Wednesday, September 9, 2020

ଗୁରୁ ଦିବସ ( ଶିଶୁ କବିତା)

ଗୁରୁ ହେ! ତୂମେ ବ୍ରହ୍ମା, ବିଷ୍ଣୁ, 
     ତୁମେ! ହିଁ ମହେଶ୍ବର
ଟିକି ହୃଦୟ ଆମରି ଘେନ
    ଭକ୍ତି ଉପହାର।
ସରଳ ମନା କଳିକା ଆମେ
  ଛନ୍ଦ କିଛି ଜାଣୁନା
ଅନ୍ତର ଭରା ଫୁଲ , ଚନ୍ଦନେ
   କରୁଛୁ ପଦ ବନ୍ଦନା।
ତୁମେ ହିଁ ଆମ ଜ୍ଞାନର ଦାତା
   ଶିଖାଇ ଦିଅ ପାଠ
ତୁମ ଆଶୀଷେ ନିଜକୁ ଗଢି
   ହୋଇବୁ ଭଲ ଚାଟ।
ଜ୍ଞାନ ମନ୍ଦିର ଦେବତା ତୁମେ!
   ଜ୍ଞାନର ଦୀପ ଜାଳି
ଆମରି ପାଇଁ ଗୁରୁ ହେ! ତୁମେ
   ସ୍ଵାର୍ଥକୁ ଦିଅ ବଳି।
ଶୁଣାଅ ସେହି ଗୁରୁକୁଳର
   ପାଠ ପଢାର ଦିନ
ଏକଲବ୍ୟର ଆଙ୍ଗୁଠି କଟା
     ଗୁରୁ ଦକ୍ଷିଣା ଦାନ।
ଆମେ ଯେତେକ ନବ କଳିକା
       ଫୁଟି ବୁ ହୋଇ ଫୁଲ 
ତୁମ ରି ନାଁ ରଖିବୁ ଦିନେ
    କେ ହେବ ଆମ ତୁଲ।
ଏକଲବ୍ୟ ଓ ଆରୁଣି ରକ୍ତ
     ବହୁଛି ଆମ ଦେହରେ
ନୂଆ ଆଦର୍ଶ ଦେଖାଇ ଆମେ
    ଅମର ହେବୁ ମହୀରେ।

ନଳିନୀ ପ୍ରଭାମିଶ୍ର
ମୁକୁନ୍ଦ ପୁର, ଆସ୍କା, ଗଞ୍ଜାମ

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy