✍ସୁକାନ୍ତ ଖଣ୍ଡା
ଦୂର ସହରରେ ରହୁଥିଲେ ଭାଇ
ଧରି ତା'ର ପରିବାର
ବାହା ହେଲା ଦିନୁ ତା' ବାପା ମାଙ୍କୁ
ଦେଇ ନାହିଁ ଟୋପେ ନୀର।୧
ବାପା ମାଆ ଦୁହେଁ ବଡ଼ ପୁଅଠାରୁ
କେତେ ଆଶା କରିଥିଲେ
ବିଦେଶେ ପଢ଼ାଇ ମଣିଷ କଲେ ତ
ଧରିପଳା ହୋଇଗଲେ।୨
ଚାକିରି ସହିତ ସପରିବାରରେ
ରହିଗଲେ ଚାଇନାରେ
ବାପା ମାଆ ଦୁହେଁ ପୁଅକୁ ନ ଦେଖି
ଆଖିରୁ ଲୁହ ତା' ଝରେ।୩
ତା'ର ସାନ ପୁଅ ଅଲିଅଳ ଥିଲା
କାହାର କଥା ନ ମାନି
ପାଠ ନ ପଢ଼ିକି ସମୟ କଟେଇ
ଜୀବନ ମାଟି କଲାଣି।୪
ଏବେ ବଡ଼ ହୋଇ ବୁଝିଲା ବେଳକୁ
ନେଡ଼ିଗୋଡ଼ ବହିଲାଣି
ବାପା ମାଆଙ୍କର ଦୁଃଖ ନ ସହିକି
ଶ୍ରମରେ ମନ ଦେଲାଣି।୫
ସୁଖ ଦେବା ପାଇଁ ଅଣ୍ଟା ଭିଡୁଭିଡୁ
ଚାଲିଗଲେ ଆର ପାଶେ
ଲୁହକୁ ଝରାଇ ନେହୁରା ହୋଇଲା
ଅନ୍ତେଷ୍ଟି କ୍ରିୟା ସକାଶେ।୬
ଚାଇନାରେ ଥିବା ବଡ଼ଭାଇ ଠାରୁ
ଶୁଣିଲା ତୁମେ କିଏରେ
ମୋର କେହି ନାହିଁ ଯିଏ ରହିଛନ୍ତି
ସେମାନେ ମୋହର ଠାରେ।୭
ନିଜ ସାଧ୍ୟ ମତେ ହୋଇ ଶୁଦ୍ଧିକ୍ରିୟା
ବହୁ କଷ୍ଟେ ଚଳୁଅଛି
କରୋନା ହେବାରୁ ଦଉଡ଼ି ଆସିକି
ଅଧିକାର ମାଗୁଅଛି।୮
କେତେ ଗାଁ ଲୋକଙ୍କୁ ହାତ କରିନେଇ
ସୁଖରେ ସେ ରହିଅଛି
ଆଜି ପାଳୁଅଛି ପିତୃପକ୍ଷ ଦେଖି
ଶ୍ରଦ୍ଧାରେ ଶ୍ରାଦ୍ଧ ବାଢୁଛି।୯
ଭୁରି ଭଜନ ସେ ଖୁଆଇ ସଭିଙ୍କୁ
କୃତାର୍ଥ କରି ପ୍ରଣାମ
ଆଶୀର୍ବାଦ ଦେଇ ଚାଲିଲେ ସେମାନେ
ଭାଇ ଭାବେ ନିଜେ ଧନ୍ୟ।୧୦
ସାନ ଭାଇ ତା'ର ସାଧ୍ୟ ମତେ କରି
ଆଖିରୁ ଲୁହ ଗଡ଼େଇ
ପାଣି ଟେକି କହେ ଫୁଲ ଫଳ ଥୋଇ
ଘରକୁ ଆସ ଓହ୍ଲାଇ।୧୧
ସୂକ୍ଷ୍ମ ଦେହେ ଧରି ଓହ୍ଲାଇ ଆସିଲେ
ଆଶୀର୍ବାଦ ଦେବା ପାଇଁ
ରହିଲେ ଶ୍ରଦ୍ଧାରେ ସନ୍ତୁଷ୍ଟ ହୋଇକି
ଖାଇବା ଆନନ୍ଦେ ଖାଇ।୧୨
ବଡ଼ ପୁଅ ତା'ର ଅର୍ଥର ଗର୍ବରେ
ଗର୍ବୀ ସିନା ହେଉଥିଲା
ସେହି ରାତି ତା'ର ଧନରତ୍ନ ସବୁ
କୁଆଡ଼େ ଉଭାନ ହେଲା।୧୩
ବିଦେଶୀ ମାଇପ ଭୋଗିଲା କଷଣ
ନ ପାଇଲା ଖାଇବାକୁ
ଧିକ୍କାର କରି ସେ ଛାଡ଼ି ପଳେଇଲା
ପିତ୍ରାଳୟ ଚାଇନାକୁ।୧୪
ଏବେ ସେ ବୁଝିଲା ଧରିପଳା ଠାରୁ
ହେୟ କରୁଥିଲା ଯା'କୁ
ଗରବ କେବେ ହେଁ ଚିରସ୍ଥାୟୀ ନୁହେଁ
ବୁଝିଲା ବାପା ଓ ମା'ଙ୍କୁ।୧୫
ପିତୃପକ୍ଷ ତା'ର ସତ୍ଯତା ଦେଖାଇ
ଅନୁତାପ କରେଇଲା
ସାନ ଭାଇ ପାଖେ କ୍ଷମା ଭିକ୍ଷା କରି
ସେନେହେ କୋଳେଇ ନେଲା।୧୬
କୋଳାକୋଳି ହେଲେ ଦୁଇ ଭାଇମିଶି
ଆନନ୍ଦେ ଲୁହ ଗଡ଼େଇ
କରୋନାକୁ ଦେଲେ ଶତ ଧନ୍ଯବାଦ
ଏକତା ହେଲୁ ସେ ପାଇଁ।୧୭
*
ଶିକ୍ଷକ ମକାଶୁଖିଲା ପ୍ରାଥମିକ ବିଦ୍ୟାଳୟ
ପୋ-ଚକ୍ରଧରପୁର ଭା-ହରିଚନ୍ଦନପୁର
ଜି-କେନ୍ଦୁଝର ପି-୭୫୮୦୨୮
ଦୂର ସହରରେ ରହୁଥିଲେ ଭାଇ
ଧରି ତା'ର ପରିବାର
ବାହା ହେଲା ଦିନୁ ତା' ବାପା ମାଙ୍କୁ
ଦେଇ ନାହିଁ ଟୋପେ ନୀର।୧
ବାପା ମାଆ ଦୁହେଁ ବଡ଼ ପୁଅଠାରୁ
କେତେ ଆଶା କରିଥିଲେ
ବିଦେଶେ ପଢ଼ାଇ ମଣିଷ କଲେ ତ
ଧରିପଳା ହୋଇଗଲେ।୨
ଚାକିରି ସହିତ ସପରିବାରରେ
ରହିଗଲେ ଚାଇନାରେ
ବାପା ମାଆ ଦୁହେଁ ପୁଅକୁ ନ ଦେଖି
ଆଖିରୁ ଲୁହ ତା' ଝରେ।୩
ତା'ର ସାନ ପୁଅ ଅଲିଅଳ ଥିଲା
କାହାର କଥା ନ ମାନି
ପାଠ ନ ପଢ଼ିକି ସମୟ କଟେଇ
ଜୀବନ ମାଟି କଲାଣି।୪
ଏବେ ବଡ଼ ହୋଇ ବୁଝିଲା ବେଳକୁ
ନେଡ଼ିଗୋଡ଼ ବହିଲାଣି
ବାପା ମାଆଙ୍କର ଦୁଃଖ ନ ସହିକି
ଶ୍ରମରେ ମନ ଦେଲାଣି।୫
ସୁଖ ଦେବା ପାଇଁ ଅଣ୍ଟା ଭିଡୁଭିଡୁ
ଚାଲିଗଲେ ଆର ପାଶେ
ଲୁହକୁ ଝରାଇ ନେହୁରା ହୋଇଲା
ଅନ୍ତେଷ୍ଟି କ୍ରିୟା ସକାଶେ।୬
ଚାଇନାରେ ଥିବା ବଡ଼ଭାଇ ଠାରୁ
ଶୁଣିଲା ତୁମେ କିଏରେ
ମୋର କେହି ନାହିଁ ଯିଏ ରହିଛନ୍ତି
ସେମାନେ ମୋହର ଠାରେ।୭
ନିଜ ସାଧ୍ୟ ମତେ ହୋଇ ଶୁଦ୍ଧିକ୍ରିୟା
ବହୁ କଷ୍ଟେ ଚଳୁଅଛି
କରୋନା ହେବାରୁ ଦଉଡ଼ି ଆସିକି
ଅଧିକାର ମାଗୁଅଛି।୮
କେତେ ଗାଁ ଲୋକଙ୍କୁ ହାତ କରିନେଇ
ସୁଖରେ ସେ ରହିଅଛି
ଆଜି ପାଳୁଅଛି ପିତୃପକ୍ଷ ଦେଖି
ଶ୍ରଦ୍ଧାରେ ଶ୍ରାଦ୍ଧ ବାଢୁଛି।୯
ଭୁରି ଭଜନ ସେ ଖୁଆଇ ସଭିଙ୍କୁ
କୃତାର୍ଥ କରି ପ୍ରଣାମ
ଆଶୀର୍ବାଦ ଦେଇ ଚାଲିଲେ ସେମାନେ
ଭାଇ ଭାବେ ନିଜେ ଧନ୍ୟ।୧୦
ସାନ ଭାଇ ତା'ର ସାଧ୍ୟ ମତେ କରି
ଆଖିରୁ ଲୁହ ଗଡ଼େଇ
ପାଣି ଟେକି କହେ ଫୁଲ ଫଳ ଥୋଇ
ଘରକୁ ଆସ ଓହ୍ଲାଇ।୧୧
ସୂକ୍ଷ୍ମ ଦେହେ ଧରି ଓହ୍ଲାଇ ଆସିଲେ
ଆଶୀର୍ବାଦ ଦେବା ପାଇଁ
ରହିଲେ ଶ୍ରଦ୍ଧାରେ ସନ୍ତୁଷ୍ଟ ହୋଇକି
ଖାଇବା ଆନନ୍ଦେ ଖାଇ।୧୨
ବଡ଼ ପୁଅ ତା'ର ଅର୍ଥର ଗର୍ବରେ
ଗର୍ବୀ ସିନା ହେଉଥିଲା
ସେହି ରାତି ତା'ର ଧନରତ୍ନ ସବୁ
କୁଆଡ଼େ ଉଭାନ ହେଲା।୧୩
ବିଦେଶୀ ମାଇପ ଭୋଗିଲା କଷଣ
ନ ପାଇଲା ଖାଇବାକୁ
ଧିକ୍କାର କରି ସେ ଛାଡ଼ି ପଳେଇଲା
ପିତ୍ରାଳୟ ଚାଇନାକୁ।୧୪
ଏବେ ସେ ବୁଝିଲା ଧରିପଳା ଠାରୁ
ହେୟ କରୁଥିଲା ଯା'କୁ
ଗରବ କେବେ ହେଁ ଚିରସ୍ଥାୟୀ ନୁହେଁ
ବୁଝିଲା ବାପା ଓ ମା'ଙ୍କୁ।୧୫
ପିତୃପକ୍ଷ ତା'ର ସତ୍ଯତା ଦେଖାଇ
ଅନୁତାପ କରେଇଲା
ସାନ ଭାଇ ପାଖେ କ୍ଷମା ଭିକ୍ଷା କରି
ସେନେହେ କୋଳେଇ ନେଲା।୧୬
କୋଳାକୋଳି ହେଲେ ଦୁଇ ଭାଇମିଶି
ଆନନ୍ଦେ ଲୁହ ଗଡ଼େଇ
କରୋନାକୁ ଦେଲେ ଶତ ଧନ୍ଯବାଦ
ଏକତା ହେଲୁ ସେ ପାଇଁ।୧୭
*
ଶିକ୍ଷକ ମକାଶୁଖିଲା ପ୍ରାଥମିକ ବିଦ୍ୟାଳୟ
ପୋ-ଚକ୍ରଧରପୁର ଭା-ହରିଚନ୍ଦନପୁର
ଜି-କେନ୍ଦୁଝର ପି-୭୫୮୦୨୮
No comments:
Post a Comment