରଖିବା, ଉଭୟଙ୍କ ସମ୍ପର୍କକୁ ସୁଦୃଢ଼
କରିବାପାଇଁ ଏହି ଦିବସଟିକୁ ସର୍ବତ୍ର
ପାଳନ କରିବା ବିଧେୟ। ବିଶେଷକରି ଶିକ୍ଷାନୁଷ୍ଠାନମାନଙ୍କରେ
ପାଳନ କରିବାପାଇଁ ସରକାରୀ ନିର୍ଦ୍ଦେଶନାମାକୁ କାର୍ଯ୍ୟକାରି କରାଯାଉଛି। ତଥାପି ଅନୁମେୟ ଯେ
ଆଜିକାଲି ଏହାର ସାମାଜିକ ପ୍ରଭାବ
ନ୍ୟୁନ ବୋଧ ହେଉଛି । ଶିକ୍ଷକଙ୍କ ପ୍ରତି ଆରୋପ, ପ୍ରତ୍ୟାରୋପ, ଅପମାନ ସୂଚକ ମନ୍ତବ୍ୟ, ଅବହେଳା କରାଯିବାର ଦୃଷ୍ଟାନ୍ତ ରହିଛି। ଏଥିରୁ କ୍ଷାନ୍ତ ରହି ଗୁରୁମାନଙ୍କ ପ୍ରତି ଶୁଭ ଦୃଷ୍ଟି ଯଦି ସମାଜ ଓ ଅଭିଭାବକଙ୍କ
ରହିବ ତେବେ ଶିକ୍ଷା, ଶିକ୍ଷକ,ଶିକ୍ଷାୟତନ ଓ ଶିଷ୍ୟ ସମସ୍ତଙ୍କ ମଙ୍ଗଳ ହେବ । ପୁନଶ୍ଚ
ଶିକ୍ଷକ ମଧ୍ୟ ନିଜର କର୍ତ୍ତବ୍ୟକୁ
ଠିକ୍ ପାଳନ କଲେ ପୂଜ୍ୟ ହୋଇ
ପାରିବେ । ଜଣେ କୃତି ଶିକ୍ଷକ ଛାତ୍ର
ସମାଜର କୃତିତ୍ଵକୁ ଆଗକୁ ନେଇପାରିବେ । ସେଥିପାଇଁ ସରକାରୀ/ବେସରକାରୀ ସ୍ତରରେ
ପୁରସ୍କୃତ କରାଯିବାର ବ୍ୟବସ୍ଥା ମଧ୍ୟ
ରହିଛି।ଯଦ୍ଵାରା ଶିକ୍ଷକ, ଛାତ୍ରୀ, ଛାତ୍ର
ଅନୁପ୍ରାଣିତ ହେବେ। ଅନ୍ୟମାନଙ୍କ ପାଇଁ ଏହା ପ୍ରେରଣା ଯୋଗାଇଦେବ।
ଭାରତୀୟ ପରମ୍ପରାରେ ଗୁରୁମାନଙ୍କୁ ଯେଉଁ ଉଚ୍ଚସ୍ଥାନ ଦିଆଯାଇଛି ତାହାକୁ ସାକାର କରିବାକୁ ପଡ଼ିବ। ଉଭୟଙ୍କ ନିବିଡ
ସମ୍ପର୍କ ହିଁ ଶିକ୍ଷକ ସମାଜକୁ ସର୍ବାଗ୍ରେ
ରଖିପାରିବ। ଅତଏବ ଗୁରୁ ପୂଜା
ସର୍ବାଦୌ ବର୍ତ୍ତବ୍ୟ । ଏହା ବିନା ଈଶ୍ଵରଙ୍କ ପୂଜା ନିଷ୍ଫଳ ।
କୁହାଯାଇଛି--
ପ୍ରଥମସ୍ତୁ ଗୁରୁ8 ପୂଜ୍ୟ
ତତଃ ଚୈବ ସମାର୍ଚ୍ଚନମ୍
କୁର୍ବନ୍ ସିଦ୍ଧିମାବାପ୍ନୋତି
ହ୍ୟନ୍ୟଥା ନିଷ୍ଫଳଂଭବେତ୍ । ।
ଗୁରବେ ନମଃ
*********
ଦାଶରଥି ନଗର,
ଆସିକା, ଗଞ୍ଜାମ

No comments:
Post a Comment